ସୁନା, ରୁପା ଭର୍ତ୍ତି ବ୍ୟାଗ ଲୁଟିନେଲେ ଦୁର୍ବୃତ୍ତ

ଜୁନାଗଡ଼,୧୦।୩: କଳାହାଣ୍ଡି ଜିଲା ଜୁନାଗଡ଼ ସହର କଲମପୁରଛକ ନିକଟ ଏକ ଜୁଏଲର୍ସରୁ ବୁଧବାର ଦିନ ଦ୍ୱିପ୍ରହରେ ସୁନା ଓ ରୁପା ଭର୍ତ୍ତି ବ୍ୟାଗକୁ ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି। ମିଳିଥିବା ସୂଚନା ମୁତାବକ,  ଜୁଏଲର୍ସର ଦୋକାନ ମାଲିକ ରଞ୍ଜନ କୁମାର ସାହୁ ସୁନା ଓ ରୁପା ଭର୍ତ୍ତି ବ୍ୟାଗ ଧରି ଦୋକାନ ଖୋଳିବା ପାଇଁ ଆସିଥିଲେ। ଘରୁ ନେଇ ଆସିଥିବା ସୁନା ଓ ରୁପା ବ୍ୟାଗକୁ ତଳେ ରଖି ଦୋକାନ ସଟରରୁ ତାଲା ଖୋଳୁଥିବା ବେଳେ ୨ଜଣ ମୁଖା […] The post ସୁନା, ରୁପା ଭର୍ତ୍ତି ବ୍ୟାଗ ଲୁଟିନେଲେ ଦୁର୍ବୃତ୍ତ appeared first on Dharitri Odia News.

ସୁନା, ରୁପା ଭର୍ତ୍ତି ବ୍ୟାଗ ଲୁଟିନେଲେ ଦୁର୍ବୃତ୍ତ
ଜୁନାଗଡ଼,୧୦।୩: କଳାହାଣ୍ଡି ଜିଲା ଜୁନାଗଡ଼ ସହର କଲମପୁରଛକ ନିକଟ ଏକ ଜୁଏଲର୍ସରୁ ବୁଧବାର ଦିନ ଦ୍ୱିପ୍ରହରେ ସୁନା ଓ ରୁପା ଭର୍ତ୍ତି ବ୍ୟାଗକୁ ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି। ମିଳିଥିବା ସୂଚନା ମୁତାବକ,  ଜୁଏଲର୍ସର ଦୋକାନ ମାଲିକ ରଞ୍ଜନ କୁମାର ସାହୁ ସୁନା ଓ ରୁପା ଭର୍ତ୍ତି ବ୍ୟାଗ ଧରି ଦୋକାନ ଖୋଳିବା ପାଇଁ ଆସିଥିଲେ। ଘରୁ ନେଇ ଆସିଥିବା ସୁନା ଓ ରୁପା ବ୍ୟାଗକୁ ତଳେ ରଖି ଦୋକାନ ସଟରରୁ ତାଲା ଖୋଳୁଥିବା ବେଳେ ୨ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ବ୍ୟାଗ ଧରି ଏକ କଳା ପଲସର ବାଇକ୍‌ ଯୋଗେ ଫେରାର ହୋଇଯାଇଥିଲେ। ଲୁଟ ଘଟଣାର ଚିତ୍ର ଲାଗିଥିବା ସିସିଟିଭିରେ କଏଦ ହୋଇଛି। ଲୁଟ ସୁନା ଓ ରୂପାର ଆନୁମାନିକ ମୂଲ୍ୟ ୧୫ ଲକ୍ଷରୁ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି। ଏ ନେଇ ଜୁନାଗଡ଼ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ ଆଧାରରେ ଘଟଣାର ଯାଞ୍ଚ କରାଯାଉଥିବା ଥାନା ଅଧିକାରୀ ଉତ୍ତମ କୁମାର ସାହୁ ପ୍ରକାଶ କରିଛନ୍ତି। The post ସୁନା, ରୁପା ଭର୍ତ୍ତି ବ୍ୟାଗ ଲୁଟିନେଲେ ଦୁର୍ବୃତ୍ତ appeared first on Dharitri Odia News.