ମାଡି ଆସୁଛି “ୟାସ୍” ପାରାଦ୍ବୀପ ଠାରୁ 200 କିମି ଏବଂ ବାଲେଶ୍ବରରୁ 290 କିମି, ସେପଟେ କୁଳ ଲଙ୍ଘିଲାଣି ଅଶାନ୍ତ ସମୁଦ୍ର

ମାଡି ଆସୁଛି “ୟାସ୍” ବାଲେଶ୍ବରର ଦକ୍ଷିଣରେ, 26 ମଇ ବୁଧବାର ମଧ୍ୟାହ୍ନରେ ଏକ ଅତି ଭୟଙ୍କର ସାମୁଦ୍ରିକ ଝଡ ଭାବରେ । ଏହାର ପ୍ରଭାବରେ 25 ଓ 26 ରେ ଓଡିଶା ଉପରେ ବିଚ୍ଛିନ୍ନ ଅତ୍ୟଧିକ ପ୍ରବଳ ବର୍ଷା ହେବାର ସମ୍ଭାବନା। ତେବେ ଏହି ସମୟରେ ମତ୍ସ୍ୟଜୀବୀମାନଙ୍କୁ 25 ମଇ 26 ତାରିଖ ପର୍ଯ୍ୟନ୍ତ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏବଂ ଉତ୍ତର ବଙ୍ଗୋପସାଗରରେ ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ-ଓଡିଶା-ପଶ୍ଚିମବଙ୍ଗ – ବାଂଲାଦେଶ ଉପକୂଳରେ ପ୍ରବେଶ ନକରିବାକୁ ପରାମର୍ଶ ଦିଆଯାଇଛି ।ଏହା ସହିତ  […]

ମାଡି ଆସୁଛି “ୟାସ୍” ବାଲେଶ୍ବରର ଦକ୍ଷିଣରେ, 26 ମଇ ବୁଧବାର ମଧ୍ୟାହ୍ନରେ ଏକ ଅତି ଭୟଙ୍କର ସାମୁଦ୍ରିକ ଝଡ ଭାବରେ । ଏହାର ପ୍ରଭାବରେ 25 ଓ 26 ରେ ଓଡିଶା ଉପରେ ବିଚ୍ଛିନ୍ନ ଅତ୍ୟଧିକ ପ୍ରବଳ ବର୍ଷା ହେବାର ସମ୍ଭାବନା। ତେବେ ଏହି ସମୟରେ ମତ୍ସ୍ୟଜୀବୀମାନଙ୍କୁ 25 ମଇ 26 ତାରିଖ ପର୍ଯ୍ୟନ୍ତ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏବଂ ଉତ୍ତର ବଙ୍ଗୋପସାଗରରେ ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ-ଓଡିଶା-ପଶ୍ଚିମବଙ୍ଗ – ବାଂଲାଦେଶ ଉପକୂଳରେ ପ୍ରବେଶ ନକରିବାକୁ ପରାମର୍ଶ ଦିଆଯାଇଛି ।ଏହା ସହିତ  ସମୁଦ୍ରରେ 2 ରୁ 4 ମିଟର ଉଚ୍ଚତା ବିଶିଷ୍ଟ ଜୁଆର ତରଙ୍ଗ ମେଦିନୀପୁର, ବାଲେଶ୍ବର, ଭଦ୍ରକ ସମ୍ଭାବନା ଅଛି। ଏହା ପ୍ରଭାବରେ 155 ରୁ 165 ବେଗରେ ପଡନ ବହିବାର ସମ୍ଭାବନା ରହିଛି। ସେପଟେ  “ୟାସ୍” ସ୍ଥଳଭାଗ ଛୁଇଁବା ପୁର୍ବରୁ ଉପକୂଳ ଅଞ୍ଚଳରେଏହାର ପ୍ରଭାବରେ ଝଡ ତୋଫାନ୍ ସହିତ ହୋଇଛି ଏବଂ ସମୁଦ୍ରରେ ଉଚ୍ଚ ଲହରୀ ମଧ୍ୟ କୁଳ ଲଙ୍ଘିଲାଣି। Share Tweet Share