ଟିମ୍ ଇଣ୍ଡିଆ ଓ ଡିସେମ୍ବର ୧୯: ଏକ ଅଜବ ସଂଯୋଗ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଓ ବିରାଟ କୋହଲିଙ୍କ ପାଇଁ  ‘ଡିସେମ୍ବର ୧୯’ ଏକ ଅଜବ ସଂଯୋଗ ପାଲଟିଛି । ଚାରି ବର୍ଷ ତଳେ ଏହି ନିର୍ଦ୍ଦିଷ୍ଟ ଦିନରେ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ନିଜ ଟେଷ୍ଟ ଇତିହାସରେ ସର୍ବାଧିକ ଟେଷ୍ଟ ସ୍କୋର କରିଥିଲା । ଏବେ ପୁଣି ଡିସେମ୍ବର ୧୯ରେ ଭାରତୀୟ ଦଳ ସର୍ବନିମ୍ନ ସ୍କୋର କରିବାର ଅଲୋଡ଼ା ରେକର୍ଡ କରିଛି । ଅଷ୍ଟ୍ରେଲିଆ ବିପକ୍ଷ ଆଡିଲେଡ୍ ଟେଷ୍ଟରେ ଶନିବାର ଭାରତୀୟ ଦଳ ଦ୍ୱିତୀୟ ଇନିଂସରେ ମାତ୍ର […] The post ଟିମ୍ ଇଣ୍ଡିଆ ଓ ଡିସେମ୍ବର ୧୯: ଏକ ଅଜବ ସଂଯୋଗ appeared first on The News Room.

ଟିମ୍ ଇଣ୍ଡିଆ ଓ ଡିସେମ୍ବର ୧୯: ଏକ ଅଜବ ସଂଯୋଗ
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଓ ବିରାଟ କୋହଲିଙ୍କ ପାଇଁ  ‘ଡିସେମ୍ବର ୧୯’ ଏକ ଅଜବ ସଂଯୋଗ ପାଲଟିଛି । ଚାରି ବର୍ଷ ତଳେ ଏହି ନିର୍ଦ୍ଦିଷ୍ଟ ଦିନରେ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ନିଜ ଟେଷ୍ଟ ଇତିହାସରେ ସର୍ବାଧିକ ଟେଷ୍ଟ ସ୍କୋର କରିଥିଲା । ଏବେ ପୁଣି ଡିସେମ୍ବର ୧୯ରେ ଭାରତୀୟ ଦଳ ସର୍ବନିମ୍ନ ସ୍କୋର କରିବାର ଅଲୋଡ଼ା ରେକର୍ଡ କରିଛି । ଅଷ୍ଟ୍ରେଲିଆ ବିପକ୍ଷ ଆଡିଲେଡ୍ ଟେଷ୍ଟରେ ଶନିବାର ଭାରତୀୟ ଦଳ ଦ୍ୱିତୀୟ ଇନିଂସରେ ମାତ୍ର ୩୬ ରନରେ ଅଲ୍ ଆଉଟ୍ ହୋଇଯାଇଥିଲା । ନିଜର ୮୮ ବର୍ଷ ଟେଷ୍ଟ ଇତିହାସରେ ଭାରତର ଏହା ସର୍ବନିମ୍ନ ସ୍କୋର ଥିଲା । ଏହାପୂର୍ବରୁ ଭାରତର ସର୍ବନିମ୍ନ ସ୍କୋର ଥିଲା ୪୨, ଯାହା ୧୯୭୪ରେ ଇଂଲଣ୍ଡ ବିପକ୍ଷରେ ଦଳ କରିଥିଲା । ତେବେ ଠିକ୍ ଚାରି ବର୍ଷ ତଳେ ଅର୍ଥାତ୍ ଡିସେମ୍ବର ୧୯, ୨୦୧୬ରେ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ତାର ସର୍ବାଧିକ ଟେଷ୍ଟ ସ୍କୋର କରିଥିଲା । ଚେନ୍ନାଇର ଏମଏମ ଚିଦାମ୍ବରମ ଷ୍ଟାଡିୟମରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଉକ୍ତ ଟେଷ୍ଟରେ ଭାରତ ୭ ୱିକେଟ ବିନିମୟରେ ୭୫୯ ରନ୍ କରି ଏହାର ପୂର୍ବ ସର୍ବୋଚ୍ଚ ସ୍କୋର ୭୨୬/୭ କୁ ଟପିଥିଲା । ଉକ୍ତ ଟେଷ୍ଟରେ ଖେଳିଥିବା ଚାରି ସଦସ୍ୟ କୋହଲି, ପୂଜାରା, ଅଶ୍ୱିନ ଓ ଉମେଶ ଯାଦବ ଅଷ୍ଟ୍ରେଲିଆ ବିପକ୍ଷ ଆଡିଲେଡ୍ ଟେଷ୍ଟରେ ଖେଳିଛନ୍ତି । ସେହି ଟେଷ୍ଟରେ ଭାରତ ପକ୍ଷରୁ କରୁଣ ନାୟର ନିଜ ପଦାର୍ପଣରେ  ହିଁ ୩୦୩ ରନ୍ କରିଥିଲା ବେଳେ କେଏଲ ରାହୁଲ ୧୯୯ ରନ୍ କରିଥିଲା ବେଳେ ଭାରତ ୭୫୯/୭ ସହ ନିଜର ସର୍ବୋଚ୍ଚ ଟେଷ୍ଟ ସ୍କୋର କରିଥିଲା । ଭାରତ ଏହି ମ୍ୟାଚକୁ ଇନିଂସ୍ ଓ ୭୫ ରନରେ ଜିତିଥିଲା । ଏହାର ଚାରି ବର୍ଷ ପରେ ଏବେ କୋହଲିଙ୍କ ନେତୃତ୍ୱରେ ଭାରତ ପୁଣି ଏଭଳି ରେକର୍ଡ କରିଛି ଯାହାକୁ କେହି ମନେ ରଖିବାକୁ ଚାହିଁବନି । ଆଡିଲେଡ୍ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତୀୟ ପାଳି ଅପ୍ରତ୍ୟାଶିତ ଭାବେ ୩୬ ରନରେ ସୀମିତ ରହିଯାଇଛି । The post ଟିମ୍ ଇଣ୍ଡିଆ ଓ ଡିସେମ୍ବର ୧୯: ଏକ ଅଜବ ସଂଯୋଗ appeared first on The News Room.