ପିକ୍ଅପ୍ ଭ୍ୟାନ୍ ଚୋରି ମାମଲା, ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କଲା ପୋଲିସ

ଅନୁଗୁଳ: ଅନୁଗୁଳ ସହର ଗାନ୍ଧୀମାର୍ଗରୁ ଚୋରି ହୋଇଥିବା ପିକ୍ଅପ୍ ଭ୍ୟାନକୁ ଉଦ୍ଧାର କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ଅନୁଗୁଳ ଟାଉନ୍ ଥାନା ପୋଲିସ। ୩ ଅଭିଯୁକ୍ତ ହେଲେ ସରଫରାଜ ଖାଁ, ଏହମଦ ରାଜ, ଏମଡି ସଗୀର। ସେମାନଙ୍କ ପାଖରୁ ଚୋରି ପିକ୍ଅପ ଭ୍ଯାନ ସହ ସ୍କୁଟି, ୩ ଟି ମୋବାଇଲ ଫୋନ ଓ ଏକ ମାଷ୍ଟର ଚାବି ମଧ୍ୟ ଜବତ କରାଯାଇଛି ବୋଲି ଥାନା ଅଧିକାରୀ ଧିରେସ କୁମାର ଦାସ କହିଛନ୍ତି। ସୂଚନା ମୁତାବକ, […]

ପିକ୍ଅପ୍ ଭ୍ୟାନ୍ ଚୋରି ମାମଲା, ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କଲା ପୋଲିସ
ଅନୁଗୁଳ: ଅନୁଗୁଳ ସହର ଗାନ୍ଧୀମାର୍ଗରୁ ଚୋରି ହୋଇଥିବା ପିକ୍ଅପ୍ ଭ୍ୟାନକୁ ଉଦ୍ଧାର କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ଅନୁଗୁଳ ଟାଉନ୍ ଥାନା ପୋଲିସ। ୩ ଅଭିଯୁକ୍ତ ହେଲେ ସରଫରାଜ ଖାଁ, ଏହମଦ ରାଜ, ଏମଡି ସଗୀର। ସେମାନଙ୍କ ପାଖରୁ ଚୋରି ପିକ୍ଅପ ଭ୍ଯାନ ସହ ସ୍କୁଟି, ୩ ଟି ମୋବାଇଲ ଫୋନ ଓ ଏକ ମାଷ୍ଟର ଚାବି ମଧ୍ୟ ଜବତ କରାଯାଇଛି ବୋଲି ଥାନା ଅଧିକାରୀ ଧିରେସ କୁମାର ଦାସ କହିଛନ୍ତି। ସୂଚନା ମୁତାବକ, ଗତ ୬ ତାରିଖ ରାତିରେ ଗାନ୍ଧୀ ମାର୍ଗସ୍ଥିତ ପ୍ରଶାନ୍ତ କୁମାର ବେହେରାଙ୍କ ପିକ୍ଅପ୍ ଭ୍ୟାନ ଚୋରି ହୋଇଯାଇଥିବା ନେଇ ସେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏଥିସହ ଚୋରି ହୋଇଥିବା ପିକଅପ୍ ଭ୍ଯାନକୁ ଉଦ୍ଧାର କରି ପିକଅପ୍ ଭ୍ଯାନ ପ୍ରଶାନ୍ତ ବେହେରାଙ୍କୁ ଥାନା ପକ୍ଷରୁ ହସ୍ତାନ୍ତର କରାଯାଇଛି।