ଗ୍ୟାସ୍ ଲିକ୍ ହୋଇ ଜଳିଗଲା ୪ ବଖରା ଘର, ୨ ପରିବାର ସର୍ବସ୍ଵାନ୍ତ

ଚଣ୍ଡିଖୋଲ ୨୭।୦୨: ଗ୍ୟାସ ଲିକ ହୋଇ ଜଳିଗଲା ୪ ବଖରା ଘର। ସର୍ବସ୍ଵାନ୍ତ ହୋଇଗଲେ ଦୁଇ ପରିବାର। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ନାଳକୁଳ ଗ୍ରାମରେ ରବିବାର ଏହି ଘଟଣା ଘଟିଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଛନ୍ତି। ସୂଚନା ଅନୁଯାୟୀ କାହ୍ନୁଁ ମଳିକଙ୍କ ଘରେ ଥିବା ସିଲିଣ୍ଡରରୁ ଗ୍ୟାସ ଲିକ ହେବାରୁ ଘରେ ଚୁଲିରେ ରୋଷେଇ ହେଉଥିବା ସମୟରେ ନିଆଁ ଲାଗି ଯାଇଥିଲା। ଫଳରେ କାହ୍ନୁଁ ମଳିକଙ୍କ ଚାଳ ଘରେ ନିଆଁ ଲାଗି ୨ ବଖରା ଘର ସମ୍ପୂର୍ଣ ଜଳି ଯାଇଛି। ଦେଖୁ ଦେଖୁ ପଡୋଶୀ ଘର ବାବନ ମଳିକଙ୍କ ଘରେ ନିଆଁ ଲାଗି ଯାଇଥିଲା। ଫଳରେ ମୋଟ ୪ ବଖରା ଘର ଜଳିପୋଡି ପାଉଁଷ ହୋଇ ଯାଇଛି। କାହ୍ନୁଁ ମଳିକଙ୍କ ଝିଅ ବିବାହ ଆଗକୁ ରହିଥିବା ବେଳେ ଘରେ ଥିବା ସମସ୍ତ ଜିନିଷ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ୪ ବଖରା ଘର ପୋଡି ଜଳି ପାଉଁଶ ହୋଇ ଯାଇଛି।