ସୁପ୍ରିମକୋର୍ଟରେ ଦାୟର ପିଟିସନ୍‌ରେ ଦାବି, କରୋନା ଟିକାକରଣରେ ହୋଇଛି ୩୨ ହଜାର କୋଟିର ସ୍କାମ୍

‌ନୂଆଦିଲ୍ଲୀ: ଦେଶରେ ସମ୍ପ୍ରତି କରୋନାର ଭୟଙ୍କର ଦ୍ୱିତୀୟ ଲହରୀ ମଧ୍ୟରେ କୋଭିଡ୍ ସହ ଜଡିତ ଅନେକ ଆବେଦନ ଉପରେ ସୁପ୍ରିମକୋର୍ଟ ଓ ବିଭିନ୍ନ ହାଇକୋର୍ଟରେ ଶୁଣାଣି ଚାଲିଛି । ଏ ସମ୍ବନ୍ଧରେ ପୁଣି ଏକ ପିଟିସନ୍ ସୁପ୍ରିମକୋର୍ଟରେ ଦାୟର କରାଯାଇଛି । ଏଥିରେ ଦାବି କରଯାଇଛି ଯେ, କୋଭିଡ୍‌-୧୯ ବିରୋଧରେ ଦେଶରେ ଚାଲିଥିବା ଟିକାକରଣରେ ୩୨ ହଜାର କୋଟି ଟଙ୍କାର ସ୍କାମ୍ ହୋଇଛି । ଓକିଲ ଦୀପକ ସିଂହଙ୍କ ପକ୍ଷରୁ ଏହି ପିଟିସନ୍ ଦାୟର କରାଯାଇଛି । […] The post ସୁପ୍ରିମକୋର୍ଟରେ ଦାୟର ପିଟିସନ୍‌ରେ ଦାବି, କରୋନା ଟିକାକରଣରେ ହୋଇଛି ୩୨ ହଜାର କୋଟିର ସ୍କାମ୍ appeared first on The News Room.

ସୁପ୍ରିମକୋର୍ଟରେ ଦାୟର ପିଟିସନ୍‌ରେ ଦାବି, କରୋନା ଟିକାକରଣରେ ହୋଇଛି ୩୨ ହଜାର କୋଟିର ସ୍କାମ୍
‌ନୂଆଦିଲ୍ଲୀ: ଦେଶରେ ସମ୍ପ୍ରତି କରୋନାର ଭୟଙ୍କର ଦ୍ୱିତୀୟ ଲହରୀ ମଧ୍ୟରେ କୋଭିଡ୍ ସହ ଜଡିତ ଅନେକ ଆବେଦନ ଉପରେ ସୁପ୍ରିମକୋର୍ଟ ଓ ବିଭିନ୍ନ ହାଇକୋର୍ଟରେ ଶୁଣାଣି ଚାଲିଛି । ଏ ସମ୍ବନ୍ଧରେ ପୁଣି ଏକ ପିଟିସନ୍ ସୁପ୍ରିମକୋର୍ଟରେ ଦାୟର କରାଯାଇଛି । ଏଥିରେ ଦାବି କରଯାଇଛି ଯେ, କୋଭିଡ୍‌-୧୯ ବିରୋଧରେ ଦେଶରେ ଚାଲିଥିବା ଟିକାକରଣରେ ୩୨ ହଜାର କୋଟି ଟଙ୍କାର ସ୍କାମ୍ ହୋଇଛି । ଓକିଲ ଦୀପକ ସିଂହଙ୍କ ପକ୍ଷରୁ ଏହି ପିଟିସନ୍ ଦାୟର କରାଯାଇଛି । ସେ ତାଙ୍କ ପିଟିସନରେ କରୋନା ବିରୋଧରେ କେନ୍ଦ୍ର ସରକାରଙ୍କ ରଣନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି । ଦୀପକ ସିଂ କହିଛନ୍ତି ଯେ, ଅନ୍ୟ ଦେଶ ଗୁଡିକରେ କୋଭିଡ୍‌-୧୯ ଟିକାର ମୂଲ୍ୟ ୧୫୦ରୁ ୨୦୦ ମଧ୍ୟରେ ସୀମିତ ରଖାଯାଇଛି । କିନ୍ତୁ ଭାରତରେ କୋଭିଡ୍ ଟିକା ୬୦୦ ଟଙ୍କା ପ୍ରତି ଡୋଜ୍‌ରେ ସାଧାରଣ ଲୋକଙ୍କୁ ଦିଆଯାଉଛି । ଖୁବ ଶୀଘ୍ର ଦେଶରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଲୋକଙ୍କ ଟିକାକରଣ ହେବାକୁ ଥିବାବେଳେ ଟିକା ମୂଲ୍ୟ ଅହେତୁକ ଭାବେ ବୃଦ୍ଧି କରାଯାଇଛି । ଦେଶରେ ଏବେ ପ୍ରାୟ ୮୦ କୋଟି ଲୋକଙ୍କୁ କୋଭିଡ୍ ଟିକା ଲଗାଯିବ ବୋଲି ଅନୁମାନ କରାଯାଉଛି । ଏଭଳି ସ୍ଥଳେ ଯଦି ଟିକାର ମୂଲ୍ୟ ଆକଳନ କରାଯାଏ, ତେବେ ୩୨ ହଜାର କୋଟି ଟଙ୍କାର ଦୁର୍ନୀତି ଜଳଜଳ ଦିଶୁଛି ବୋଲି ଦୀପକ ତାଙ୍କ ପିଟିସନରେ ଯୁକ୍ତି କରିଛନ୍ତି । ଆବେଦନକାରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଫେବୃୟାରୀ-ମାର୍ଚ୍ଚରେ ‘ନ୍ୟାସନାଲ ସାଇଣ୍ଟିଫିକ୍ ଫୋର୍ସ’ ଗଠନ କରିଥିଲେ ମଧ୍ୟ ଏଯାବତ୍ ଏହାର ଗୋଟିଏ ବି ବୈଠକ ହୋଇନାହିଁ । କାରଣ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଥିଲା । ଦୀପକ ସିଂ କହିଛନ୍ତି ଯେ, ଆମେରିକାରେ କରୋନାର ତାଣ୍ଡବ ସତ୍ତ୍ୱେ ସେହି ଦେଶର ରାଷ୍ଟ୍ରପତି ଲକଡାଉନ୍ ଲଗାଇନଥିଲେ । କିନ୍ତୁ ମୋଦି ଦେଶରେ ମନଇଚ୍ଛା ଲକ୍‌ଡାଉନ୍ ଘୋଷଣା କରିଥିଲେ । ଏହା ସତ୍ତ୍ୱେ କୋଭିଡ୍ ଲଢ଼େଇରେ କିଛି ସୁଫଳ ମିଳିନଥିଲା । କାରଣ ସମସ୍ୟାର ପ୍ରକୃତ ସମାଧାନ ବାହାର କରିବା ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ମୋଦି ନିଜ ସରକାରର ନୀତି ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ । The post ସୁପ୍ରିମକୋର୍ଟରେ ଦାୟର ପିଟିସନ୍‌ରେ ଦାବି, କରୋନା ଟିକାକରଣରେ ହୋଇଛି ୩୨ ହଜାର କୋଟିର ସ୍କାମ୍ appeared first on The News Room.