୧୮ରୁ ୪୪ ବର୍ଷର କୋଟିଏ ନାଗରିକ ଟିକା ନେଲେଣି

ନୂଆଦିଲ୍ଲୀ: ଦେଶରେ ଜାରି ରହିଥିବା ବିଶ୍ବର ବୃହତ୍ତମ ଗଣଟିକାକରଣ କାର୍ଯ୍ୟକ୍ରମରେ ଚଳିତ ମାସ ପ୍ରାରମ୍ଭରୁ ୧୮ରୁ ୪୪ ବର୍ଷ ବୟସର ନୂତନ ବର୍ଗର ହିତାଧିକାରୀମାନେ ସାମିଲ ହୋଇଛନ୍ତି। ବିଭିନ୍ନ ରାଜ୍ୟରେ ଟିକା ଅଭାବ ଯୋଗୁଁ କେଉଁଠି ବିଳମ୍ବରେ ଏହି ନୂତନ ବର୍ଗଙ୍କୁ ଟିକା ମିଳୁଥିବା ବେଳେ କେଉଁଠି ଟିକାକରଣ ମଧ୍ୟ ବନ୍ଦ ହୋଇଯାଇଥିବା ଅଭିଯୋଗ ଉଠୁଛି। ତେବେ ଯାବତୀୟ ଅବ୍ୟବସ୍ଥା ମଧ୍ୟରେ ଦେଶରେ ଅଦ୍ୟାବଧି ଏକ କୋଟିରୁ ଅଧିକ(୧,୦୬,୨୧,୨୩୫) ଏହି ବର୍ଗର ହିତାଧିକାରୀ କୋଭିଡ୍‌ ଟିକା ନେଇ […] The post ୧୮ରୁ ୪୪ ବର୍ଷର କୋଟିଏ ନାଗରିକ ଟିକା ନେଲେଣି first appeared on Sambad.

୧୮ରୁ ୪୪ ବର୍ଷର କୋଟିଏ ନାଗରିକ ଟିକା ନେଲେଣି
ନୂଆଦିଲ୍ଲୀ: ଦେଶରେ ଜାରି ରହିଥିବା ବିଶ୍ବର ବୃହତ୍ତମ ଗଣଟିକାକରଣ କାର୍ଯ୍ୟକ୍ରମରେ ଚଳିତ ମାସ ପ୍ରାରମ୍ଭରୁ ୧୮ରୁ ୪୪ ବର୍ଷ ବୟସର ନୂତନ ବର୍ଗର ହିତାଧିକାରୀମାନେ ସାମିଲ ହୋଇଛନ୍ତି। ବିଭିନ୍ନ ରାଜ୍ୟରେ ଟିକା ଅଭାବ ଯୋଗୁଁ କେଉଁଠି ବିଳମ୍ବରେ ଏହି ନୂତନ ବର୍ଗଙ୍କୁ ଟିକା ମିଳୁଥିବା ବେଳେ କେଉଁଠି ଟିକାକରଣ ମଧ୍ୟ ବନ୍ଦ ହୋଇଯାଇଥିବା ଅଭିଯୋଗ ଉଠୁଛି। ତେବେ ଯାବତୀୟ ଅବ୍ୟବସ୍ଥା ମଧ୍ୟରେ ଦେଶରେ ଅଦ୍ୟାବଧି ଏକ କୋଟିରୁ ଅଧିକ(୧,୦୬,୨୧,୨୩୫) ଏହି ବର୍ଗର ହିତାଧିକାରୀ କୋଭିଡ୍‌ ଟିକା ନେଇ ସାରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତାହାକୁ ମିଶାଇ ସୋମବାର ସକାଳ ୭ଟା ସୁଦ୍ଧା ଦେଶରେ ମୋଟ ୧୯,୬୦,୫୧,୯୬୨ ଜଣ ନାଗରିକଙ୍କର ଟିକାକରଣ ହୋଇଥିବା ସୂଚନା ମିଳିଛି। ସେଥିରୁ ୯୭,୬୦,୪୪୪ ଜଣ ସ୍ବାସ୍ଥ୍ୟକର୍ମୀ ପ୍ରଥମ ମାତ୍ରା ଓ ୬୭,୦୬,୮୯୦ ଜଣ ସ୍ବାସ୍ଥ୍ୟକର୍ମୀ ଦ୍ବିତୀୟ ମାତ୍ରା ଟିକା ନେଇଛନ୍ତି। ସେହିପରି ସମ୍ମୁଖ ଭାଗ କୋଭିଡ୍‌ ଯୋଦ୍ଧାଙ୍କ ଭିତରୁ ୧,୪୯,୯୧,୩୫୭ ଜଣ ପ୍ରଥମ ମାତ୍ରା ଓ ୮୩,୩୩,୭୭୪ ଜଣ ଦ୍ବିତୀୟ ମାତ୍ରା ନେଇଛନ୍ତି। ଅପରପକ୍ଷେ, ୫,୬୬,୪୫,୪୫୭ ଜଣ ବରିଷ୍ଠ ନାଗରିକ ପ୍ରଥମ ମାତ୍ରା ନେଇଥିବା ବେଳେ ୧,୮୨,୬୨,୬୬୫ ଜଣ ବୟୋଜ୍ୟେଷ୍ଠଙ୍କୁ ଦ୍ବିତୀୟ ମାତ୍ରା ଦିଆଯାଇଛି।The post ୧୮ରୁ ୪୪ ବର୍ଷର କୋଟିଏ ନାଗରିକ ଟିକା ନେଲେଣି first appeared on Sambad.