ୟୁନିଟ ଆଗୁଆ ବନ୍ଦ କଲା ମାରୁତି

ବାଙ୍ଗାଲୋର,୨୯।୪: କୋଭିଡ୍‌ ସ୍ଥିତିକୁ ନଜରରେ ରଖି ମାରୁତି ସୁଜୁକି ପକ୍ଷରୁ ଏହାର ଗୋଟିଏ ୟୁନିଟକୁ ଆଗୁଆ ବନ୍ଦ କରାଯାଇଛି। କମ୍ପାନୀ ଏହାର ଫ୍ୟାକ୍ଟ୍ରି ମେଣ୍ଟେନାନ୍ସ ଲାଗି ଜୁନ୍‌ରେ କାମ ବନ୍ଦ କରିବାର ଥିଲା। ହେଲେ ସ୍ଥିତି ବିଗିଡ଼ିବାରୁ ହରିୟାଣା ସ୍ଥିତ ମାନୁଫାକଚରିଂ ପ୍ଲାଣ୍ଟକୁ କମ୍ପାନୀ ମେ ପହିଲାରୁ ୯ ତାରିଖ ଯାଏ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। କମ୍ପାନୀ ଏହାର ଗୁରୁଗ୍ରାମ ଏବଂ ମାନେଶ୍ୱରସ୍ଥିତ ଫ୍ୟାକ୍ଟ୍ରିକୁ ଜୁନ୍‌ରେ ବନ୍ଦ ରଖିବା ନେଇ ଯୋଜନା ରଖିଥିଲା। ଏହି ୟୁନିଟ୍‌ଗୁଡିକରୁ […] The post ୟୁନିଟ ଆଗୁଆ ବନ୍ଦ କଲା ମାରୁତି appeared first on Dharitri Odia News.

ୟୁନିଟ ଆଗୁଆ ବନ୍ଦ କଲା ମାରୁତି
ବାଙ୍ଗାଲୋର,୨୯।୪: କୋଭିଡ୍‌ ସ୍ଥିତିକୁ ନଜରରେ ରଖି ମାରୁତି ସୁଜୁକି ପକ୍ଷରୁ ଏହାର ଗୋଟିଏ ୟୁନିଟକୁ ଆଗୁଆ ବନ୍ଦ କରାଯାଇଛି। କମ୍ପାନୀ ଏହାର ଫ୍ୟାକ୍ଟ୍ରି ମେଣ୍ଟେନାନ୍ସ ଲାଗି ଜୁନ୍‌ରେ କାମ ବନ୍ଦ କରିବାର ଥିଲା। ହେଲେ ସ୍ଥିତି ବିଗିଡ଼ିବାରୁ ହରିୟାଣା ସ୍ଥିତ ମାନୁଫାକଚରିଂ ପ୍ଲାଣ୍ଟକୁ କମ୍ପାନୀ ମେ ପହିଲାରୁ ୯ ତାରିଖ ଯାଏ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। କମ୍ପାନୀ ଏହାର ଗୁରୁଗ୍ରାମ ଏବଂ ମାନେଶ୍ୱରସ୍ଥିତ ଫ୍ୟାକ୍ଟ୍ରିକୁ ଜୁନ୍‌ରେ ବନ୍ଦ ରଖିବା ନେଇ ଯୋଜନା ରଖିଥିଲା। ଏହି ୟୁନିଟ୍‌ଗୁଡିକରୁ ଅକ୍ସିଜେନ ସଞ୍ଚୟକରି ମେଡିକାଲ ବ୍ୟବହାର ଲାଗି ଯୋଗାଇଦେବାକୁ କମ୍ପାନୀ ନିଷ୍ପତ୍ତି ନେଇଛି। ଉଲ୍ଲେଖଯୋଗ୍ୟ, ସୁଜୁକି ମୋଟର ମଧ୍ୟ ଗୁଜରାଟ ପ୍ଲାଣ୍ଟରେ ସମାନ ନିଷ୍ପତ୍ତି ଲାଗୁ କରିଛି। The post ୟୁନିଟ ଆଗୁଆ ବନ୍ଦ କଲା ମାରୁତି appeared first on Dharitri Odia News.