୮୨ ଲକ୍ଷ ଗ୍ରାହକ ହରାଇଲେ ଟେଲିକମ୍‌ କମ୍ପାନୀ

ନୂଆଦିଲ୍ଲୀ,୨୯।୭: ଦେଶର ଟେଲିକମ୍‌ କମ୍ପାନୀଗୁଡିକ ଏପ୍ରିଲ ମାସରେ ୮୨ ଲକ୍ଷ ଗ୍ରାହକ ହରାଇଛନ୍ତି। ଲକ୍‌ଡାଉନ ସ୍ଥିତି ଯୋଗୁ ଗ୍ରାହକଙ୍କୁ ବାନ୍ଧି ରଖିବା ଲାଗି କମ୍ପାନୀଗୁଡିକ ବିଭିନ୍ନ କୌଶଳ ଉପରେ କାମ କରିବାକୁ ପଡିବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଇଣ୍ଡିଆ ରେଟିଂ ଆଣ୍ଡ ରିସର୍ଚ୍ଚ ପକ୍ଷରୁ କୁହାଯାଇଛି ଯେ, ଚଳିତ ବର୍ଷ ମାର୍ଚ୍ଚରେ ଟେଲିକମ କମ୍ପାନୀଗୁଡିକ ୨୮ ଲକ୍ଷ ଗ୍ରାହକଙ୍କୁ ହରାଇଥିଲେ। ଭାରତୀ ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆ ଭଳି କମ୍ପାନୀଗୁଡିକର ସେବାକୁ ବେଶି ଗ୍ରାହକ […] The post ୮୨ ଲକ୍ଷ ଗ୍ରାହକ ହରାଇଲେ ଟେଲିକମ୍‌ କମ୍ପାନୀ appeared first on Dharitri Odia News.

୮୨ ଲକ୍ଷ ଗ୍ରାହକ ହରାଇଲେ ଟେଲିକମ୍‌ କମ୍ପାନୀ
ନୂଆଦିଲ୍ଲୀ,୨୯।୭: ଦେଶର ଟେଲିକମ୍‌ କମ୍ପାନୀଗୁଡିକ ଏପ୍ରିଲ ମାସରେ ୮୨ ଲକ୍ଷ ଗ୍ରାହକ ହରାଇଛନ୍ତି। ଲକ୍‌ଡାଉନ ସ୍ଥିତି ଯୋଗୁ ଗ୍ରାହକଙ୍କୁ ବାନ୍ଧି ରଖିବା ଲାଗି କମ୍ପାନୀଗୁଡିକ ବିଭିନ୍ନ କୌଶଳ ଉପରେ କାମ କରିବାକୁ ପଡିବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଇଣ୍ଡିଆ ରେଟିଂ ଆଣ୍ଡ ରିସର୍ଚ୍ଚ ପକ୍ଷରୁ କୁହାଯାଇଛି ଯେ, ଚଳିତ ବର୍ଷ ମାର୍ଚ୍ଚରେ ଟେଲିକମ କମ୍ପାନୀଗୁଡିକ ୨୮ ଲକ୍ଷ ଗ୍ରାହକଙ୍କୁ ହରାଇଥିଲେ। ଭାରତୀ ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆ ଭଳି କମ୍ପାନୀଗୁଡିକର ସେବାକୁ ବେଶି ଗ୍ରାହକ ଛାଡିଥିବା ରିପୋର୍ଟରେ କୁହାଯାଇଛି। ଏହି ସମୟରେ ରିଲାଏନ୍ସ ଜିଓର ଗ୍ରାହକ ସଂଖ୍ୟାରେ ବିଶେଷ ବୃଦ୍ଧି ପରିଲକ୍ଷିତ ହୋଇଛି। ଟେଲିକମ୍‌ କମ୍ପାନୀଗୁଡିକ ଉପରେ ଆଗାମୀ ଦିନରେ ମଧ୍ୟ ଚାପ ରହିବ ବୋଲି ରିପୋର୍ଟରେ କୁହାଯାଇଛି। ଲକ୍‌ଡାଉନରେ ଘରୋଇ ବଜାର ଉପରେ ପ୍ରଭାବ ପଡିଛି। କରୋନା ପାଇଁ ଭାରତର ଜିଡିପି ଚଳିତ ଆର୍ଥତ୍କ ବର୍ଷରେ ଜିଡିପି ୫%ରୁ ଊର୍ଦ୍ଧ୍ୱ ହ୍ରାସ ବୋଲି କୁହାଯାଇଛି। The post ୮୨ ଲକ୍ଷ ଗ୍ରାହକ ହରାଇଲେ ଟେଲିକମ୍‌ କମ୍ପାନୀ appeared first on Dharitri Odia News.