Covid-19ରେ ବିଗିଡିଲା ଗାୟକ ଏସ୍.ପି. ବାଲାସୁବ୍ରଣ୍ୟମଙ୍କ ସ୍ୱାସ୍ଥ୍ୟାବସ୍ଥା, ଆଇସିୟୁରେ ଭର୍ତ୍ତି

ମୁମ୍ବାଇ୧୪।୮: ଜଣାଶୁଣା ବଲିଉଡ ଗାୟକ ଏସ୍.ପି.ବାଲାସୁବ୍ରଣ୍ୟମଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ହୋଇପଡିଛି। କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଚେନ୍ନାଇସ୍ଥିତ ଏମ.ଜିଏମ. ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଗୁରୁତର ଥିବାରୁ ତାଙ୍କୁ ହସ୍ପିଟାଲ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିବା ଶୁକ୍ରବାର ଜାରି ମେଡିକାଲ ବୁଲେଟିନରୁ ଜଣାପଡିଛି। ଏ ନେଇ ହସ୍ପିଟାଲ ପକ୍ଷରୁ ଜାରି ମେଡିକାଲ ବୁଲେଟିନ୍‌ରେ ୫ ଅଗଷ୍ଟ ୨୦୨୦ରେ କୋଭିଡ ଲକ୍ଷଣ ଯୋଗୁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଥିରୁ […]

Covid-19ରେ ବିଗିଡିଲା ଗାୟକ ଏସ୍.ପି. ବାଲାସୁବ୍ରଣ୍ୟମଙ୍କ ସ୍ୱାସ୍ଥ୍ୟାବସ୍ଥା, ଆଇସିୟୁରେ ଭର୍ତ୍ତି
ମୁମ୍ବାଇ୧୪।୮: ଜଣାଶୁଣା ବଲିଉଡ ଗାୟକ ଏସ୍.ପି.ବାଲାସୁବ୍ରଣ୍ୟମଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ହୋଇପଡିଛି। କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଚେନ୍ନାଇସ୍ଥିତ ଏମ.ଜିଏମ. ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଗୁରୁତର ଥିବାରୁ ତାଙ୍କୁ ହସ୍ପିଟାଲ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିବା ଶୁକ୍ରବାର ଜାରି ମେଡିକାଲ ବୁଲେଟିନରୁ ଜଣାପଡିଛି। ଏ ନେଇ ହସ୍ପିଟାଲ ପକ୍ଷରୁ ଜାରି ମେଡିକାଲ ବୁଲେଟିନ୍‌ରେ ୫ ଅଗଷ୍ଟ ୨୦୨୦ରେ କୋଭିଡ ଲକ୍ଷଣ ଯୋଗୁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଥିରୁ ଏସ୍.ପି.ବାଲାସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟରେ ଅବନତୀ ଦେଖାଯାଇଥିବା ସୂଚିତ କରାଯାଇଛି। ଅଗଷ୍ଟ ୧୩ ତାରିଖ ରାତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଚାନକ ଗୁରୁତର ହୋଇପଡିଥିଲା। ତାଙ୍କ ସ୍ୱାସ୍ଥ୍ୟର ଦେଖରେଖ କରୁଥିବା ମେଡିକାଲ ଟିମ୍‌ ତାଙ୍କୁ ତୁରନ୍ତ ଆଇସିୟୁକୁ ଟ୍ରାନ୍ସଫର କରିଥିଲେ। ତାଙ୍କୁ ଏବେ ଜୀବନ ରକ୍ଷକ ପ୍ରଣାଳୀରେ ରଖାଯାଇଛି। ହେଲେବି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି ବୋଲି ବୁଲେଟିନରେ କୁହାଯାଇଛି। ୭୪ ବର୍ଷ ବୟସ୍କ ବାଲାସୁବ୍ରମଣ୍ୟମ ହିନ୍ଦୀ ଫିଲ୍ମମାନଙ୍କରେ ତାଙ୍କ ଗାୟନକଳାର ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି । ୧୯୮୯ମସିହାରେ ମୁକ୍ତି ଲାଭ କରିଥିବା ସଲମାନ ଖାନ୍‌ ଓ ଭାଗ୍ୟଶ୍ରୀ ଷ୍ଟାରର ‘ମୈନେ ପ୍ୟାରକିୟା’ର ସଲମାନଙ୍କ ସବୁଗୀତ ବାଲାସୁବ୍ରମଣ୍ୟମ ଗାଇଥିଲେ। ଯାହା ସେତେବେଳେ ସୁପରଡୁପର ହିଟ୍‌ ହୋଇଥିଲା। ଏହି ଫିଲ୍ମର ସଫଳତାକୁ ନେଇ ସଲମାନଙ୍କ କ୍ୟାରିୟରର ପ୍ରାରମ୍ଭିକ ଦିନମାନଙ୍କରେ ସବୁ ଗୀତରେ ବାଲାସୁବ୍ରମଣ୍ୟମ କଣ୍ଠଦାନ କରୁଥିଲେ। କେବଳ ହିନ୍ଦୀ ନୁହେଁ ଦେଶର ଅନ୍ୟ ଭାଷାରେ ମଧ୍ୟ ସେ ଅନେକ ଗୀତ ଗାଇଛନ୍ତି। ସେ ୧୬ଟି ଭାଷାରେ ଅନୁନ୍ୟ ୪୦ ହଜାର ଗୀତ ଗାଇଥିବା ବେଳେ ୪ଟି ଭାଷା ତେଲଗୁ, ତାମିଲ, କନ୍ନଡ ଓ ହିନ୍ଦୀ ଗୀତ ଲାଗି ୬ ଥର ସର୍ବଶ୍ରେଷ୍ଠ ସମ୍ମାନରେ ସମ୍ମାନୀତ ହୋଇଛନ୍ତି। ସେହିପରି ଭାରତ ସରକାର ତାଙ୍କୁ ୨୦୦୧ରେ ପଦ୍ମଶ୍ରୀ ଓ ୨୦୧୧ରେ ପଦ୍ମଭୂଷଣ ସମ୍ମାନରେ ମଧ୍ୟ ସମ୍ମାନୀତ କରିଛନ୍ତି।