ବହୁ ସମ୍ପତ୍ତିର ମାଲିକ ଥିଲେ ସିଦ୍ଧାର୍ଥ ଶୁକ୍ଳା, କାର ଏବଂ ବାଇକ୍‌ରେ ଥିଲା ବଡ଼ ସଉକ

ନୂଆଦିଲ୍ଲୀ ୨/୦୯: ଟେଲିଭିଜନ୍‌ ଦୁନିଆରେ ଏକ ଚର୍ଚ୍ଚିତ ଚେହେରା ଏବଂ ଲୋକପ୍ରିୟ କଳାକାର ସିଦ୍ଧାର୍ଥ ଶୁକ୍ଳାଙ୍କୁ ଝୁରୁଛନ୍ତି ଫ୍ୟାନ୍ସ ।  କେହି କେହି ଏବେ ବି ବିଶ୍ବାସ କରିବାକୁ ନାରାଜ, ସେ ଆଉ ନାହାନ୍ତିଁ । ସେ ଆଉ କେବେ ଫେରିବେ ନାହିଁ। ଅଫେରା ରାଇଜରେ ବିଗବସ୍‌ ୧୩ର ବିଜେତା ସିଦ୍ଧାର୍ଥ। ସେ ବହୁ କମ୍‌ ସମୟରେ ଲୋକପ୍ରିୟତା ହାସଲ କରିବାରେ ସକ୍ଷମ ହୋଇଥିଲେ।  ତାଙ୍କର ଫ୍ୟାନ ଫଲୋୟର୍ସ କିଛି କମ୍‌ ନଥିଲେ। ଏପରିକି ବଲିଉଡର ଆଗଧାଡ଼ିର ଷ୍ଟାର ମଧ୍ୟ ତାଙ୍କ ଦିଓ୍ବାନା ଥିଲେ।  ଠିକ୍‌ ଏହି ସମୟରେ କେବଳ ୪୦ ବର୍ଷ ବୟସରେ ଆରପାରିରୁ ଡାକରା ଆସିଲା ଆଉ ସେ ଚାଲିଗଲେ। ଏବେ ତାଙ୍କ ପାଇଁ ପରିବାର ଝୁରୁଛି ଏବଂ ଝୁରୁଛନ୍ତି ଫ୍ୟାନ୍ସ।  ସିଦ୍ଧାର୍ଥ କମ୍‌ ସମୟରେ ବହୁ ଟଙ୍କା ରୋଜଗାର କରିବା ସହ ନିଜର ସୌଖିନ ଜୀବନଶୈଳୀ ପାଇଁ ମଧ୍ୟ ସେ ଆଲୋଚନାର ପ୍ରସଙ୍ଗ ପାଲଟିଥିଲେ। ସିଦ୍ଧାର୍ଥ ଶୁକ୍ଳା ୨୦୦୮ରେ ଟିଭି ଶୋ ‘ବାବୁଲ କା ଆଙ୍ଗନ ଛୁଟେ ନା’ରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ତାଙ୍କର ଲୁକ୍‌ ଏବଂ ଅଭିନୟର ଯାଦୁ କୋଟି କୋଟି ଫ୍ୟାନ୍ସଙ୍କୁ କାବୁ କରିଥିଲା। ୪୦ ବର୍ଷୀୟ ଅଭିନେତାଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି ଥିଲା। ଜି ନ୍ୟୁଜରେ ପ୍ରକାଶିତ ଖବର ମୁତାବିକ, ସିଦ୍ଧାର୍ଥ ଶୁକ୍ଳା ୮.୮୦ କୋଟି ଟଙ୍କା ସମ୍ପତ୍ତିର ମାଲିକ ଥିଲେ। ସେ ପ୍ରତିମାସ ୧୦ ଲକ୍ଷ ଟଙ୍କା ରୋଜଗାର କରିପାରୁଥିଲେ। ଲାଇଫ ଷ୍ଟାଇଲ୍‌ ଭଲ ଥିବା ବେଳେ ତାଙ୍କ କ୍ୟାରିୟରର ଗ୍ରାଫ ଉପରକୁ ଉଠି ଚାଲିଥିଲା। କିନ୍ତୁ ମୃତ୍ୟୁ କିଛି ବୁଝିଲା ନାହିଁ, ତାଙ୍କୁ କବଳିତ କରିନେଲା ।  View this post on Instagram A post shared by Sidharth Shukla (@realsidharthshukla) ତେବେ ନିକଟରେ ସିଦ୍ଧାର୍ଥ ମୁମ୍ବାଇରେ ଏକ ବିଳାଶପୂର୍ଣ୍ଣ ଘର କିଣିଥିଲେ। ମୋଟର ବାଇକ୍‌ ପ୍ରତି ଅଭିନେତାଙ୍କ ବଡ଼ ସଉକ ଥିଲା। ସେ ହାର୍ଲେ ଡେଭିଡସନ୍‌ ଫ୍ୟାଟ ବବ୍‌ ମୋଟର ସାଇକେଲ୍‌ , ବିଏମଡବ୍ଲୁ ଏକ୍ସ ୫ ଭଳି କାର ଏବଂ ବାଇକ୍‌ ଚଳାଉଥିଲେ। View this post on Instagram A post shared by Sidharth Shukla (@realsidharthshukla)