ସରିଲା ଚତୁର୍ଥୀ, ଆଖି ବୁଜିଦେଲେ ଜୀବନ ସାଥୀ

କେନ୍ଦ୍ରାପଡ଼ା(ଓଡ଼ିଶା ଭାସ୍କର): କେତେ ସପନ ଥିଲା ବିବାହକୁ ନେଇ । ଖୁସିରେ ହସି ଉଠୁଥିଲା ଦୁଇଟି ପାରିବାର । ସେହିପରି ଏକ ଆତ୍ମୀୟ ବନ୍ଧନରେ ଦୁଇପ୍ରାଣୀ ଦେଖୁଥିଲେ ସଂସାର କରିବାର ସ୍ୱପ୍ନ । କିନ୍ତୁ ହଠାତ୍ ଏମିତି କାଳ ମାଡ଼ି ଆସିବ ବୋଲି କେହି ଭାବି ପାରିନଥିଲେ । ହୋମ ନିଆଁ ଲିଭିନଥିବାବେଳେ ଚିତା ଜଳିବା ଭଳି ଅଭାବନୀୟ ଘଟଣାକୁ କେହି ସହଜରେ ଗ୍ରହଣ ମଧ୍ୟ କରିପାରୁନାହାନ୍ତି । କାଳ ସାଜିଲା ମହାମାରୀ କରୋନା । ଏହି […] The post ସରିଲା ଚତୁର୍ଥୀ, ଆଖି ବୁଜିଦେଲେ ଜୀବନ ସାଥୀ appeared first on Odisha Bhaskar.

ସରିଲା ଚତୁର୍ଥୀ, ଆଖି ବୁଜିଦେଲେ ଜୀବନ ସାଥୀ
କେନ୍ଦ୍ରାପଡ଼ା(ଓଡ଼ିଶା ଭାସ୍କର): କେତେ ସପନ ଥିଲା ବିବାହକୁ ନେଇ । ଖୁସିରେ ହସି ଉଠୁଥିଲା ଦୁଇଟି ପାରିବାର । ସେହିପରି ଏକ ଆତ୍ମୀୟ ବନ୍ଧନରେ ଦୁଇପ୍ରାଣୀ ଦେଖୁଥିଲେ ସଂସାର କରିବାର ସ୍ୱପ୍ନ । କିନ୍ତୁ ହଠାତ୍ ଏମିତି କାଳ ମାଡ଼ି ଆସିବ ବୋଲି କେହି ଭାବି ପାରିନଥିଲେ । ହୋମ ନିଆଁ ଲିଭିନଥିବାବେଳେ ଚିତା ଜଳିବା ଭଳି ଅଭାବନୀୟ ଘଟଣାକୁ କେହି ସହଜରେ ଗ୍ରହଣ ମଧ୍ୟ କରିପାରୁନାହାନ୍ତି । କାଳ ସାଜିଲା ମହାମାରୀ କରୋନା । ଏହି ଭୂତାଣୁ ଉଜାଡ଼ି ଦେଲା ସଂସାର । ଖୁସି ଆରମ୍ଭ ଆଗରୁ ଲିଭିଗଲା ଜୀବନ ପ୍ରଦୀପ । ଏବେ ଦୁଇ ପରିବାରକୁ ମାଡ଼ି ଆସିଛି ଘନ ଅନ୍ଧାର । ବାହୁନି ବାହୁନି କାନ୍ଦୁଛି ସଦ୍ୟ ବିବାହିତା । ଅଞ୍ଚଳବାସୀ ମଧ୍ୟ ସ୍ତବ୍ଧ ହୋଇଯାଇଛନ୍ତି । ସବୁରି ମୁହଁରେ ଉଦାସ ଆଉ ଝରୁଛି ଲୋତକ ଧାର । କେନ୍ଦ୍ରାପଡ଼ା ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଥିବାବେଳେ ସାରା ରାଜ୍ୟରେ ଚର୍ଚ୍ଚା ପରିସରକୁ ଆସିଛି । ଯିଏ ଶୁଣୁଛି ଘଡ଼ିଏ ଶବ୍ଦଶୂନ୍ୟ ହୋଇପଡୁଛି । ସୂଚନା ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍ ଦୁର୍ଗାଦେବୀପଡ଼ାର ସଞ୍ଜୟଙ୍କ ସହ ସମ୍ପୃକ୍ତ ଅଞ୍ଚଳର ଜଣେ ଯୁବତୀଙ୍କ ସହ ଗତ ୯ ତାରିଖରେ ବିବାହ ସମ୍ପନ୍ନ ହୋଇଥିଲା । କିନ୍ତୁ ଚତୁର୍ଥୀ ରାତିରେ ସଞ୍ଜୟଙ୍କ ଦେହ ଗୁରୁତର ଭାବେ ବିଗିଡ଼ି ଯାଇଥିଲା । ଗତ ୧୩ ତାରିଖରେ ତାଙ୍କୁ ଯାଜପୁର ମେଡିକାଲ ନିଆଯାଇଥିବାବେଳେ ପରେ ତାଙ୍କୁ ରାଜଧାନୀସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଉଲ୍ଲେଖଯୋଗ୍ୟ ଯେ ସଞ୍ଜୟ ନିଜ ବଡ଼ଭାଇଙ୍କ ସହ ବେଙ୍ଗାଲୁରୁର ଏକ କମ୍ପାନିରେ କାମ କରୁଥିଲେ । ବିବାହ ଉପଲକ୍ଷେ ଗତ ମଇ ପହିଲାରେ ଘରକୁ ଆସିଥିଲେ । ତେବେ ଥଣ୍ଡା ଓ ଜ୍ୱର ହେବାରୁ କିଛି ଔଷଧ ଖାଇଥିଲେ । ସୁସ୍ଥ ହେବାପରେ ଗତ ୯ ତାରିଖରେ ବେଦୀକୁ ବର ହୋଇଯାଇଥିଲେ ସଞ୍ଜୟ । ହସଖୁସିରେ ଥିବା ସଞ୍ଜୟ କିନ୍ତୁ ହଠାତ୍ ଏମିତି କରୋନାରେ ପ୍ରାଣ ହରାଇବେ ବୋଲି କେହି ବିଶ୍ୱାସ କରିପାରୁନାହାନ୍ତି । ଯାଜପୁର ମେଡିକାଲ୍ ରେ RT-PCR ଟେଷ୍ଟ୍ ହୋଇଥିବାବେଳେ ରିପୋର୍ଟ ପଜିଟିଭ୍ ଆସିଥିବା ସୂଚନା ମିଳିଛି । The post ସରିଲା ଚତୁର୍ଥୀ, ଆଖି ବୁଜିଦେଲେ ଜୀବନ ସାଥୀ appeared first on Odisha Bhaskar.