ଫିଲ୍ମରୁ ଦୂରରେ, ହେଲେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ବଲିଉଡ୍‌ ଅଭିନେତା ବିବେକ ଓବରୟଙ୍କ ଆଜି ହାପି ବର୍ଥ ଡେ। ୧୯୭୬ ସେପ୍ଟେମ୍ବର ୩ ତାରିଖରେ ଜନ୍ମଗ୍ରହଣ କରିଥିବା ବିବେକ ଆଜି ୪୪ ବର୍ଷରେ ପଦାର୍ପଣ କରିଛନ୍ତି। ଫିଲ୍ମ ‘କମ୍ପାନୀ’ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ସେ। ଏଥିପାଇଁ ତାଙ୍କୁ ଫିଲ୍ମଫେୟାରର ଶ୍ରେଷ୍ଠ ଡେବ୍ୟୁ ଆଓ୍ବାର୍ଡ ମିଳିଥିଲା। ଏବେ ସେ ଫିଲ୍ମରୁ ଦୂରେଇ ଯାଇଥିଲେ ହେଁ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ। ବିବେକଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ପାଖାପାଖି ୧୫ ମିଲିୟନ୍‌ ଡଲାର ଅର୍ଥାତ […] The post ଫିଲ୍ମରୁ ଦୂରରେ, ହେଲେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ଏହି ବଲିଉଡ୍‌ ଅଭିନେତା appeared first on Dharitri Odia News.

ଫିଲ୍ମରୁ ଦୂରରେ, ହେଲେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ଏହି ବଲିଉଡ୍‌ ଅଭିନେତା
ବମ୍ବେ: ବଲିଉଡ୍‌ ଅଭିନେତା ବିବେକ ଓବରୟଙ୍କ ଆଜି ହାପି ବର୍ଥ ଡେ। ୧୯୭୬ ସେପ୍ଟେମ୍ବର ୩ ତାରିଖରେ ଜନ୍ମଗ୍ରହଣ କରିଥିବା ବିବେକ ଆଜି ୪୪ ବର୍ଷରେ ପଦାର୍ପଣ କରିଛନ୍ତି। ଫିଲ୍ମ ‘କମ୍ପାନୀ’ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ସେ। ଏଥିପାଇଁ ତାଙ୍କୁ ଫିଲ୍ମଫେୟାରର ଶ୍ରେଷ୍ଠ ଡେବ୍ୟୁ ଆଓ୍ବାର୍ଡ ମିଳିଥିଲା। ଏବେ ସେ ଫିଲ୍ମରୁ ଦୂରେଇ ଯାଇଥିଲେ ହେଁ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ। ବିବେକଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ପାଖାପାଖି ୧୫ ମିଲିୟନ୍‌ ଡଲାର ଅର୍ଥାତ ୧୧୦ କୋଟିରୁ ଅଧିକ। ସେହିଭଳି ଏକ ଫିଲ୍ମ ପାଇଁ ସେ ୩ ରୁ ୪ କୋଟି ଟଙ୍କା ନେଇଥାନ୍ତି। ସେ ଜଣେ ଅଭିନେତା ସାଙ୍ଗକୁ ପ୍ରଯୋଜନା କମ୍ପାନୀ ‘ଓବରୟ ମେଗା ଏଣ୍ଟରଟେନ୍‌ମେଣ୍ଟ’ର ମାଲିକ। ଏଥିସହ ତାଙ୍କର ଅନ୍ୟ ଏକ କମ୍ପାନୀ କର୍ମ ଇନ୍‌ଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ୍‌ ଲିମିଟେଡ୍‌ ରହିଛି। ବିବେକଙ୍କ ଅଭିନୟ ଜୀବନକୁ ଯଦି ଦେଖାଯାଏ ତେବେ ସେ ରାମ ଗୋପାଳ ବର୍ମାଙ୍କ ଫିଲ୍ମରୁ ନିଜର ଡେବ୍ୟୁ କରିଥିଲେ। ପରେ ସେ ମସ୍ତି, ୟୁବା, କିସନା: ଦ ଓ୍ବାରିୟର ପୋଏଟ୍‌, ଓମ୍‌କାରା, ନକ୍ସା, ଶୁଟ୍‌ ଆଉଟ୍‌ ଆଟ୍‌ ଲୋଖଣ୍ଡଓ୍ବାଲା, ମିଶନ ଇସ୍ତାବୁଲ, ରକ୍ତ ଚରିତ୍ର, କୃଷ ୩, ଗ୍ରେଟ୍‌ ଗ୍ରାଣ୍ଡ ମସ୍ତି, ରୁସ୍ତମ ଭଳି ଫିଲ୍ମରେ କାମ କରିଛନ୍ତି। The post ଫିଲ୍ମରୁ ଦୂରରେ, ହେଲେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ଏହି ବଲିଉଡ୍‌ ଅଭିନେତା appeared first on Dharitri Odia News.