ଘରୋଇ ଶିକ୍ଷାନୁଷ୍ଠାନର ହଷ୍ଟେଲରେ ଜୀବନ ହାରିଲେ ଛାତ୍ରୀ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଅନୁଗୁଳ: ଅନୁଗୁଳର ଏକ ଘରୋଇ ଶିକ୍ଷାନୁଷ୍ଠାନର ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ରୀ ହେଲେ ତାଳଚେରସ୍ଥିତ ଭାଲୁଗାଡ଼ିଆ ଗୋପାଳପ୍ରସାଦ ଅଞ୍ଚଳର ସନ୍ତୋଷ ସାହୁଙ୍କ ଝିଅ ଜସ୍ମିନୀ ସାହୁ। ସେ ତାମ୍ରିତ କଲୋନୀରେ ଥିବା ଏକ ଘରୋଇ କଲେଜର ବିସିଏ ୨ୟ ବର୍ଷର ଛାତ୍ରୀ ଥିଲେ। ଅନ୍ୟପଟେ ଝିଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ଛାତ୍ରୀଙ୍କ ସହିତ ଜବରଦସ୍ତି ୱାର୍ଡେନ ଏକ ରୁମରେ ରହିବା ନେଇ କାଲି ରାତିରେ […]

ଘରୋଇ ଶିକ୍ଷାନୁଷ୍ଠାନର ହଷ୍ଟେଲରେ ଜୀବନ ହାରିଲେ ଛାତ୍ରୀ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
ଅନୁଗୁଳ: ଅନୁଗୁଳର ଏକ ଘରୋଇ ଶିକ୍ଷାନୁଷ୍ଠାନର ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ରୀ ହେଲେ ତାଳଚେରସ୍ଥିତ ଭାଲୁଗାଡ଼ିଆ ଗୋପାଳପ୍ରସାଦ ଅଞ୍ଚଳର ସନ୍ତୋଷ ସାହୁଙ୍କ ଝିଅ ଜସ୍ମିନୀ ସାହୁ। ସେ ତାମ୍ରିତ କଲୋନୀରେ ଥିବା ଏକ ଘରୋଇ କଲେଜର ବିସିଏ ୨ୟ ବର୍ଷର ଛାତ୍ରୀ ଥିଲେ। ଅନ୍ୟପଟେ ଝିଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ଛାତ୍ରୀଙ୍କ ସହିତ ଜବରଦସ୍ତି ୱାର୍ଡେନ ଏକ ରୁମରେ ରହିବା ନେଇ କାଲି ରାତିରେ ଛାତ୍ରୀ ଜଣଙ୍କ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଆଜି ସକାଳେ ଛାତ୍ରୀ ଜଣକ ଫ୍ୟାନରେ ଲୁଗା ଲଗେଇ ସୁଇସାଇଡ କରିଛି ବୋଲି ପରିବାର ଲୋକଙ୍କୁ ଘରୋଇ ଶିକ୍ଷାନୁଷ୍ଠାନ ତରଫରୁ ଜଣାଯାଇଥିଲା। ଅଭିଯୋଗ ପାଇ ଅନୁଗୁଳ ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି।