ପିପିଇ କିଟ୍ ପିନ୍ଧି ବିବାହ ବନ୍ଧନରେ ବାନ୍ଧିହେଲେ ବରକନ୍ୟା: ଯୁବକ କରୋନା ପଜିଟିଭ୍, ୮ଜଣରେ ହେଲା ବାହାଘର

ରତଲାମ ୨୭/୦୪ : କରୋନାର ଦ୍ୱିତୀୟ ଲହର ସାରା ଦେଶକୁ ଥରହର କରିଦେଇଛି। ସଂକ୍ରମଣ ରୋକିବାକୁ ଅନେକ ରାଜ୍ୟରେ ଲକଡାଉନ ଓ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ମଧ୍ୟ ପ୍ରଦେଶରେ ମଧ୍ୟ ଲକଡାଉନ ଜାରି କରାଯାଇଛି। ଲକଡାଉନ୍ ଯୋଗୁଁ ବାହାଘରରେ ବ୍ୟାଣ୍ଡ ବାଜା ଉପରେ ପ୍ରତିବନ୍ଧକ ଲଗାଯାଇଛି। କାମ ଅତିଥିରେ ବାହାଘର ସମ୍ପନ୍ନ କରାଯାଉଛି। ଏଭଳି ସ୍ଥିତିରେ ମଧ୍ୟପ୍ରଦେଶ ରତଲାମରେ ହୋଇଥିବା ଏକ ବାହାଘର ଚର୍ଚ୍ଚାର ବିଷୟ ହୋଇଛି। ଚଳିତ ବର୍ଷ ବାହାଘର ମୁହୂର୍ତ୍ତ କମ ଅଛି। ପୁଣି କରୋନା ଭାଇରସ ଓ ଲକଡାଉନ ଯୋଗୁଁ ଅନେକ ବାହାଘରରେ ବ୍ରେକ ଲଗାଇଦେଇଛି। ସୋମବାର ଦିନ ରତଲାମରେ ହୋଇଥିବା ଏକ ବାହାଘରକୁ ନେଇ ଖୁବ ଚର୍ଚ୍ଚା ହେଉଛି। ବାହାଘରରେ ବରକନ୍ୟା ପିପିଇ କିଟ ପିନ୍ଧି ସାତ ଫେରା ନେଇଥିଲେ। ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ବାହାଘର ହୋଇଥିଲା। ପ୍ରଶାସନକୁ ଖବର ମିଳିଥିଲା ଯେ ସହରର ମାଙ୍ଗଳିକ ଭବନରେ ବାହାଘର ଅଛି। ବର କରୋନା ପଜିଟିଭ। ଖବର ପାଇବା ପରେ ତହସିଲଦାର ନବୀନ ଗର୍ଗ ବାହାଘର ବନ୍ଦ କରିବାକୁ ବର ଘରେ ପହଞ୍ଚିଥିଲେ। ବର କରୋନା ପଜିଟିଭ ଥାଇ ସୁଦ୍ଧା କିପରି ବାହାଘର କରିବାକୁ ଯାଉଛନ୍ତି ବୋଲି ସେ ବାହାଘର ଅଟକାଇବାକୁ ଯାଇଥିଲେ।  ପ୍ରଶାସନ ବର ଘରେ ପହଞ୍ଚି ବାହାଘର ବନ୍ଦ କରିବାକୁ କହିଥିଲା। କିନ୍ତୁ ପରିବାର ଲୋକେ ବାହାଘର ବନ୍ଦ ନ କରିବାକୁ ତାଙ୍କୁ ଅନୁରୋଧ କରିଥିଲେ। ପରିବାର ଲୋକେ କହିଥିଲେ ଯେ ତାଙ୍କ ଘରେ ବୟସ୍କ ଲୋକ ଅଛନ୍ତି। କେତେବେଳେ କଣ ହବ କହିହବନି। ସେଥିପାଇଁ ବାହାଘର ବନ୍ଦ ନ କରିବାକୁ ପ୍ରଶାସନକୁ ଅନୁରୋଧ କରିଥିଲେ। https://www.youtube.com/watch?v=ndhjOdzNM9U ପରିବାର ଲୋକଙ୍କ ଅନୁରୋଧରେ ପ୍ରଶାସନ ତରଳି ଯାଇଥିଲେ ଓ ବାହାଘର ପାଇଁ ଅନୁମତି ଦେଇଥିଲେ। ତେବେ ବାହାଘର ପାଇଁ ପ୍ରଶାସନ ଏକ ସର୍ତ୍ତ ରଖିଥିଲା। ସର୍ତ୍ତ ଥିଲା ଯେ ବରକନ୍ୟା ପିପିଇ କିଟ ପିନ୍ଧି ବାହାହେବେ। ପ୍ରଶାସନର ଏହି ସର୍ତ୍ତରେ ଉଭୟ ପରିବାର ରାଜି ହୋଇଥିଲେ। ବାହାଘରରେ ବର ପକ୍ଷରୁ ୪ଜଣ ଓ କନ୍ୟା ଘର ପକ୍ଷରୁ ପଣ୍ଡିତଙ୍କୁ ମିଶାଇ ୪ଜଣ, ଅର୍ଥାତ ମୋଟ ୮ଜଣ ସାମିଲ ହୋଇଥିଲେ। ଲକଡାଉନ୍ ସମୟରେ କେବଳ ପରିବାର ଲୋକଙ୍କ ଉପସ୍ଥିତିରେ ସାମାନ୍ୟ ତରିକାରେ ହୋଇଥିବା ଏହି ବାହାଘର ପରେ ଉଭୟ ପରିବାର ଖୁସି ଅଛନ୍ତି। ସମ୍ପର୍କୀୟମାନେ ଭିଡିଓ କଲ ଜରିଆରେ ବରକନ୍ୟାଙ୍କୁ ଆଶୀର୍ବାଦ ଦେଇଥିଲେ। ନବଦମ୍ପତି କହିଛନ୍ତି ସରକାରଙ୍କ ଆଦେଶ ପାଳନ କରି ବାହାଘର ହେବା ତାଙ୍କର ଉଦ୍ଦେଶ୍ୟ ଥିଲା।