ନିର୍ବାଚନ ହେବାକୁ ଥିବା ରାଜ୍ୟରେ ଶତପ୍ରତିଶତ କରୋନା ଟିକାକରଣ ଉପରେ କେନ୍ଦ୍ର ସରକାରଙ୍କ ଗୁରୁତ୍ବ!

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଶୁକ୍ରବାର ଦେଶରେ କରୋନା ଟିକାକରଣ ବଡ଼ ରେକର୍ଡ କରିଛି। ପ୍ରଥମ ଥର ଦେଶରେ ଗୋଟିଏ ଦିନରେ ଅଢ଼େଇ କୋଟି ଲୋକ କରୋନା ଟିକା ନେଇଛନ୍ତି। ଏମିତିରେ ବି ଦେଶରେ କରୋନା ଟିକାକରଣ ତୀବ୍ର ହୋଇଛି। କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି ଯେ, ଅକ୍ଟୋବର ପ୍ରଥମ ସପ୍ତାହରେ ୧୦୦ କୋଟି ଲୋକଙ୍କୁ ଟିକା ଦିଆଯିବା ସରିଥିବ।  ଏବେ ସରକାର ଏହି ଦିଗରେ କାମ କରୁଛନ୍ତି ଯେ, ଯେଉଁ ରାଜ୍ୟ ଗୁଡ଼ିକରେ ଆଗାମୀ […]

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଶୁକ୍ରବାର ଦେଶରେ କରୋନା ଟିକାକରଣ ବଡ଼ ରେକର୍ଡ କରିଛି। ପ୍ରଥମ ଥର ଦେଶରେ ଗୋଟିଏ ଦିନରେ ଅଢ଼େଇ କୋଟି ଲୋକ କରୋନା ଟିକା ନେଇଛନ୍ତି। ଏମିତିରେ ବି ଦେଶରେ କରୋନା ଟିକାକରଣ ତୀବ୍ର ହୋଇଛି। କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି ଯେ, ଅକ୍ଟୋବର ପ୍ରଥମ ସପ୍ତାହରେ ୧୦୦ କୋଟି ଲୋକଙ୍କୁ ଟିକା ଦିଆଯିବା ସରିଥିବ।  ଏବେ ସରକାର ଏହି ଦିଗରେ କାମ କରୁଛନ୍ତି ଯେ, ଯେଉଁ ରାଜ୍ୟ ଗୁଡ଼ିକରେ ଆଗାମୀ ଦିନରେ ନିର୍ବାଚନ ହେବାକୁ ଅଛି, ସେଠାରେ ଶତପ୍ରତିଶତ ଟିକାକରଣ କରଯିବ। ସୂଚନା‌ଯୋଗ୍ୟ, ଆଗାମୀ ଦିନରେ ଉତ୍ତର ପ୍ରଦେଶ, ପଂଜାବ, ଉତ୍ତରାଖଣ୍ଡ ଏବଂ ଗୋଆରେ ବିଧାନସଭା ନିର୍ବାଚନ ହେବ। କେନ୍ଦ୍ର ସରକାର ବିଶେଷ ଭାବରେ ଏସବୁ ରାଜ୍ୟଗୁଡ଼ିକରେ ଟିକାକରଣ ଅଭିଯାନକୁ ଅଧିକ ତ୍ବରାନ୍ବିତ କରିବାକୁ ଚାହୁଁଛନ୍ତି।  ନିର୍ବାଚନୀ ରାଜ୍ୟ ବ୍ୟତୀତ ଦକ୍ଷିଣ ଭାରତର କେରଳ ଓ କର୍ଣ୍ଣାଟକରେ ମଧ୍ୟ ଟିକାକରଣ ତୀବ୍ର ଗତିରେ ବଢ଼ିଚାଲିଛି। କାରଣ ଏହି ୨ ରାଜ୍ୟରେ ଦୈନିକ ସଂକ୍ରମଣ ବଢ଼ିଚାଲିଛି। ଫଳରେ ଏଠାରେ ଟିକାକରଣ ମାଧ୍ୟମରେ ସଂକ୍ରମଣ ନିୟନ୍ତ୍ରଣ କରିବାକୁ ଉଦ୍ୟମ ହେଉଛି। ଦେଶରେ ଖୁବଶୀଘ୍ର ଜାଇଡସ କାଡିଲା ଟିକା ଉପଲବ୍ଧ ହେବାକୁ ଯାଉଛି।  Share Tweet Share