ନେସନାଲ ଚାମ୍ପିୟାନ ସିପରେ ଓଡ଼ିଶାର ପଦକ ବର୍ଷା

ସ୍ପୋର୍ଟସ ଡେଭଲମେଣ୍ଟ ଆଣ୍ଡ ପ୍ରମୋସନ ଫେଡ୍ରେସନ ଇଣ୍ଡିଆ ଦ୍ବାରା ଆୟୋଜିତ ପଞ୍ଚମ ଜାତୀୟ ସ୍ତରୀୟ ଚାମ୍ପିୟାନ ସିପ ଯାହାକି,ମଧ୍ୟପ୍ରଦେଶ ଗୁଆଲିଅର ଠାରେଥିବା ନାଗଜି ଇନସିଚୁଟ ଅଫ ଟେକ୍ନୋଲୋଜି ଆଣ୍ଡ ମିୟାନେଜମେଣ୍ଟ ରେ ମେ28,29,30,ରିଖରେ ଅନୁଷ୍ଠିତ ହୋଇଯାଇଛି । ସାରା ଦେଶରୁ ମୋଟ19ଟି ରାଜ୍ୟରୁ850ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।ଏହି ପ୍ରତିଯୋଗିତାରେ ଓଡ଼ିଶା ରାଜ୍ୟ ସ୍ପୋର୍ଟସ ଡେଭଲମେଣ୍ଟ ଆଣ୍ଡ ପ୍ରମସୋନ ଆସୋସିଏସନ32ଜଣ ପ୍ରତିଯୋଗୀ ବିଭିନ୍ନ କ୍ରୀଡା ବିଭାଗରେ ଅଂଶ ଗ୍ରହଣ କରିଥିଲେ।ଏହି ପ୍ରତିଯୋଗିତାରେ ଓଡିଶା ଭଳିବଲ ରୋପ୍ୟ ପଦକ ହାସଲ କରିଥିବା ବେଳେ,କବାଡି ପ୍ରତିଯୋଗୀ ତରେ ମଧ୍ୟ ରୋପ୍ୟ ପଦକ ହାସଲ କରିଛନ୍ତି।ଆହୁରି ମଧ୍ୟ ଆଥଲେଟିକ ଓ ବିଭିନ୍ନ ଇଭେଣ୍ଟ ରେ8ଟି ଗୋଲଡ଼ ତିନୋଟି ରୋପ୍ୟ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରି ଓଡିଶାକୁ ଜାତୀୟ ସ୍ତରରେ ଗୌରବ ନିୟ କରିଛନ୍ତି ।ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଖେଳାଳି ମାନେ ହେଲେ, ଭଲି ବଲର ବିକାଶ ବେହେରା, ତନ୍ମୟ ବାରିକ, ବିଶ୍ୱଜିତ ପ୍ରଧାନ, ଜୟଦେଵ ଓଝା,ମାନସ, ରଞ୍ଜନ ପ୍ରମୁଖ ଭାଗ ନେଇ ଥିବା ବେଳେ କବାଡିରେ ମାତୃପ୍ରସାଦ ନାୟକ, ଅଭିଜ୍ଞାନ ବାରିକ, ନୀତିଶ ନାୟକ, ଏସ କେ ସାନୁଆର, ଏସକେ ମୋଜିଦ ,ବିମୟମ୍ବର ସାହୁ, ଅମନ ସାହୁ,ପ୍ରମୁଖ ଭାଗ ନେଇଥିଲେ,ସମସ୍ତ ଖେଳାଳି ମାନକୁଏସ୍ଡିପିଓ ଓଡ଼ିଶା ଆସୋସିଏସନ ର ପ୍ରେସିଡେନ୍ସଦୀପକ ଜେନା ,ଭାଇସ ପ୍ରେସିଡେନ୍ସମନୋଜ ସାମଲ,ସେକ୍ରେଟାରୀ ଜଗଦୀଶ ସାମଲ, ଟିମ କୋଚ ସୁଶାନ୍ତ କୁମାର ବେହେରା ସୌକଟ ଖାନ ସେକ ସାଜିଜ, ପ୍ରଫୁଲ୍ଲ ବେହେରା, ପ୍ରମୁଖ ସମସ୍ତ ଖେଳାଲି ମାନକୁ ଶୁଭେଚ୍ଛା ଜଣାଇ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି,ରିପୋର୍ଟ, ସୁଶାନ୍ତ କୁମାର ବେହେରା

ନେସନାଲ ଚାମ୍ପିୟାନ ସିପରେ ଓଡ଼ିଶାର ପଦକ ବର୍ଷା