ନିଜ ପରିଶ୍ରମରେ ରୋଜଗାରକ୍ଷମ ହୋଇଛନ୍ତି ତାଳଚେରର ଝିଅ ସ୍ୱାଗତିକା, ବିୟୁଟି ପାର୍ଲର କରି ମାସିକ ରୋଜଗାର କରୁଛନ୍ତି ହଜାର ହଜାର ଟଙ୍କା

ଅନୁଗୁଳ: କଠିନ ପରିଶ୍ରମ ଯେ ସଫଳତା ଆଣିପାରେ ତାହାକୁ ପ୍ରମାଣିତ କରିଛନ୍ତି ତାଳଚେର ବ୍ଲକ ଅନ୍ତର୍ଗତ ବହ୍ଲର ଗ୍ରାମର ଜ୍ଞାନୀନ୍ଦ୍ର ଦାସଙ୍କ ଝିଅ ସ୍ଵାଗତିକା। ସ୍ୱାଗତିକା ଦଶମ ଶ୍ରେଣୀ ଯାଏଁ ପଢ଼ିଥିଲେ ମଧ୍ୟ ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ନଥିବାରୁ କିନ୍ତୁ ଆଗକୁ ଆଉ ପଢ଼ିପାରିନଥିଲେ। ନିଜେ କିଛି କାମ କରିକି ଅର୍ଥ ରୋଜଗାର କରିବା ତଥା ଘର ଖର୍ଚ୍ଚ ତୁଲାଇବା ଓ ସାନ ଭାଇ ପାଇଁ ପଢ଼ାଖର୍ଚ୍ଚ ଉଠାଇବା ପାଇଁ ପ୍ରସାଧାନ ଅଥବା ବିୟୁଟିପାର୍ଲର୍ ଖୋଲିବା ପାଇଁ […]

ନିଜ ପରିଶ୍ରମରେ ରୋଜଗାରକ୍ଷମ ହୋଇଛନ୍ତି ତାଳଚେରର ଝିଅ ସ୍ୱାଗତିକା, ବିୟୁଟି ପାର୍ଲର କରି ମାସିକ ରୋଜଗାର କରୁଛନ୍ତି ହଜାର ହଜାର ଟଙ୍କା
ଅନୁଗୁଳ: କଠିନ ପରିଶ୍ରମ ଯେ ସଫଳତା ଆଣିପାରେ ତାହାକୁ ପ୍ରମାଣିତ କରିଛନ୍ତି ତାଳଚେର ବ୍ଲକ ଅନ୍ତର୍ଗତ ବହ୍ଲର ଗ୍ରାମର ଜ୍ଞାନୀନ୍ଦ୍ର ଦାସଙ୍କ ଝିଅ ସ୍ଵାଗତିକା। ସ୍ୱାଗତିକା ଦଶମ ଶ୍ରେଣୀ ଯାଏଁ ପଢ଼ିଥିଲେ ମଧ୍ୟ ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ନଥିବାରୁ କିନ୍ତୁ ଆଗକୁ ଆଉ ପଢ଼ିପାରିନଥିଲେ। ନିଜେ କିଛି କାମ କରିକି ଅର୍ଥ ରୋଜଗାର କରିବା ତଥା ଘର ଖର୍ଚ୍ଚ ତୁଲାଇବା ଓ ସାନ ଭାଇ ପାଇଁ ପଢ଼ାଖର୍ଚ୍ଚ ଉଠାଇବା ପାଇଁ ପ୍ରସାଧାନ ଅଥବା ବିୟୁଟିପାର୍ଲର୍ ଖୋଲିବା ପାଇଁ ମନସ୍ଥ କରିଥିଲେ। ସେ ସାମାଜିକ ଅନୁଷ୍ଠାନ ସୋସିଆଲ ଡେଭେଲପମେଣ୍ଟ ଫାଉଣ୍ଡେସନର କର୍ମକର୍ତ୍ତାଙ୍କଠୁ ଏନଟିପିସି ତାଳଚେର ଥର୍ମାଲର ପାରିପାର୍ଶ୍ୱିକ ଯୋଜନାରେ ଗ୍ରାମାଞ୍ଚଳର ମହିଳାଙ୍କ ଉନ୍ନତି ପାଇଁ ତାଲିମ୍ ବାବଦରେ ଅବଗତ ହୋଇଥିଲେ। ଏଥିସହ ପ୍ରସାଧାନ ଅଥବା ବିୟୁଟିପାର୍ଲର୍ କାର୍ଯ୍ୟକ୍ରମ ଉପରେ ନାମ ପଞ୍ଜିକରଣ କରି ୧୫ଦିନିଆ ତାଲିମ ନେଇଥିଲେ। ଏବେ ସେ ନିଜସ୍ଵ ଉଦ୍ୟମରେ ଏବଂ ସ୍ଵଳ୍ପ ଅର୍ଥ ବିନିଯୋଗ କରି ପ୍ରସାଧନ ସାମଗ୍ରୀ ସହିତ ଅନ୍ୟାନ୍ୟ ସରଞ୍ଜାମ କିଣି ଚାହିଦା ମୁତାବକ ଗ୍ରାମାଞ୍ଚଳରେ ବେଶ୍ ଭଲ ଭାବେ ରୋଜଗାର କରୁଛନ୍ତି। ଏଥିସହ ନିଜ ଅଞ୍ଚଳର ଝିଅଙ୍କୁ ଘରେ ତାଲିମ୍ ଦେଉଛନ୍ତି ସ୍ୱାଗତିକା। ପ୍ରତି ମାସରେ ସେ ୫୦୦୦ ରୁ ୭୦୦୦ ଟଙ୍କା ଲାଭ ପାଉଛନ୍ତି। ତାଙ୍କର ଏହି ସଫଳତା ପଛରେ ତାଲିମଦାତ୍ରୀ ସୁନୀତା ବାରିକ, ଅନୁଷ୍ଠାନର ପ୍ରୋଗ୍ରାମ୍ ଅଫିସର ମମତା ଦାସଙ୍କ ସମେତ ଏନଟିପିସି ତାଳଚେର ଥର୍ମାଲର କର୍ମକର୍ତ୍ତାଙ୍କ ସାହାଯ୍ୟ ଓ ସହଯୋଗ ରହିଥିବା ସ୍ଵାଗତିକା କହିଛନ୍ତି।