ମହଙ୍ଗା ପଡ଼ିଲା ଅଶ୍ଳୀଳ ଭିଡିଓ ସୁଟିଂ, ଅସାମାଜିକ ବ୍ୟକ୍ତିଙ୍କୁ ନଣ୍ଡା କଲେ ଗ୍ରାମବାସୀ
ବୌଦ୍ଧ: ଗାଧୋଉଥିବା ମହିଳାଙ୍କ ଭିଡ଼ିଓ ସୁଟିଂ କରିବା ଭଳି ଅପରାଧ କଲେ । ଫଳରେ ଗ୍ରାମବୀସୀଙ୍କ ଦ୍ୱାରା ଦଣ୍ଡିତ ହେଲେ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଚାରଭାଟି ଗ୍ରାମରେ ଆଜି ସକାଳୁ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ । ସୂଚନା ଅନୁଯାୟୀ, ଚାରଭାଟି ଗ୍ରାମର ଏକ ନାଳରେ ଗାଁର ଝିଅ-ବୋହୁମାନେ ଗାଧୋଉଥିଲେ । ଏହି ସମୟରେ ପଲସାଗୋରା ଗ୍ରାମର ସୁଦାମ ସାହୁ ନାମକ ଜଣେ ବ୍ୟକ୍ତି ଏକ ଗଛ ତଳେ ଲୁଚି ରହି ମୋବାଇଲ ଫୋନରେ ସେମାନଙ୍କ ଭିଡିଓ ସୁଟିଂ କରୁଥିଲେ । ଏହା ଜଣାପଡ଼ିବା ପରେ ଗ୍ରାମବାସୀ ତାଙ୍କୁ ଏକ ଗଛରେ ବାନ୍ଧି ଦେଇଥିଲେ । ତେବେ ମାଡ଼ ନମାରି ଦଣ୍ଡସ୍ୱରୂପ କେବଳ ନଣ୍ଡା କରି ତାଙ୍କୁ ଘରେ ନେଇ ଛାଡ଼ି ଦେଇଥିଲେ । ବ୍ୟକ୍ତି ଜଣକ ଆଗରୁ ମଧ୍ୟ ଦୁଇ ତିନି ଥର ଏଭଳି କାଣ୍ଡ କରିଥିଲେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ତାଙ୍କ ଘର ଶିମିଳିପଦର ପଞ୍ଚାୟତ କଣ୍ଟିଆପାଲି ଗାଁରେ ବୋଲି ଜଣାପଡ଼ିଛି । ତାଙ୍କର ସ୍ତ୍ରୀ ଓ ଦୁଇଟି ସନ୍ତାନ ଅଛନ୍ତି । ତେଣୁ ପରିବାର ଥାଇ ତାଙ୍କର ଏଭଳି ଘୃଣ୍ୟ କାର୍ଯ୍ୟକୁ ସାରା ଅଞ୍ଚଳରେ ଘୋର ନିନ୍ଦା କରାଯାଇଛି ।