ଆଜି ଭାଗ୍ୟଫଳ ଦାତା ଶନି ଦେବଙ୍କ ବାର୍ଷିକ ପୂଜା, ଧୁମଧାମରେ ପାଳୁଛନ୍ତି ଶ୍ରଦ୍ଧାଳୁ

ଅନୁଗୁଳ: ଆଜି ବୈଶାଖ ମାସ ଶୁକ୍ଳପକ୍ଷର ଶନିବାର। ଆଜି ହେଉଛି ଭାଗ୍ୟଫଳ ଦାତା ଶନି ଦେବଙ୍କ ବାର୍ଷିକ ପୂଜା। ଏ ଅବସରରେ ଅନୁଗୁଳର ବିଭିନ୍ନ ଶନି ମନ୍ଦିର ଉତ୍ସବ ମୁଖରିତ ହୋଇଛି। ଗତ ଦୁଇ ବର୍ଷ ହେଲାଣି କରୋନା କଟକଣା ଯୋଗୁଁ ଭକ୍ତଙ୍କ ଦର୍ଶନ ବନ୍ଦ ଥିଲା। ଏଣୁ ଶ୍ରଦ୍ଧାଳୁମାନେ ଭଗବାନଙ୍କୁ ଭେଟିପାରିନଥିଲା। କିନ୍ତୁ ଏ ବର୍ଷ କଟକଣା କୋହଳ ହୋଇଥିବାରୁ ଖୁବ ଧୁମ ଧାମରେ ଅନୁଗୁଳ ଓ ତାଳଚେରର ବିଭିନ୍ନ ଶନିଶ୍ଚର ମନ୍ଦିରରେ ଶନି ଦେବ […]

ଆଜି ଭାଗ୍ୟଫଳ ଦାତା ଶନି ଦେବଙ୍କ ବାର୍ଷିକ ପୂଜା, ଧୁମଧାମରେ ପାଳୁଛନ୍ତି ଶ୍ରଦ୍ଧାଳୁ
ଅନୁଗୁଳ: ଆଜି ବୈଶାଖ ମାସ ଶୁକ୍ଳପକ୍ଷର ଶନିବାର। ଆଜି ହେଉଛି ଭାଗ୍ୟଫଳ ଦାତା ଶନି ଦେବଙ୍କ ବାର୍ଷିକ ପୂଜା। ଏ ଅବସରରେ ଅନୁଗୁଳର ବିଭିନ୍ନ ଶନି ମନ୍ଦିର ଉତ୍ସବ ମୁଖରିତ ହୋଇଛି। ଗତ ଦୁଇ ବର୍ଷ ହେଲାଣି କରୋନା କଟକଣା ଯୋଗୁଁ ଭକ୍ତଙ୍କ ଦର୍ଶନ ବନ୍ଦ ଥିଲା। ଏଣୁ ଶ୍ରଦ୍ଧାଳୁମାନେ ଭଗବାନଙ୍କୁ ଭେଟିପାରିନଥିଲା। କିନ୍ତୁ ଏ ବର୍ଷ କଟକଣା କୋହଳ ହୋଇଥିବାରୁ ଖୁବ ଧୁମ ଧାମରେ ଅନୁଗୁଳ ଓ ତାଳଚେରର ବିଭିନ୍ନ ଶନିଶ୍ଚର ମନ୍ଦିରରେ ଶନି ଦେବ ପୂଜା ପାଉଛନ୍ତି। ସକାଳୁ ଭକ୍ତ ମାନେ ଆସି ଶନି ଦେବଙ୍କ ବିଗ୍ରହରେ ଜଳାଭିଷେକ କରି ଧୂପ ଦୀପ ନୈବେଦ୍ୟ ଅର୍ପଣ କରିଥିଲେ। ଏ ଅବସରରେ ଭକ୍ତମାନେ ଶନି ଦେବଙ୍କୁ ବିଭିନ୍ନ ଭୋଗ ଲାଗି କରିଥିଲେ। ମହିଳାମାନେ ମାନସିକ ପୂରଣ ପାଇଁ ପୂଜା ସ୍ଥଳରେ ନୂଆ ଶାଢ଼ି ଓ ବସ୍ତ୍ରକୁ ପାହାଡ଼ ସଦୃଶ୍ୟ ପକାଇଥାନ୍ତି। ଏ ଅବସରରେ ଭକ୍ତମାନେ ଖୁସି ବ୍ୟକ୍ତ କରିଥିବା ଦେଖାଯାଇଛି।