ବିବାହ ଭୋଜି ଖାଇ ଫେରୁଥିବା ବେଳେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

 ଆଠଗଡ  ତା ୦୫-୦୫-୨୩ ଏକ ବିବାହ ଭୋଜି ଖାଇ ଫେରୁଥିବା ବେଳେ ଜନୈକ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡିଛି। ଘଟଣା ରୁ ପ୍ରକାଶ ଯେ ଆଠଗଡ ଥାନା ଅନ୍ତର୍ଗତ ଗଉଡଝରୀ ମନ୍ଦିରରେ  ଏକ ବିବାହ ଉତ୍ସବ ରେ ବରର ସାଙ୍ଗ ମାନେ ଭୋଜି ଖାଇବାକୁ ଯାଇଥିଲେ। ଭୋଜି ଖାଇବାକୁ ଖୁଣ୍ଟକଟା ଗ୍ରାମ ର ବିଜୟ ନାୟକ ଙ୍କ ପୁଅ ବିଷ୍ଣୁ ପ୍ରସାଦ ନାୟକ (୨୬) ପାଣ୍ଡବ ନାୟକ ଙ୍କ ପୁଅ, ରାଜେନ୍ଦ୍ର ନାୟକ(୩୦) ଓ ନିରଞ୍ଜନ ନାୟକ ଙ୍କ ପୁଅ ପିଣ୍ଟୁ ନାୟକ(୨୪) ବାଇକରେ ଯାଇଥିଲେ। ସେଠାକୁ ଆଠଗଡ  ଥାନା ଅନ୍ତର୍ଗତ ରାଧାଗୋବିନ୍ଦପୁର  ଗ୍ରାମ ର ହାପି ନାମକ ଜନୈକ ଯୁବକ ମଧ୍ୟ ତାଙ୍କ ସାଙ୍ଗ ମାନଙ୍କ ସହିତ ଯାଇଥିଲେ। କୌଣସି କାରଣ ବଶତଃ ହାପି ଓ ଅନ୍ୟ ତିନି ଜଣଙ୍କ ସହ ଯୁକ୍ତି ତର୍କ ହୋଇଥିଲା। ଏହା ପରେ ଉଭୟେ ବାଇକରେ  ଫେରୁଥିବା ସମୟରେ ହାପି ଆଠଗଡ ଟାଉନ ସନ୍ନିକଟ ହିରୋହୋଣ୍ତା ସୋ ରୁମ ଠାରେ ଗାଡି ଅଟକାଇ ଗାଳିଗୁଲଜ କରିଥିବା ବେଳେ ସେମାନେ ପଳାଇ ଆସି ଆଠଗଡ ଟାଉନର ରଥଗଡାଛକ ଠାରେ ପହଞ୍ଚିବା ସମୟରେ ହାପି ତାର ଗାଡିକୁ ଆଡ ପକାଇ ବିଷ୍ଣୁର ମୁଣ୍ଡକୁ ଖଣ୍ତାରେ ହାଣି ପକାଇ ଥିଲା। ସ୍ଥାନୀୟ ଲୋକମାନେ ତୁରନ୍ତ ତାକୁ ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲେ। ବିଷ୍ଣୁ ର ମୁଣ୍ଡ , ପେଟ ଓ ଡାହାଣ ହାତ ରେ ଗୁରୁତର ଆଘାତ ହୋଇଛି। ଅଧିକ ଚିକିତ୍ସା ପାଇଁ ବିଷ୍ଣୁ କୁ କଟକ  ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ବୋଲି ଡାକ୍ତରଖାନା ସୂତ୍ରରୁ ଜଣାପଡିଛି।। ଖବର ପାଇ ଆଠଗଡ ଏସ ଡି ପି ଓ ବିଜୟ କୁମାର ବିଶି ଓ ଆଠଗଡ ଥାନା ଆଇ ଆଇ ସି ବାମଦେବ ସ୍ଵାଇଁ ମେଡିକାଲରେ ପହଞ୍ଚି ଘଟଣା ର ତଦନ୍ତ କରିଛନ୍ତି। ରିପୋର୍ଟ ଲେଖା ହେଲାବେଳକୁ ଆଠଗଡ ଥାନାରେ କୌଣସି ଅଭିଯୋଗ ହୋଇ ନାହିଁଁ ବୋଲି ଆଠଗଡ଼ ପୋଲିସ ସୂତ୍ରରୁ ଜଣାପଡିଛି।            