ରାଜ୍ୟରେ ଶୀତଳ ଲହରୀ ଜାରି: ୧୮ରେ କମିବ

ଭୁବନେଶ୍ୱର, ୧୬ା୧ (ଓଡିଶା ଭାସ୍କର): ରାଜ୍ୟରେ ପୁଣି ଶୀତର ପ୍ରକୋପ ବୃଦ୍ଧି ପାଇଛି । ଗତ କିଛିଦିନ ହେଲା ତାପମାତ୍ରାରେ ବୃଦ୍ଧି ଘଟିଥିବା ବେଳେ ଆଜି ପୁଣି ହ୍ରାସ ପାଇଛି । ତେବେ ଏହି ସ୍ଥିତି ୧୮ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପାଖାପାଖି ୧୦ ଦିନ ପରେ ଫୁଲବାଣୀର ତାପମାତ୍ରା ୬ ଡିଗ୍ରୀକୁ ଖସିଛି । ଫୁଲବାଣୀ ସହ ୪ ସହରର ତାପମାତ୍ରା ୪ […] The post ରାଜ୍ୟରେ ଶୀତଳ ଲହରୀ ଜାରି: ୧୮ରେ କମିବ appeared first on Odisha Bhaskar.

ରାଜ୍ୟରେ ଶୀତଳ ଲହରୀ ଜାରି: ୧୮ରେ କମିବ
ଭୁବନେଶ୍ୱର, ୧୬ା୧ (ଓଡିଶା ଭାସ୍କର): ରାଜ୍ୟରେ ପୁଣି ଶୀତର ପ୍ରକୋପ ବୃଦ୍ଧି ପାଇଛି । ଗତ କିଛିଦିନ ହେଲା ତାପମାତ୍ରାରେ ବୃଦ୍ଧି ଘଟିଥିବା ବେଳେ ଆଜି ପୁଣି ହ୍ରାସ ପାଇଛି । ତେବେ ଏହି ସ୍ଥିତି ୧୮ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପାଖାପାଖି ୧୦ ଦିନ ପରେ ଫୁଲବାଣୀର ତାପମାତ୍ରା ୬ ଡିଗ୍ରୀକୁ ଖସିଛି । ଫୁଲବାଣୀ ସହ ୪ ସହରର ତାପମାତ୍ରା ୪ ଡିଗ୍ରୀ ତଳେ ରହିଛି । ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ପାଇବା ସହ ଉପକୂଳରେ ୧ ଡିଗ୍ରୀ କମିଛି । ଫୁଲବାଣୀର ତାପମାତ୍ରା ୫.୮ ଡିଗ୍ରୀ, ଝାରସୁଗୁଡ଼ା ୭.୪, କେନ୍ଦୁଝର ୯.୯, ସୋନପୁର ୧୦.୨, ଭବାନିପାଟଣା ୧୦.୫, ସମ୍ବଲପୁର ୧୦.୮, ଦାରିଙ୍ଗବାଡ଼ି ୮.୫ ଡିଗ୍ରୀ, ସୁନ୍ଦରଗଡ଼ ୯ ଡିଗ୍ରୀ ଓ ବଲାଙ୍ଗିରରେ ୧୦ ଡିଗ୍ରୀ ତାପମାତ୍ରା ରହିଥିଲା । କେନ୍ଦୁଝର, ଅନୁଗୁଳ, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ କୁହୁଡ଼ି ଦେଖିବାକୁ ମିଳିଥିଲା । The post ରାଜ୍ୟରେ ଶୀତଳ ଲହରୀ ଜାରି: ୧୮ରେ କମିବ appeared first on Odisha Bhaskar.