ଜନ୍ତୁ ବଦଳରେ ଶିକାର ହେଲା ମଣିଷ, ବିଛା ଯାଇଥିବା ତାରରେ ଲାଗି ଚାଲିଗଲା ଜୀବନ

ଭଞ୍ଜନଗର, ୧୭।୦୫: ବେଲଗୁଣ୍ଠା ଥାନା ଅନ୍ତର୍ଗତ ବ୍ରଜଗଡ଼ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ନିଛାଟିଆ ଆମ୍ବ ତୋଟାରେ ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ତାରରେ ଲାଗି ନାରାୟଣ ନାୟକ(୪୦) ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ନାରାୟଣ ଆଜି ଭୋର ସକାଳ ସମୟରେ ଗ୍ରାମ ଆମ୍ବତୋଟା କୁ ଆମ୍ବଗୋଟାଇବା ପାଇଁ ଯାଇଥିବା ବେଳେ ଉକ୍ତ ତୋଟାରେ କେହି ଦୁର୍ବୃତ୍ତ ବନ୍ୟଜନ୍ତୁ ଶିକାର ପାଇଁ ବିଛାଇଥିବା ତାରରେ ଲାଗି ଯାଇଥିଲେ। କିଛି ସମୟ ପରେ ସେ ଘରକୁ ନଫେରିବାରୁ ଗ୍ରାମବାସୀ ଦେଖିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ । ତାଙ୍କୁ ଉଦ୍ଧାର କରାଯାଇ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l ଅନ୍ୟ ପଟେ ଏହି ବେଆଇନ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ନିରୀହ ବ୍ୟକ୍ତିର ଜୀବନ ଚାଲିଗଲା l ତେଣୁ ଏଥି ପାଇଁ ବନବିଭାଗର ପେଟ୍ରାଲିଂ ଅଭାବ ନା ବିଦ୍ୟୁତ ବିଭାଗର ଖମାଖିଆଲ ନୀତି ଯୋଗୁଁ ଏପରି ଘଟିଲା ତାହା ସଠିକ ତଦନ୍ତ ପରେ ହିଁ ଜଣାପଡିବ l