ଉଠିଲା ପ୍ରଶ୍ନ : ପ୍ରମାଣ ସତ୍ତ୍ୱେ ଅଧିକାରୀଙ୍କୁ କାହିଁକି ଗିରଫ କରୁନି ସିବିଆଇ

ନୂଆଦିଲ୍ଲୀ,୧୭।୫ : ନାରଦା ଲାଞ୍ଚ କାରବାର ମାମଲାରେ ପଶ୍ଚିମବଙ୍ଗର ଦୁଇ ମନ୍ତ୍ରୀ ଓ ଜଣେ ବିଧାୟକ ସମେତ ୪ ଜଣ ଗିରଫ ହେବା ପରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିଯୋଗ କାରୀ ତଥା ସିନିୟର ଜର୍ନାଲିଷ୍ଟ ମାଥ୍ୟୁ ସାମୁଏଲ। ୨୦୧୬ରେ ତାଙ୍କ ଦ୍ୱାରା କରାଯାଇଥିବା ଷ୍ଟିଙ୍ଗ୍‌ ଅପରେଶନ ଜରିଆରେ ଏହି ଲାଞ୍ଚ କାରବାର ଘଟଣା ସାମ୍ନାକୁ ଆସିଥିଲା। ନାରଦା ଲାଞ୍ଚ କାରବାର ଘଟଣାରେ ଶୁଭେନ୍ଦୁ ଅଧିକାରୀ ଓ ମୁକୁଲ ରୟ (ଦୁହେଁ ଟିଏମ୍‌ସି ଛାଡ଼ି ଭାଜପାରେ […] The post ଉଠିଲା ପ୍ରଶ୍ନ : ପ୍ରମାଣ ସତ୍ତ୍ୱେ ଅଧିକାରୀଙ୍କୁ କାହିଁକି ଗିରଫ କରୁନି ସିବିଆଇ appeared first on Dharitri Odia News.

ଉଠିଲା ପ୍ରଶ୍ନ : ପ୍ରମାଣ ସତ୍ତ୍ୱେ ଅଧିକାରୀଙ୍କୁ କାହିଁକି ଗିରଫ କରୁନି ସିବିଆଇ
ନୂଆଦିଲ୍ଲୀ,୧୭।୫ : ନାରଦା ଲାଞ୍ଚ କାରବାର ମାମଲାରେ ପଶ୍ଚିମବଙ୍ଗର ଦୁଇ ମନ୍ତ୍ରୀ ଓ ଜଣେ ବିଧାୟକ ସମେତ ୪ ଜଣ ଗିରଫ ହେବା ପରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିଯୋଗ କାରୀ ତଥା ସିନିୟର ଜର୍ନାଲିଷ୍ଟ ମାଥ୍ୟୁ ସାମୁଏଲ। ୨୦୧୬ରେ ତାଙ୍କ ଦ୍ୱାରା କରାଯାଇଥିବା ଷ୍ଟିଙ୍ଗ୍‌ ଅପରେଶନ ଜରିଆରେ ଏହି ଲାଞ୍ଚ କାରବାର ଘଟଣା ସାମ୍ନାକୁ ଆସିଥିଲା। ନାରଦା ଲାଞ୍ଚ କାରବାର ଘଟଣାରେ ଶୁଭେନ୍ଦୁ ଅଧିକାରୀ ଓ ମୁକୁଲ ରୟ (ଦୁହେଁ ଟିଏମ୍‌ସି ଛାଡ଼ି ଭାଜପାରେ ମିଶିଛନ୍ତି)ଙ୍କ ଭଳି କିଛି ହେଭିଓ୍ବେଟ ନେତାଙ୍କ ବିରୋଧରେ ମଧ୍ୟ ପ୍ରମାଣ ରହିଛି। ଏହାସତ୍ତ୍ୱେ କାହିଁକି ଭାଜପା ନେତାଙ୍କୁ ଗିରଫ କରାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ସିନିୟର ଜର୍ନାଲିଷ୍ଟ। ଦୀର୍ଘ ଦିନ ପରେ ଖୁସି ଆସିଛି। ଷ୍ଟିଙ୍ଗ୍‌ ଅପରେଶନର ଭିଡିଓ ୨୦୧୬ରେ ପ୍ରକାଶ ପାଇଥିଲା। ୩ ବର୍ଷ ତଳେ ପ୍ରସ୍ତୁତ ହୋଇଥିଲା ମାମଲାର ଚାର୍ଜ ଶିଟ। ଏହାସତ୍ତ୍ୱେ ସେତେବେଳେ ସିବିଆଇ ରାଜନେତାଙ୍କୁ ଛୁଇଁ ପାରି ନ ଥିବା କହିଛନ୍ତି ଇନଭେଷ୍ଟିଗେଟିଭ ଜର୍ନାଲିଷ୍ଟ ତଥା ନାରଦା ନ୍ୟୁଜର ପ୍ରତିଷ୍ଠାତା ସାମୁଏଲ। ୨୦୧୬ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ନାରଦା ନ୍ୟୁଜ ପକ୍ଷରୁ ଏକ ଭିଡିଓ ଶେୟାର କରାଯାଇଥିଲା। ସେଥିରେ ଦେଖିବାକୁ ମିଳିଥିଲା କିଛି ସହାୟତା କରିବା ପାଇଁ ପ୍ରତିଶ୍ରୁତି ବଦଳରେ ତୃଣମୂଳ କଂଗ୍ରେସର ନେତାମାନେ ଲାଞ୍ଚ ନେଉଥିଲେ। ଉକ୍ତ ରେକର୍ଡିଂ ଭିଡିଓ ନାରଦା ଟେପ୍ସ ଭାବେ ଜଣାଯାଉଛି। ଉଲ୍ଲେଖଯୋଗ୍ୟ, ମମତା ବାନାର୍ଜୀଙ୍କ ନୂଆ ସରକାରରେ କାବିନେଟ ମନ୍ତ୍ରୀ ଥିବା ସୁବ୍ରତ ମୁଖାର୍ଜୀ ଓ ଫିର୍ହାଦ ହାକିମ, ଟିଏମ୍‌ସିର ପୂର୍ବତନ ବିଧାୟକ ସୋଭେନ ଚାଟାର୍ଜୀ ଓ ଅନ୍ୟ ଦଳର ବିଧାୟକ ମଦନ ମିତ୍ରଙ୍କୁ ନାରଦା ମାମଲାରେ ସିବିଆଇ ଗିରଫ କରିଛି। The post ଉଠିଲା ପ୍ରଶ୍ନ : ପ୍ରମାଣ ସତ୍ତ୍ୱେ ଅଧିକାରୀଙ୍କୁ କାହିଁକି ଗିରଫ କରୁନି ସିବିଆଇ appeared first on Dharitri Odia News.