ଶିକ୍ଷାରୁ ବଞ୍ଚିତ ହେବେ ଅର୍ଦ୍ଧାଧିକ ଆଫଗାନ୍‌

କାବୁଲ, ୧୯ା୯: ଉଚ୍ଚ ବିଦ୍ୟାଳୟରେ କେବଳ ଛାତ୍ରଙ୍କୁ ଶିକ୍ଷାଦାନର ଅନୁମତି ଦେଇ ତାଲିବାନ୍‌ ଆଫଗାନିସ୍ତାନର ସମସ୍ତ ଛାତ୍ରୀଙ୍କୁ ଏଥିରୁ ବଞ୍ଚିତ କରିଛି। ଏହା ଦ୍ୱାରା କୌଣସି ଦେଶର ଅର୍ଦ୍ଧାଧିକ ଜନସଂଖ୍ୟା ମାଧ୍ୟମିକ ଶିକ୍ଷାରୁ ବାଦ୍‌ ପଡ଼ିବାରେ ଆଫଗାନିସ୍ତାନ ବିଶ୍ୱର ପ୍ରଥମ ରାଷ୍ଟ୍ର ହେବ। ପ୍ରାୟ ମାସେ କାଳ ଧରି ଦେଶରେ ଅସ୍ଥିରତା ଲାଗି ରହିବା ପରେ ତାଲିବାନ୍‌ ସରକାର ଶୁକ୍ରବାର ସ୍କୁଲଗୁଡ଼ିକୁ ଖୋଲିବା ସହ ପାଠପଢ଼ା ପାଇଁ କେବଳ ଛାତ୍ର ଏବଂ ଶିକ୍ଷକମାନଙ୍କୁ ଅନୁମତି ଦେଇଥିଲା। ତାଲିବାନ୍‌ […] The post ଶିକ୍ଷାରୁ ବଞ୍ଚିତ ହେବେ ଅର୍ଦ୍ଧାଧିକ ଆଫଗାନ୍‌ appeared first on Dharitri Odia News.

ଶିକ୍ଷାରୁ ବଞ୍ଚିତ ହେବେ ଅର୍ଦ୍ଧାଧିକ ଆଫଗାନ୍‌
କାବୁଲ, ୧୯ା୯: ଉଚ୍ଚ ବିଦ୍ୟାଳୟରେ କେବଳ ଛାତ୍ରଙ୍କୁ ଶିକ୍ଷାଦାନର ଅନୁମତି ଦେଇ ତାଲିବାନ୍‌ ଆଫଗାନିସ୍ତାନର ସମସ୍ତ ଛାତ୍ରୀଙ୍କୁ ଏଥିରୁ ବଞ୍ଚିତ କରିଛି। ଏହା ଦ୍ୱାରା କୌଣସି ଦେଶର ଅର୍ଦ୍ଧାଧିକ ଜନସଂଖ୍ୟା ମାଧ୍ୟମିକ ଶିକ୍ଷାରୁ ବାଦ୍‌ ପଡ଼ିବାରେ ଆଫଗାନିସ୍ତାନ ବିଶ୍ୱର ପ୍ରଥମ ରାଷ୍ଟ୍ର ହେବ। ପ୍ରାୟ ମାସେ କାଳ ଧରି ଦେଶରେ ଅସ୍ଥିରତା ଲାଗି ରହିବା ପରେ ତାଲିବାନ୍‌ ସରକାର ଶୁକ୍ରବାର ସ୍କୁଲଗୁଡ଼ିକୁ ଖୋଲିବା ସହ ପାଠପଢ଼ା ପାଇଁ କେବଳ ଛାତ୍ର ଏବଂ ଶିକ୍ଷକମାନଙ୍କୁ ଅନୁମତି ଦେଇଥିଲା। ତାଲିବାନ୍‌ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା ହେବା ପରେ ଶନିବାରଠାରୁ ସପ୍ତମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବିଦ୍ୟାଳୟ ଖୋଲିଛି। ତେବେ ତାଲିବାନ୍‌ର ମହିଳା ବିରୋଧୀ ଏଭଳି ନିଷ୍ପତ୍ତି ଯୋଗୁ ଛାତ୍ରୀ ଏବଂ ଶିକ୍ଷୟିତ୍ରୀଙ୍କ ଭବିଷ୍ୟତ ଅନ୍ଧକାରକୁ ଚାଲିଯିବାର ଆଶଙ୍କା ଉପୁଜିଛି। ଆଫଗାନିସ୍ତାନରେ ସକ୍ରିୟ ପାକ୍‌ ବିରୋଧୀ ସଙ୍ଗଠନ: ଇମ୍ରାନ୍‌ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ପାକିସ୍ତାନ ବିରୋଧରେ ଆଫଗାନିସ୍ତାନରେ ସକ୍ରିୟ ଅଛନ୍ତି ୩ ସଙ୍ଗଠନ। ଆତଙ୍କବାଦୀଙ୍କ ସ୍ଥାୟୀ ଘର ପାଲଟିଥିବା ପାକିସ୍ତାନ ଏହି ସଙ୍ଗଠନର ଟାର୍ଗେଟରେ ଅଛି ବୋଲି ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ କହିଛନ୍ତି। ତାଜିକିସ୍ତାନ ରାଷ୍ଟ୍ରପତି ଇମୋମାଲି ରେହମାନ୍‌ଙ୍କ ସହ ଶୁକ୍ରବାର ଦୁଶାନବେଠାରେ ଏକ ସମ୍ମିଳନୀରେ ଯୋଗ ଦେଇ ଇମ୍ରାନ ଏହା କହିଛନ୍ତି। ପଞ୍ଜଶିର ସ୍ଥିତି ଚିନ୍ତାଜନକ ଥିବାରୁ ଏ ନେଇ ସେ ତାଲିବାନ୍‌ ସହ ଆଲୋଚନା କରିବେ। ପାକିସ୍ତାନ ଓ ତାଜିକିସ୍ତାନ କଥାବାର୍ତ୍ତା ମାଧ୍ୟମରେ ଆଫଗାନିସ୍ତାନର ପଞ୍ଜଶିର ଉପତ୍ୟକାରେ ଶାନ୍ତି ପ୍ରତିଷ୍ଠା ଚାହୁଁଛନ୍ତି। ଆଫଗାନିସ୍ତାନରେ ସ୍ଥିରତା ବଜାୟ ନ ରହିଲେ ଏହା ଦ୍ୱାରା ପଡ଼ୋଶୀ ଦେଶ ପ୍ରଭାବିତ ହେବେ। ତେଣୁ ସେଠାରେ ଏକ ପୂର୍ଣ୍ଣ ସରକାର ଗଠନ ଜରୁରୀ ବୋଲି ଇମ୍ରାନ କହିଛନ୍ତି।   The post ଶିକ୍ଷାରୁ ବଞ୍ଚିତ ହେବେ ଅର୍ଦ୍ଧାଧିକ ଆଫଗାନ୍‌ appeared first on Dharitri Odia News.