କୋଭାସ୍କିନର ୩ୟ କ୍ଲିନିକାଲ ପରୀକ୍ଷା ରିପୋର୍ଟ ଡିସିଜିଆଇକୁ ଦାଖଲ କଲା ଭାରତ ବାୟୋଟେକ୍‌

ନୂଆଦିଲ୍ଲୀ, ଜୁନ ୨୨ (Dreams Rider): ହାଇଦ୍ରାବାଦ୍‌ର କଂପାନୀ ଭାରତ ବାୟୋଟେକ୍ କୋଭାସ୍କିନର ଫେଜ୍‌-୩ କ୍ଲିନିକାଲ ପରୀକ୍ଷାର ଡାଟା ସରକାରଙ୍କ ନିକଟରେ ଦାଖଲ କରିଛି । ଜାତୀୟ ଗଣମାଧ୍ୟମକୁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କୋଭାସ୍କିନର ୩ୟ ପର୍ଯ୍ୟାୟରେ ହୋଇଥିବା କ୍ଲିନିକାଲ ପରୀକ୍ଷାର ତଥ୍ୟ ଭାରତର ଔଷଧୀ ମହାନିୟନ୍ତ୍ରକ (ଡିସିଜିଆଇ)କୁ ହସ୍ତାନ୍ତର କରାଯାଇଛି ।ଚଳିତ ବର୍ଷ ଏପ୍ରିଲ ମାସରେ ଭାରତ ସରକାର କହିଥିଲେ ଯେ, ତୃତୀୟ ପର୍ଯ୍ୟାୟର ଫଳାଫଳ ଅନୁସାରେ କୋଭାସ୍କିନ କରୋନାରୁ ହାଲୁକା, ମଧ୍ୟମ ଓ ଗୁରୁତର ମାମଲା ବିରୋଧରେ ୭୮ ପ୍ରତିଶତ ପ୍ରଭାବଶାଳୀ ଦେଖାଯାଇଛି । ସରକାରୀ ସୂତ୍ରରୁ ମଙ୍ଗଳବାର କୁହାଯାଇଛି ଯେ, ଭାରତ ବାୟୋଟେକ କୋଭାସ୍କିନର ତୃତୀୟ ପର୍ଯ୍ୟାୟର କ୍ଲିନିକାଲ ପରୀକ୍ଷଣର ତଥ୍ୟ ଡ୍ରଗ୍ସ କଣ୍ଟ୍ରୋଲ ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ)କୁ ଦାଖଲ ଦେଇଛି ।କୋଭାସ୍କିସର ୩ୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣକୁ ଜାରି କରିବାରେ ବିଳମ୍ବକୁ ନେଇ ହାଇଦ୍ରାବାଦସ୍ଥିତ ଟିକା ଉତ୍ପାଦନର ତୀବ୍ର ଆଲୋଚନା ହୋଇଥିଲା । ଡିସିଜିଆଇ ନିଜର ପ୍ରଥମ ଓ ୨ୟ ପରୀକ୍ଷା ଆଧାରରେ ଜାନୁଆରୀରେ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ କୋଭାସ୍କିନକୁ ମଂଜୁରୀ ଦେଇଥିଲା ।ନିକଟରେ ଏକ ଅଧ୍ୟୟନରେ ଦାବି କରାଯାଇଥିଲା ଯେ, କୋଭିଶିଲ୍ଡ ଟିକା କୋଭାସ୍କିନର ତୁଳନାରେ କରୋନା ଭାଇରସ ସଂକ୍ରମଣର ବିରୋଧରେ ଅଧିକ ଆଣ୍ଟିବଡ଼ି ସୃଷ୍ଟି କରିଥାଏ । ଅଧ୍ୟୟନରୁ ଜଣାପଡ଼ିଛି ଯେ ଟିକାର ୨ ଡୋଜ ପରେ କୋଭିଶିଲ୍ଡ ୯୮ ପ୍ରତିଶତ ହିତାଧିକାରୀଙ୍କ ଆଣ୍ଟିବଡ଼ି ପ୍ରତିକ୍ରିୟା ଦେଖାଇଛି । କୋଭାସ୍କିନ କ୍ଷେତ୍ରରେ ଏହା ୮୦ ପ୍ରତିଶତ ବୋଲି ଚର୍ଚ୍ଚା ହୋଇଥିଲା ।

କୋଭାସ୍କିନର ୩ୟ କ୍ଲିନିକାଲ ପରୀକ୍ଷା ରିପୋର୍ଟ ଡିସିଜିଆଇକୁ ଦାଖଲ କଲା ଭାରତ ବାୟୋଟେକ୍‌