ବାପାଙ୍କୁ ହରାଇଲେ ଟିମ୍‌ ଇଣ୍ଡିଆର ଆଉ ଜଣେ କ୍ରିକେଟର

ମୁମ୍ବାଇ, ୨୦।୫ : ମିରଟର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଭାରତୀୟ ପେସର ଭୁବନେଶ୍ୱର କୁମାରଙ୍କ ବାପା କିରନ ପାଲ ସିଂଙ୍କର ଗୁରୁବାର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା। ସେ କିଛି ମାସ ହେଲା କର୍କଟ ରୋଗରେ ପୀଡ଼ିତ ଥିଲେ। ଭଲ୍ୟୁଣ୍ଟାରି ରିଟାୟରମେଣ୍ଟ ନେବା ପୂର୍ବରୁ କିରନ ପାଲ ଉତ୍ତର ପ୍ରଦେଶ ପୋଲିସରେ କାର୍ଯ୍ୟ କରୁଥିଲେ। ୨୦୨୦ ସେପ୍ଟେମ୍ବରରେ କର୍କଟ ରୋଗରେ ପୀଡ଼ିତ ଥିବା ଜାଣିବାକୁ ପାଇଥିଲେ। ଗତ କିଛି ସପ୍ତାହ […] The post ବାପାଙ୍କୁ ହରାଇଲେ ଟିମ୍‌ ଇଣ୍ଡିଆର ଆଉ ଜଣେ କ୍ରିକେଟର appeared first on Dharitri Odia News.

ବାପାଙ୍କୁ ହରାଇଲେ ଟିମ୍‌ ଇଣ୍ଡିଆର ଆଉ ଜଣେ କ୍ରିକେଟର
ମୁମ୍ବାଇ, ୨୦।୫ : ମିରଟର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଭାରତୀୟ ପେସର ଭୁବନେଶ୍ୱର କୁମାରଙ୍କ ବାପା କିରନ ପାଲ ସିଂଙ୍କର ଗୁରୁବାର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା। ସେ କିଛି ମାସ ହେଲା କର୍କଟ ରୋଗରେ ପୀଡ଼ିତ ଥିଲେ। ଭଲ୍ୟୁଣ୍ଟାରି ରିଟାୟରମେଣ୍ଟ ନେବା ପୂର୍ବରୁ କିରନ ପାଲ ଉତ୍ତର ପ୍ରଦେଶ ପୋଲିସରେ କାର୍ଯ୍ୟ କରୁଥିଲେ। ୨୦୨୦ ସେପ୍ଟେମ୍ବରରେ କର୍କଟ ରୋଗରେ ପୀଡ଼ିତ ଥିବା ଜାଣିବାକୁ ପାଇଥିଲେ। ଗତ କିଛି ସପ୍ତାହ ତଳେ ଗୁରୁତର ହୋଇପଡ଼ିଥିଲା ତାଙ୍କର ସ୍ବାସ୍ଥ୍ୟାବସ୍ଥା। ଦିଲ୍ଲୀ ଓ ନୋଏଡ଼ାରେ ସେ କେମୋ ଥେରାପି ନେଉଥିଲେ। କିନ୍ତୁ ଗତ ଦୁଇ ସପ୍ତାହ ତଳେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଅବନତି ଘଟିଥିଲା। ଏଥି ଯୋଗୁ ତାଙ୍କୁ ଭର୍ତ୍ତି କରାଯାଇଥିଲା ଗଙ୍ଗାନଗର ହସ୍ପିଟାଲରେ। ଉଲ୍ଲେଖଯୋଗ୍ୟ, ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଓ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ଲାଗି ଘୋଷିତ ଭାରତୀୟ ଦଳରେ ଭୁବନେଶ୍ୱରଙ୍କୁ ସ୍ଥାନ ମିଳିନାହିଁ। ଏଣୁ ଆସନ୍ତା ଜୁଲାଇରେ ସୀମିତ ଓଭର ସିରିଜ୍‌ ପାଇଁ ଶ୍ରୀଲଙ୍କା ଗସ୍ତ କରିବାକୁ ଥିବା ଟିମ୍‌ ଇଣ୍ଡିଆରେ ତାଙ୍କୁ ସୁଯୋଗ ମିଳିପାରେ। The post ବାପାଙ୍କୁ ହରାଇଲେ ଟିମ୍‌ ଇଣ୍ଡିଆର ଆଉ ଜଣେ କ୍ରିକେଟର appeared first on Dharitri Odia News.