ବିଧାନସଭା ସଟଡାଉନ,ଦିନକ ପାଇଁ ଲାଗିଲା କଟକଣା: ଜଣେ କର୍ମଚାରୀଙ୍କ ସମ୍ପର୍କୀୟ ପଜିଟିଭ୍ ଚିହ୍ନଟ ହେବା ପରେ ପଦକ୍ଷେପ ନିଆଯାଇଥିବା ବାଚସ୍ପତିଙ୍କ ସୂଚନା

କନକ ବ୍ୟୁରୋ: ବିଧାନସଭା ସଟଡାଉନ । ଦିନକ ପାଇଁ ବିଧାନସଭାକୁ ସଟଡାଉନ ଘୋଷଣା କରାଯାଇଛି । ବିଧାନସଭାର ଜଣେ କର୍ମଚାରୀଙ୍କ ସମ୍ପର୍କୀୟ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନିଆଯାଇଛି । ସେଥିପାଇଁ ଆଜି ବିଧାନସଭା ଗେଟକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖାଯାଇଛି । ଏହି ସମୟରେ ବିଧାନସଭାକୁ ସାନିଟାଇଜ୍ କରାଯିବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଆସନ୍ତା ସୋମବାର ପରେ ପରବର୍ତି ନିଷ୍ପତି ନିଆଯିବ । ପୂର୍ବରୁ […]

ବିଧାନସଭା ସଟଡାଉନ,ଦିନକ ପାଇଁ ଲାଗିଲା କଟକଣା: ଜଣେ କର୍ମଚାରୀଙ୍କ ସମ୍ପର୍କୀୟ ପଜିଟିଭ୍ ଚିହ୍ନଟ ହେବା ପରେ ପଦକ୍ଷେପ ନିଆଯାଇଥିବା ବାଚସ୍ପତିଙ୍କ ସୂଚନା
କନକ ବ୍ୟୁରୋ: ବିଧାନସଭା ସଟଡାଉନ । ଦିନକ ପାଇଁ ବିଧାନସଭାକୁ ସଟଡାଉନ ଘୋଷଣା କରାଯାଇଛି । ବିଧାନସଭାର ଜଣେ କର୍ମଚାରୀଙ୍କ ସମ୍ପର୍କୀୟ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନିଆଯାଇଛି । ସେଥିପାଇଁ ଆଜି ବିଧାନସଭା ଗେଟକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖାଯାଇଛି । ଏହି ସମୟରେ ବିଧାନସଭାକୁ ସାନିଟାଇଜ୍ କରାଯିବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଆସନ୍ତା ସୋମବାର ପରେ ପରବର୍ତି ନିଷ୍ପତି ନିଆଯିବ । ପୂର୍ବରୁ ୨ ବିଧାୟକ ଷ୍ଟାଣ୍ଡିଂ କମିଟି ମିଟିଂରେ ଯୋଗ ଦେବା ପରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏପଟେ, ରାଜ୍ୟରେ ଦିନକରେ ରେକର୍ଡ ସଂଖ୍ୟକ ୭୫୫ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୫୦୮ ଓ ସ୍ଥାନୀୟ ଅଂଚଳରୁ ୨୪୭ ଆକ୍ରାନ୍ତ ହୋଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୩୨୦, ଯାଜପୁରରୁ ୮୬, ସୁନ୍ଦରଗଡରୁ ୬୨, କଟକରୁ ୫୫, ଖୋର୍ଦ୍ଧାରୁ ୫୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂଖ୍ୟା ୧୧ ହଜାର ୯୫୬ରେ ପହଁଚିଛି । ଏମାନଙ୍କ ମଧ୍ୟରେୁ ୭ହଜାର ୪୦୭ ଜଣ ସୁସ୍ଥ ହୋଇଥିବାବେଳେ ୪ ହଜାର ୪୭୬ ସୁସ୍ଥ ହୋଇଛନ୍ତି । ଗତକାଲି ପରୀକ୍ଷା କରାଯାଇଥିବା ୬ ହଜାର ୪୫୬ ନମୁନା ପରୀକ୍ଷାରୁ ଏହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ କରୋନାରେ ଆଉ ୪ଜଣଙ୍କର ମୃତ୍ୟୁ ହେବା ସହ ମୋଟ ମୃତ୍ୟୁ ସଂଖ୍ୟା ୫୬ରେ ପହଁଚିଛି । ମୃତ୍ୟୁ ହୋଇଥିବା ୪ଜଣ ରୋଗୀଙ୍କ ଘର ଗଞ୍ଜାମ ଜିଲ୍ଲାରେ ବୋଲି ସୂଚନା ଦେଇଛନ୍ତି ସରକାର । ଏଥି ସହ ଆଉ ୨ଜଣ ଅନ୍ୟ ରୋଗରେ ପୀଡିତ ଥିବା କାରଣରୁ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି ।