ଅଶ୍ଳୀଳ ଭିଡିଓ କ୍ଲିପ୍ ଭାଇରାଲ୍ ହେବା ପରେ ୪ ଦିନ ଯାଏ ଘରୁ ବାହାରକୁ ଆସିନଥିଲେ ରାଧିକା

ମୁମ୍ବାଇ : ରାଧିକା ଆପ୍ତେ ନିଜ ଦମଦାର୍ ଅଭିନୟରେ ବଲିଉଡ୍ ରେ ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି । ଏଥିସହିତ ସେ ବିନା କୌଣସି ଭୟରେ ନିଜର ମତ ସୋସିଆଲ ମିଡିଆରେ ରଖିବାରୁ ସେ ଜମାରୁ ବି ଭୟ କରନ୍ତି ନାହିଁ । ତେବେ ନିକଟରେ ଏକ ସାକ୍ଷାତକାରରେ ସେ ନିଜର ଏକ ବ୍ୟକ୍ତିଗତ କଥାକୁ ସମସ୍ତଙ୍କ ଆଗରେ ରଖିଛନ୍ତି । ଏହି ସାକ୍ଷାତକାରରେ ରାଧିକା ଭାଇରାଲ୍ ହୋଇଥିବା ତାଙ୍କର ଏକ ଅଶ୍ଲୀଳ ଭିଡିଓ ବିଷୟରେ […] The post ଅଶ୍ଳୀଳ ଭିଡିଓ କ୍ଲିପ୍ ଭାଇରାଲ୍ ହେବା ପରେ ୪ ଦିନ ଯାଏ ଘରୁ ବାହାରକୁ ଆସିନଥିଲେ ରାଧିକା appeared first on Odisha Bhaskar.

ଅଶ୍ଳୀଳ ଭିଡିଓ କ୍ଲିପ୍ ଭାଇରାଲ୍ ହେବା ପରେ ୪ ଦିନ ଯାଏ ଘରୁ ବାହାରକୁ ଆସିନଥିଲେ ରାଧିକା
ମୁମ୍ବାଇ : ରାଧିକା ଆପ୍ତେ ନିଜ ଦମଦାର୍ ଅଭିନୟରେ ବଲିଉଡ୍ ରେ ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି । ଏଥିସହିତ ସେ ବିନା କୌଣସି ଭୟରେ ନିଜର ମତ ସୋସିଆଲ ମିଡିଆରେ ରଖିବାରୁ ସେ ଜମାରୁ ବି ଭୟ କରନ୍ତି ନାହିଁ । ତେବେ ନିକଟରେ ଏକ ସାକ୍ଷାତକାରରେ ସେ ନିଜର ଏକ ବ୍ୟକ୍ତିଗତ କଥାକୁ ସମସ୍ତଙ୍କ ଆଗରେ ରଖିଛନ୍ତି । ଏହି ସାକ୍ଷାତକାରରେ ରାଧିକା ଭାଇରାଲ୍ ହୋଇଥିବା ତାଙ୍କର ଏକ ଅଶ୍ଲୀଳ ଭିଡିଓ ବିଷୟରେ ଖୁଲାସା କରିଛନ୍ତି । ୨୦୧୬ରେ ପରଦାକୁ ଆସିଥିବା କ୍ଲିନ୍ ସେଭ୍ ଫିଲ୍ମରେ ‘ପାର୍ଚ୍ଡ’ ରୋଲରେ ରାଧିକାଙ୍କୁ ଦେଖିବାକୁ ମିଳିଥିଲା ବା ସେ ଏକ ସେକ୍ସ ୱାର୍କର୍ ର ଭୂମିକା ନିଭେଇଥିଲେ । ସେଥିରେ ତାଙ୍କ ଭୂମିକାକୁ ଦର୍ଶକ ବେଶ୍ ପ୍ରଶଂସା ମଧ୍ୟ କରିଥିଲେ । ରାଧିକା ଏକ ମାଗାଜିନ୍ ପକ୍ଷରୁ ହୋଇଥିବା ସାକ୍ଷାତକାରରେ କହିଛନ୍ତି ଯେ, ଯେତେବେଳେ ଫିଲ୍ମ କ୍ଲିନ୍ ସେଭ୍ ର ଶୁଟିଂ ଚାଲିଥିଲା ସେତେବେଳେ ତାଙ୍କର ଏକ ଅଶ୍ଳୀଳ ଭିଡିଓ କ୍ଲିପ୍ ଲିକ୍ ହୋଇଯାଇଥିଲା । ଯେଉଁଥି ପାଇଁ ତାଙ୍କୁ ଖୁବ୍ ଟ୍ରୋଲ୍ ହେବାକୁ ପଡିଛି । ଏପରିକି ସେ ୪ ଦିନ ଯାଏଁ ଘରୁ ବାହାରକୁ ମଧ୍ୟ ବାହାରି ନଥିଲେ ବୋଲି କହିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଏଥିପାଇଁ ଘରୁ ବାହାରି ନଥିଲେ ଯେ କୌଣସି ମିଡିଆ ତାଙ୍କୁ ପ୍ରଶ୍ନ କରିବ ବରଂ ସେ ଏଥିପାଇଁ ଘରୁ ଗୋଡ କାଢ଼ି ନଥିଲେ ଯେ, ତାଙ୍କ ଡ୍ରାଇଭର୍, ଚୌକିଦାର ଏବଂ ମୋର ଷ୍ଟାଇଲିସ୍ ଙ୍କ ଡ୍ରାଇଭର୍ ତାଙ୍କଉ ଉକ୍ତ ଭିଡିଓ କ୍ଲିପ୍ ରେ ଚିହ୍ନି ଯାଇଥିଲେ । ଅନ୍ୟପଟେ ଆଉ ଏକ ଟିପ୍ପଣୀରେ ସେ କହିଥିଲେ ଯେ, ଶୁଟିଂ ସମୟରେ ସେ ଯେତେବେଳେ ‘ପାର୍ଚ୍ଡ’ ରୋଲ୍ ପାଇଁ ଶରୀରର ସବୁ କପଡା ଖୋଲିବାକୁ ଯାଉଥିଲେ ସେହି ସମୟରେ ସେ ଜାଣିବାକୁ ପାଇଥିଲେ ଯେ, ତାଙ୍କ ପାଖରେ କିଛି ବି ଅନ୍ୟ କପଡା ନାହିଁ ଶରୀରକୁ ଢ଼ାଙ୍କିବା ପାଇଁ । ତେବେ ରାଧିକା କହିଛନ୍ତି ଯେ, ତାଙ୍କୁ ସେହି ଭଳି କିଛି ଭୂମିକାର ଆବଶ୍ୟକତା ଥିଲା । କାହିଁକି ନା ବଲିଉଡ୍ ରେ ଯେତେବେଳେ କୌଣସି ଅଭିନେତ୍ରୀ କ୍ୟାରିୟର୍ ଆରମ୍ଭ କରେ ସେତେବେଳେ ସେମାନଙ୍କୁ କୁହାଯାଏ ଯେ, ନିଜ ଶରୀର ଏବଂ ମୁହଁର ସବୁପ୍ରକାରର ଅଙ୍ଗଭଙ୍ଗୀ ଉପରେ ବିଶେଷ ଧ୍ୟାନ ଦେବାକୁ । ତେଣୁ ସେ ସେହିଭଳି କିଛି ଭୂମିକାର ଖୋଜ୍ ରେ ଥିଲେ । ଆଉ ତାଙ୍କୁ ସେତେବେଳେ ‘ପାର୍ଚ୍ଡ’ ଭୂମିକା ଅଫର୍ ମିଳିଥିଲା । The post ଅଶ୍ଳୀଳ ଭିଡିଓ କ୍ଲିପ୍ ଭାଇରାଲ୍ ହେବା ପରେ ୪ ଦିନ ଯାଏ ଘରୁ ବାହାରକୁ ଆସିନଥିଲେ ରାଧିକା appeared first on Odisha Bhaskar.