ପାଣିର ୯୯.୯% ଜୀବାଣୁକୁ ମାରି ଦେବ ଏହି ଟାବଲେଟ୍, ଅନୁସନ୍ଧାନରେ ଦାବି

ନୂଆଦିଲ୍ଲୀ ୧୨/୧୦: ସମଗ୍ର ବିଶ୍ୱରେ ବିଶୁଦ୍ଧ ପାନୀୟ ଜଳର ଅଭାବ ଦେଖାଦେଇଛି। ଏଭଳି ପରିସ୍ଥିତିରେ ଆମେରିକାର ବୈଜ୍ଞାନିକମାନେ ଏକ ବିଶେଷ ପ୍ରକାରର ହାଇଡ୍ରୋଜେଲ ଟ୍ୟାବଲେଟ୍ ପ୍ରସ୍ତୁତ କରିଛନ୍ତି। ଏହି ଟାବଲେଟ୍ ଏକ ଘଣ୍ଟା ମଧ୍ୟରେ ନଦୀ ଓ ପୋଖରୀର ଜଳକୁ ପାନୀୟଜଳ କରିବ। ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଏହି ଟାବଲେଟ୍ ୯୯.୯ ପ୍ରତିଶତ ଜୀବାଣୁ ମୁକ୍ତ କରିବ। ଆମେରିକାର ଅଷ୍ଟିନରେ ଥିବା ଟେକ୍ସାସ୍ ୟୁନିଭରସିଟିର ବୈଜ୍ଞାନିକମାନେ ଏହି ହାଇଡ୍ରୋଜେଲ୍ ଟ୍ୟାବଲେଟ୍ ପ୍ରସ୍ତୁତ କରିଛନ୍ତି। ବୈଜ୍ଞାନିକମାନେ କହିଛନ୍ତି, 'ସାଧାରଣତଃ ଜଳକୁ ଫୁଟାଯାଇ ଏହାକୁ ଜୀବାଣୁମୁକ୍ତ କରି ପିଆଯାଇଥାଏ। ଏହା ଉଭୟ ସମୟ ଏବଂ ଶକ୍ତି ଆବଶ୍ୟକ କରେ, କିନ୍ତୁ ନୂତନ ହାଇଡ୍ରୋଜେଲ ଟ୍ୟାବଲେଟ୍ ସହିତ ଜଳକୁ ଶୁଦ୍ଧ କରିବା ସହଜ ଅଟେ। ବୈଜ୍ଞାନିକଙ୍କ ଅନୁଯାୟୀ, 'ଏହି ହାଇଡ୍ରୋଜେଲ ଟାବଲେଟକୁ ନଦୀ କିମ୍ବା ପୋଖରୀ ପାଣିରେ ଭର୍ତ୍ତି ଏକ କଣ୍ଟେନରରେ ପକାଇବାକୁ ହେବ। ଟାବଲେଟ୍ ପକାଇବାର ଏକ ଘଣ୍ଟା ପରେ ଜଳ ୯୯.୯ ପ୍ରତିଶତ ଜୀବାଣୁ ମୁକ୍ତ ହୋଇଯିବ। ଏକ ଘଣ୍ଟା ପରେ, ଆପଣ ଏହି ଟାବଲେଟକୁ ପାଣିରୁ ବାହାର କରିପାରିବେ। ପାଣିରେ କୌଣସି ରାସାୟନିକ ପଦାର୍ଥ ରହିବ ନାହିଁ।’ ଅନୁସନ୍ଧାନକାରୀମାନେ କହିଛନ୍ତି, 'ପାଣିରେ ପହଞ୍ଚିବା ପରେ ଏହି ଟାବଲେଟ୍ ହାଇଡ୍ରୋଜେନ୍ ପେରକ୍ସାଇଡ୍ ସୃଷ୍ଟି କରିଥାଏ। ଯାହା କାର୍ବନ କଣିକା ସହିତ ମିଶି ଜୀବାଣୁକୁ ମାରିଦିଏ। ଅନୁସନ୍ଧାନରେ ଏହା ଦାବି କରାଯାଇଛି ଯେ ଏହା ପାଣିରେ କୌଣସି ରାସାୟନିକ କିମ୍ବା ଉପ-ଦ୍ରବ୍ୟ ସୃଷ୍ଟି କରେ ନାହିଁ ଯାହା ମଣିଷକୁ କ୍ଷତି ପହଞ୍ଚାଇପାରେ।