ଏପ୍ରିଲ ପହିଲାରୁ ଚାଷୀଙ୍କ ଠାରୁ ପିଆଜ ସଂଗ୍ରହ କରିବେ କେନ୍ଦ୍ର ସରକାର, ଗଚ୍ଛିତ ରଖିବେ ୫ ଲକ୍ଷ ଟନ୍

ନୂଆଦିଲ୍ଲୀ: ଏପ୍ରିଲ ପହିଲାରୁ ଚାଷୀଙ୍କ ଠାରୁ ପିଆଜ ସଂଗ୍ରହ କରିବେ କେନ୍ଦ୍ର ସରକାର। ୨୦୨୪-୨୫ରେ ସରକାର ୫ ଲକ୍ଷ ଟନ୍‌ ପିଆଜ କିଣି ମହଜୁଦ ରଖିବେ। ମୂଲ୍ୟ ବୃଦ୍ଧି ‌ଘଟିଲେ ତାହାକୁ ନିୟନ୍ତ୍ରଣ କରିବା ପାଇଁ ପିଆଜକୁ ‌ବଜାରରେ ବିକ୍ରି କରିବେ ବୋଲି ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଜାତୀୟ ସମବାୟ ଖାଉଟି ମହାସଂଘ (ଏନସିସିଏଫ) ଏବଂ ଜାତୀୟ କୃଷି ସମବାୟ ବିପଣନ ମହାସଂଘ (ନାଫେଡ)କୁ ସରକାର ପିଆଜ ସଂଗ୍ରହ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। […]

ଏପ୍ରିଲ ପହିଲାରୁ ଚାଷୀଙ୍କ ଠାରୁ ପିଆଜ ସଂଗ୍ରହ କରିବେ କେନ୍ଦ୍ର ସରକାର, ଗଚ୍ଛିତ ରଖିବେ ୫ ଲକ୍ଷ ଟନ୍
ନୂଆଦିଲ୍ଲୀ: ଏପ୍ରିଲ ପହିଲାରୁ ଚାଷୀଙ୍କ ଠାରୁ ପିଆଜ ସଂଗ୍ରହ କରିବେ କେନ୍ଦ୍ର ସରକାର। ୨୦୨୪-୨୫ରେ ସରକାର ୫ ଲକ୍ଷ ଟନ୍‌ ପିଆଜ କିଣି ମହଜୁଦ ରଖିବେ। ମୂଲ୍ୟ ବୃଦ୍ଧି ‌ଘଟିଲେ ତାହାକୁ ନିୟନ୍ତ୍ରଣ କରିବା ପାଇଁ ପିଆଜକୁ ‌ବଜାରରେ ବିକ୍ରି କରିବେ ବୋଲି ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଜାତୀୟ ସମବାୟ ଖାଉଟି ମହାସଂଘ (ଏନସିସିଏଫ) ଏବଂ ଜାତୀୟ କୃଷି ସମବାୟ ବିପଣନ ମହାସଂଘ (ନାଫେଡ)କୁ ସରକାର ପିଆଜ ସଂଗ୍ରହ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ୨୦୦୨୪ ରବି ଋତୁ ପାଇଁ ପିଆଜ ବଜାରକୁ ଆସିଛି। ତେଣୁ ଏହି ସମୟରେ ଚାଷୀଙ୍କ ଠାରୁ ପିଆଜ କିଣିବା ଆରମ୍ଭ କରି ଜରୁରୀ ଆବଶ୍ୟକତା ପୂରଣ ପାଇଁ ୫ ଲକ୍ଷ ଟନ୍‌ ମହଜୁଦ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଖାଉଟି ବ୍ୟାପାର ସଚିବ ରୋହିତ କୁମାର ସିଂହ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଯେ ଦେଶରେ ବର୍ଷକୁ ଉତ୍ପାଦନ ହେଉଥିବା ମୋଟ ପିଆଜର ୭୨ରୁ ୭୫ ପ୍ରତିଶତ ପିଆଜ ରବି ଋତୁରେ ଅମଳ ହୋଇଥାଏ। ତେଣୁ ବର୍ଷ ସାରା ପିଆଜର ଉପଲବ୍ଧତା ଓ ମୂଲ୍ୟ ନିୟନ୍ତ୍ରଣ ଉପରେ ଏହାର ଯଥେଷ୍ଟ ଗୁରୁତ୍ବ ରହିଛି। କାରଣ ଖରିଫ ପିଆଜ ତୁଳନାରେ ବର୍ତ୍ତମାନ ଉତ୍ପାଦନ ହୋଇଥିବା ପିଆଜ ଅଧିକ ଦିନ (ଡିସେମ୍ବର ପର୍ଯ୍ୟନ୍ତ) ସାଇତି ରଖାଯାଇ ପାରିଥାଏ। ଚାଷୀଙ୍କ ଠାରୁ ପିଆଜ ସଂଗ୍ରହ ଲାଗି ନାଫେଡ ଓ ଏନସିସିଏଫ୍‌ ଚାଷୀଙ୍କ ପ୍ରାକ୍‌ପଞ୍ଜୀକରଣ କରିବେ। ଯାହାଦ୍ବାରା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପିଆଜ ବିକ୍ରି ବାବଦ ଅର୍ଥ ହସ୍ତାନ୍ତର ହେବ।