୩ଦିନ ହେଲା ଜଳୁଛି ଜଙ୍ଗଲ : ଲକ୍ଷ ଲକ୍ଷ ଗଛ ପୋଡି ପାଉଁଶ, ଭୟରେ ଜଙ୍ଗଲ ଛାଡି ପଳାଉଛନ୍ତି ବନ୍ୟଜନ୍ତୁ

ଢେଙ୍କାନାଳ ୮।୩: ଗତ ୩ଦିନ ହେଲା ଢେଙ୍କାନାଳ ବନଖଣ୍ଡର ଷଢଙ୍ଗୀ ବନାଞ୍ଚଳ ଅନ୍ତର୍ଗତ ଅଶ୍ବଖୋଲା ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଛି । ନିଆଁ ଲାଗିବାର ସଠିକ୍ କାରଣ କଣ ଜଣାପଡିନାହିଁ । ଫଳରେ ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ । ଯାହା ଫଳରେ ବନ୍ୟଜନ୍ତୁମାନେ ଅଣନିଶ୍ବାସୀ ହୋଇ ପଡିଲେଣି । ସେପଟେ ସ୍ଥାନୀୟ ଅଞ୍ଚଳବାସୀ ମଧ୍ୟ ବନ୍ୟ ଜନ୍ତୁଙ୍କ ଉପଦ୍ରବରେ ଆତଙ୍କିତ ହୋଇପଡିଛନ୍ତି । ମାତ୍ର ବନ ବିଭାଗର ନିଆଁ ଲିଭାଇବା ପାଇଁ ଆଦୌ ଚିନ୍ତା ନାହିଁ । ଫଳରେ ଜଙ୍ଗଲର ନିଆଁ କ୍ରମଶଃ ଭୟଙ୍କର ରୂପ ନେବାରେ ଲାଗିଛି । ଗୋଟିଏ ପଟରେ ଏହି ଜଙ୍ଗଲ ନିଆଁରେ ଲକ୍ଷ ଲକ୍ଷ ସଂଖ୍ୟାରେ ମୂଲ୍ୟବାନ ଗଛ ସବୁ ପୋଡି ଜାଳ ଯାଉଥିବା ଦେଖାଯାଉଛି । ସେପଟେ ନିଆଁର ଭୟରେ ପ୍ରାଣ ବଞ୍ଚାଇବା ପାଇଁ ହାତୀଠାରୁ ଆରମ୍ଭ କରି ଜଙ୍ଗଲୀ ବାରହା, ଭାଲୁ ଆଦି ଭୟଙ୍କର ଜୀବ ସବୁ ପାଖ ଜନବସତିରେ ପଶି ଯାଉଛନ୍ତି । ଏହି ବନ୍ୟଜନ୍ତୁଙ୍କ ଉପାଦ୍ରବ ଆଖପାଖ ଲୋକଙ୍କୁ ଆତଙ୍କିତ କରିଛି । ନିଆଁକୁ ଆୟତ୍ତ କରୁନଥିବାରୁ ନିଆଁ  କ୍ରମଶଃ ଭୟଙ୍କର ହୋଇଉଠିଛି ।