ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ ଜନ୍ମ ଦିନରେ ରକ୍ତଦାନ ଶିବିର ଓ ବୃଦ୍ଧାଶ୍ରମରେ ବସ୍ତ୍ର ବଣ୍ଟନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ ୫୫ ତମ ଜନ୍ମ ଦିନ ଅବସରରେ ଆଜି ସ୍ଥାନୀୟ ଶିଶୁ ବିଦ୍ୟା ମନ୍ଦିରରେ ବିଜୁ ଜନତା ଦଳ ଓ ବିଜୁ ଯୁବ ଜନତା ଦଳ ପକ୍ଷରୁ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଶିବିରରେ ୧୧୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହା ପରେ ଛେଣ୍ଡିପଦା ସ୍ଥିତ ବୃଦ୍ଧାଶ୍ରମକୁ ଯାଇ କେକ କାଟି ସମସ୍ତ ଅନ୍ତେବାସୀଙ୍କୁ ନୂତନ ବସ୍ତ୍ର ପ୍ରଦାନ କରିଥିଲେ। […]

ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ ଜନ୍ମ ଦିନରେ ରକ୍ତଦାନ ଶିବିର ଓ ବୃଦ୍ଧାଶ୍ରମରେ ବସ୍ତ୍ର ବଣ୍ଟନ
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ ୫୫ ତମ ଜନ୍ମ ଦିନ ଅବସରରେ ଆଜି ସ୍ଥାନୀୟ ଶିଶୁ ବିଦ୍ୟା ମନ୍ଦିରରେ ବିଜୁ ଜନତା ଦଳ ଓ ବିଜୁ ଯୁବ ଜନତା ଦଳ ପକ୍ଷରୁ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଶିବିରରେ ୧୧୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହା ପରେ ଛେଣ୍ଡିପଦା ସ୍ଥିତ ବୃଦ୍ଧାଶ୍ରମକୁ ଯାଇ କେକ କାଟି ସମସ୍ତ ଅନ୍ତେବାସୀଙ୍କୁ ନୂତନ ବସ୍ତ୍ର ପ୍ରଦାନ କରିଥିଲେ। ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଉପସ୍ଥିତ ରହି ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥିଭାବେ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗର ଉପଦେଷ୍ଟା ଦିନେଶ ପ୍ରଧାନ, ବିଧାୟକଙ୍କ ପ୍ରତିନିଧି ତଥା ଜିଲ୍ଲା ପରିଷଦ ପ୍ରଦୀପ କୁମାର ସାହୁ, ଛେଣ୍ଡିପଦା ବ୍ଲକ ଅଧ୍ୟକ୍ଷ ସୁମିତ୍ରା ସାହୁ, ଜିଲ୍ଲା ପରିଷଦ ନଗେନ୍ଦ୍ର ପ୍ରଧାନ, ବ୍ଲକ ସଭାପତି ଶରତ ଗଡନାୟକ, ବ୍ଲକ ଉପାଧ୍ୟକ୍ଷା ଝରଣା ସ୍ୱାଇଁ, ମହିଳା ସଭାପତି ତୃପ୍ତିମଞ୍ଜରୀ ଗଡ଼ନାୟକ ପ୍ରମୁଖ ଉପସ୍ଥିତ ରହି ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଛେଣ୍ଡିପଦା ବିକାଶ ସମିତି ସଭାପତି ସୁବାଷ ପ୍ରଧାନ, ବିଜୁ ଯୁବ ଜନତା ଦଳର ନିର୍ବାଚନ ମଣ୍ଡଳୀ ସଭାପତି ସତ୍ୟବ୍ରତ ଦେହୁରି, ବ୍ଲକ ଯୁବ ସଭାପତି ଆଶିଷ୍ କୁମାର ପ୍ରଧାନ, ଛାତ୍ର ସଭାପତି ରଞ୍ଜନ କୁମାର ସାହୁ, ସୌରଭ ରଞ୍ଜନ ବେହେରା, ସୌମିତ୍ରୀ ରଞ୍ଜନ ବେହେରା, ଅମ୍ବିକା ବେହେରା, ସନ୍ତୋଷ ଦେହୁରୀ, ଆଶିଷ କୁମାର ପ୍ରଧାନ, ଦିଲ୍ଲୀପ କୁମାର ସାହୁ, ଲୋସନ ସାହୁ, ନନ୍ଦିନୀ ପ୍ରଧାନ, ପରେଶ ମାଝୀ, ଅମରେଶ ନାଥ, ଅନସୂୟା ସାହୁ, ପ୍ରଣତି ପ୍ରଧାନ, ଉଦିତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l