ଝିଅର ଓଢଣୀରେ ଝୁଲି ମା’ର ଆତ୍ମହତ୍ୟା…

ଭୁବନେଶ୍ୱର ୨୮।୦୭: ଝିଅର ଓଢ଼ଣିକୁ ବେକରେ ଗୁଡ଼ାଇ ଫ୍ୟାନ୍‌ ହୁକରେ ଝୁଲି ମା’ ଆତ୍ମହତ୍ୟା କରିଛନ୍ତି । ତାଙ୍କ ନାମ ରୁନୁ ପାଢ଼ୀ (୪୫) । ସ୍ୱାମୀଙ୍କ ନାମ ମାର୍କଣ୍ଡ ପାଢ଼ୀ । ଘର ଜଟଣୀ ଥାନା ଯାଁଳା ଫାଣ୍ଡି ଅନ୍ତର୍ଗତ କାଇମାଟିଆ । ସେ ତମାଣ୍ଡୋରେ ଭଡ଼ାରେ ରହୁଥିଲେ । ପୁଲିସ ସୂଚନା ଅନୁଯାୟୀ, ସୋମବାର ଦିନ ସକାଳେ ରୁନୁ ଫୁଲ ତୋଳିବା ଠାରୁ ଆରମ୍ଭ କରି ଠାକୁର ପୂଜା ଓ ଚା’ ଜଳଖିଆ ପ୍ରସ୍ତୁତ […]

ଝିଅର ଓଢଣୀରେ ଝୁଲି ମା’ର ଆତ୍ମହତ୍ୟା…
ଭୁବନେଶ୍ୱର ୨୮।୦୭: ଝିଅର ଓଢ଼ଣିକୁ ବେକରେ ଗୁଡ଼ାଇ ଫ୍ୟାନ୍‌ ହୁକରେ ଝୁଲି ମା’ ଆତ୍ମହତ୍ୟା କରିଛନ୍ତି । ତାଙ୍କ ନାମ ରୁନୁ ପାଢ଼ୀ (୪୫) । ସ୍ୱାମୀଙ୍କ ନାମ ମାର୍କଣ୍ଡ ପାଢ଼ୀ । ଘର ଜଟଣୀ ଥାନା ଯାଁଳା ଫାଣ୍ଡି ଅନ୍ତର୍ଗତ କାଇମାଟିଆ । ସେ ତମାଣ୍ଡୋରେ ଭଡ଼ାରେ ରହୁଥିଲେ । ପୁଲିସ ସୂଚନା ଅନୁଯାୟୀ, ସୋମବାର ଦିନ ସକାଳେ ରୁନୁ ଫୁଲ ତୋଳିବା ଠାରୁ ଆରମ୍ଭ କରି ଠାକୁର ପୂଜା ଓ ଚା’ ଜଳଖିଆ ପ୍ରସ୍ତୁତ କରିଥିଲେ । ବଡ଼ପୁଅ ଅଟୋ ନେଇ ଘରୁ ବାହାରି ଯାଇଥିଲେ । ସୋମବାର ହେତୁ ତମାଣ୍ଡୋ ମହାଦେବଙ୍କ ମନ୍ଦିରକୁ ଭୋଗ କରିବାକୁ ପଠାଇ ଦେଇଥିଲେ । ସକାଳ ପ୍ରାୟ ୯ଟା ବେଳେ ସେ ଘର କବାଟ ଦେଇ ଝିଅର ଓଢ଼ଣିକୁ ବେକରେ ଗୁଡ଼ାଇ ଫ୍ୟାନ୍‌ ହୁକରେ ଝୁଲି ପଡ଼ିଥିଲେ । ମନ୍ଦିରରୁ ଝିଅ ଆସି ଦେଖିବା ବେଳକୁ ରୁନୁ ଓଢ଼ଣିରେ ଝୁଲୁଥିଲେ । ତାଙ୍କ ପାଟି ଶୁଣି ପଡ଼ୋଶୀମାନେ ଉଠି ଆସିଥିଲେ । ଓଢ଼ଣିକୁ କାଟି ଜୀବନ ଥିବାରୁ ତାଙ୍କୁ ଏମ୍‌ସ ହସ୍ପିଟାଲ ନେଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା । ଖବର ପାଇ ତମାଣ୍ଡୋ ଥାନା ପୁଲିସ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଏନେଇ ପୁଲିସ ରୁନୁଙ୍କ ପରିବାର ଲୋକଙ୍କୁ ଖବର ଦେଇଛି । ପରିବାର ଲୋକେ ଗଞ୍ଜାମରୁ ଆସି ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି । ତେବେ କେଉଁ କାରଣ ପାଇଁ ରୁନୁ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନାହିଁ । ଋଣଗ୍ରସ୍ତ କାରଣରୁ ରୁନୁ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୁଲିସ ଅନୁମାନ କରୁଛି ।