ଭାରତୀ ସିଂଙ୍କ ସ୍ୱାମୀ ହର୍ଷ ଗିରଫ: ଡ୍ରଗ୍ସ ମାମଲାରେ କମେଡି କୁଇନ ଭାରତୀ ସିଂଙ୍କ ସ୍ୱାମୀଙ୍କୁ ବାନ୍ଧିଲା ଏନସିବି; ଗଞ୍ଜେଇ ଖାଉଥିବା କଥାକୁ କରିଥିଲେ ସ୍ୱୀକାର

କନକ ବ୍ୟୁରୋ: ଗିରଫ ହେଲେ ଭାରତୀ ସିଂଙ୍କ ସ୍ୱାମୀ ହର୍ଷ । ହାସ୍ୟ ଅଭିନେତ୍ରୀ ଭାରତ ସିଂଙ୍କ ପରେ ଡ୍ରଗ୍ସ ମାମଲାରେ ଏନସିବି ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ମଧ୍ୟ ଗିରଫ କରିଛି। ଶନିବାର ଦିନ ଭାରତୀ ଏବଂ ହର୍ଷଙ୍କ ଘରେ ଚଢାଉ କରିଥିବା ବେଳେ ସେମାନଙ୍କ ଘରୁ ଗଂଜେଇ ଜବତ କରିଥିଲା ନାର୍କୋଟିକ୍ସ କଟ୍ରୋଂଲ ବ୍ୟୁରୋ । କେବଳ ଏତିକି ନୁହେଁ, ଏନସିବି ଅଧିକାରୀଙ୍କ ସହ ପଚରାଉଚରା ବେଳେ ହର୍ଷ ଏବଂ ଭାରତ ନିଶା ସେବନ […]

ଭାରତୀ ସିଂଙ୍କ ସ୍ୱାମୀ ହର୍ଷ ଗିରଫ: ଡ୍ରଗ୍ସ ମାମଲାରେ କମେଡି କୁଇନ ଭାରତୀ ସିଂଙ୍କ ସ୍ୱାମୀଙ୍କୁ ବାନ୍ଧିଲା ଏନସିବି; ଗଞ୍ଜେଇ ଖାଉଥିବା କଥାକୁ କରିଥିଲେ ସ୍ୱୀକାର
କନକ ବ୍ୟୁରୋ: ଗିରଫ ହେଲେ ଭାରତୀ ସିଂଙ୍କ ସ୍ୱାମୀ ହର୍ଷ । ହାସ୍ୟ ଅଭିନେତ୍ରୀ ଭାରତ ସିଂଙ୍କ ପରେ ଡ୍ରଗ୍ସ ମାମଲାରେ ଏନସିବି ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ମଧ୍ୟ ଗିରଫ କରିଛି। ଶନିବାର ଦିନ ଭାରତୀ ଏବଂ ହର୍ଷଙ୍କ ଘରେ ଚଢାଉ କରିଥିବା ବେଳେ ସେମାନଙ୍କ ଘରୁ ଗଂଜେଇ ଜବତ କରିଥିଲା ନାର୍କୋଟିକ୍ସ କଟ୍ରୋଂଲ ବ୍ୟୁରୋ । କେବଳ ଏତିକି ନୁହେଁ, ଏନସିବି ଅଧିକାରୀଙ୍କ ସହ ପଚରାଉଚରା ବେଳେ ହର୍ଷ ଏବଂ ଭାରତ ନିଶା ସେବନ କରିଥିବା ସ୍ୱୀକାର କରିଛନ୍ତି। କମେଡି କୁଇନ୍ ଭାରତୀ ସିଂଙ୍କ ପରେ ଗିରଫ ହେଲେ ହର୍ଷ ଲିମ୍ବାଚିୟା । ଟେଲିଭିଜନ ପରଦାରେ ଦର୍ଶକଙ୍କୁ ହସେଇ ହସେଇ ବେଦମ କରୁଥିବା ଏହି ଯୋଡିକୁ ଗିରଫ କରିଛି ଏନସିବି । ଏନଡିପିଏସ ଆକ୍ଟର ନିୟମ ଅନୁସାରେ ଉଭୟଙ୍କୁ ଗିରଫ କରିଥିବା ବେଳେ ଶନିବାର ଦିନ ଏନସିବି ମୁମ୍ବାଇର ତିନିଟି ସ୍ଥାନରେ ଚଢ଼ାଉ କରିଥିଲା । ପ୍ରଥମେ ଖାରସ୍ଥିତ ଏକ ଘରେ ଚଢ଼ାଉ କରିଥିଲା । ଏହି ସମୟରେ ଏଲଏସଡି, ୪୦ ଗ୍ରାମ ଗଞ୍ଜେଇ ସହିତ କେତେକ ନିଷେଧ ଡ୍ରଗ୍ସ ପାଇଥିଲା ତଦନ୍ତକାରୀ ଟିମ୍ । ଏଥିସହ ଜଣେ ୨୧ ବର୍ଷିୟ ଡ୍ରଗ୍ସ ପେଡଲରକୁ ଧରାପଡିଥିଲା  । ତାପରେ ଭାରତୀଙ୍କ ପ୍ରଡକ୍ସନ ଅଫିସ ଓ ବାସଭବନରେ ଚଢ଼ାଉ କରିଥିଲା । ଏହି ସମୟରେ ଭାରତୀଙ୍କ ଘରୁ ୮୬ ଦଶମିକ ୫ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା । ଏତେ ପରିମାଣରେ ଗଞ୍ଜେଇ ମିଳିବା ପରେ ଭାରତୀଙ୍କୁ ପଚରାଉଚରା ପାଇଁ ସମନ କରିଥିଲା । ସମନ ପାଇବା ପରେ ହାଜର ହୋଇଥିଲେ ଭାରତୀ । ଦୀର୍ଘ ସମୟ ଧରି ତାଙ୍କୁ ପଚରାଉଚରା କରାଯାଇଥିଲା । ଏହାପରେ ଭାରତୀଙ୍କ ସ୍ୱାମୀ ହର୍ଷଙ୍କୁ ପଚରାଉଚରା କରାଯାଇଥିଲା ଏବଂ ଆଜି ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ସୋନି ଟିଭିରେ ପ୍ରସାରିତ ଦି କପିଲ ଶର୍ମା ସୋରେ ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସି ଦର୍ଶକଙ୍କ ମନ ଜିଣୁଥିଲେ ଏହି ଯୋଡି ।