ଅନୁଗୁଳରେ ପୁରୁଷ ମାନସିକ ବିକାର ଗ୍ରସ୍ତ ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠା ଦାବି, ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବି ପତ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ପୁରୁଷ ମାନସିକ ବିକାର ଗ୍ରସ୍ତ ପୁନର୍ବାସ କେନ୍ଦ୍ର ନିମନ୍ତେ ଶିରିଡି ସାଇ ଆତ୍ମ ଦର୍ଶନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ଟ୍ରଷ୍ଟ ପକ୍ଷରୁ କୁହାଯାଇଛି, ୨୦୨୩ ମସିହାରେ ଶିରିଡି ସାଇ ଆତ୍ମ ଦର୍ଶନ ଚାରିଟେବୁଲ ଟ୍ରଷ୍ଟ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ମାନସିକ ବିକାର ଗ୍ରସ୍ତଙ୍କୁ ଉଦ୍ଧାର ଓ ଥଇଥାନ ନିମନ୍ତେ କାର୍ଯ୍ୟ କରିଆସୁଅଛି। ଅନୁଗୁଳ ଜିଲ୍ଲାରେ ମାନସିକ ବିକାର ଗ୍ରସ୍ତ ମହିଳାଙ୍କ ପାଇଁ ପିପୁଲସ […]

ଅନୁଗୁଳରେ ପୁରୁଷ ମାନସିକ ବିକାର ଗ୍ରସ୍ତ ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠା ଦାବି, ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବି ପତ୍ର
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ପୁରୁଷ ମାନସିକ ବିକାର ଗ୍ରସ୍ତ ପୁନର୍ବାସ କେନ୍ଦ୍ର ନିମନ୍ତେ ଶିରିଡି ସାଇ ଆତ୍ମ ଦର୍ଶନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ଟ୍ରଷ୍ଟ ପକ୍ଷରୁ କୁହାଯାଇଛି, ୨୦୨୩ ମସିହାରେ ଶିରିଡି ସାଇ ଆତ୍ମ ଦର୍ଶନ ଚାରିଟେବୁଲ ଟ୍ରଷ୍ଟ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ମାନସିକ ବିକାର ଗ୍ରସ୍ତଙ୍କୁ ଉଦ୍ଧାର ଓ ଥଇଥାନ ନିମନ୍ତେ କାର୍ଯ୍ୟ କରିଆସୁଅଛି। ଅନୁଗୁଳ ଜିଲ୍ଲାରେ ମାନସିକ ବିକାର ଗ୍ରସ୍ତ ମହିଳାଙ୍କ ପାଇଁ ପିପୁଲସ ଫୋରମ ମିଶନ ଆଶ୍ରା କାର୍ଯ୍ୟରତ ଥିବା ବେଳେ ପୁରୁଷଙ୍କ ପାଇଁ କୌଣସି ପ୍ରକାର ବ୍ୟବସ୍ଥା ନାହିଁ। ସେଥିପାଇଁ ତାଙ୍କୁ ଅନ୍ୟ ଜିଲ୍ଲାକୁ ସ୍ଥାନାନ୍ତର କରିବାକୁ ପଡୁଛି। ଏଣୁ ଜିଲ୍ଲାରେ ଆବଶ୍ୟକତାକୁ ଦୃଷ୍ଟିରେ ପୁରୁଷ ମାନସିକ ବିକାର ଗ୍ରସ୍ତ ପୁନର୍ବାସ କେନ୍ଦ୍ର ନିମନ୍ତେ ଶିରିଡି ସାଇ ଆତ୍ମ ଦର୍ଶନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ତେବେ ଯଥାଶୀଘ୍ର ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠା ପାଇଁ କାର୍ଯ୍ୟ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଦାବି ପତ୍ର ପ୍ରଦାନ ବେଳେ ଟ୍ରଷ୍ଟ ସଭାପତି ବିଦ୍ୟାଧର ନାଏକ, ସ୍ଵେଚ୍ଛାସେବୀ ଅନୁପ ପଟ୍ଟନାୟକ, ଟ୍ରଷ୍ଟ ସଯୋଜକ ଅଜୟ ତ୍ରିପାଠୀ ଓ କର୍ମକର୍ତ୍ତା ଜୁଲୁ କୁମାର ସାହୁ ଉପସ୍ଥିତ ଥିଲେ।