ବାର୍‌ହା ଶିକାର ପାଇଁ ବିଛାଯାଇଥିଲା ତାର, ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରଦୀପ ମୃତ

ଦେବଗଡ ୦୯।୦୧ : ବାର୍‌ହା ଫାଶରେ ଚାଲିଗଲା ଜୀବନ । ମୃତକଙ୍କ ନାମ ପ୍ରଦୀପ ପ୍ରଧାନ ବୋଲି ଜଣାପଡିଛି । ଦେଓଗଡ଼ ଜିଲ୍ଲା ରିଆମାଳ ଥାନା ଶାମପାଲି ଗାଁର ଘଟଣା । ଖବର ଅନୁଯାୟୀ, ରିଆମାଳ ଥାନା ଅନ୍ତର୍ଗତ ଶାମପାଲି ଗାଁରେ ବାର୍‌ହା ମାରିବାକୁ ବସାଯାଇଥିବା ବିଦ୍ୟୁତ ଫାସ ବିଛାଯାଇଥିଲା । ଟିକିରା ନଦୀ କୂଳରେ ଝରାନାଳୀ ଠାରେ ବସାଯାଇଥିଲା ବିଦ୍ୟୁତ  ଫାସ । ତେବେ ଲାଗିଥିବା ଏହି ବିଦ୍ୟୁତ ତାର  ସଂସ୍ପର୍ଶରେ ଆସି ଜଣଣଙ୍କର  ମୃତ୍ୟୁ ହୋଇଯାଇଛି । ମୃତକ ହେଲେ ଶାମପାଲି ଗାଁର ପ୍ରଦୀପ ପ୍ରଧାନ । ଘରକୁ ନଫେରିବାରୁ ବହୁ ସମୟ ଧିର ଖୋଜାଖୋଜି କରିବା ପରେ ମୃତ ଅବସ୍ଥାରେ ଦେଖିବାକୁ ମିଳିଥିଲା ।