ପେପସି ଆଣିବାକୁ ଯାଇଥିଲେ ଦୁଇ ନାବାଳିକା, ଦୋକାନୀ କଲା ଅସଦାଚରଣ

ଜଳେଶ୍ବର ୦୫/୦୬: ପେପସି ଆଣିବାକୁ ଯାଇଥିବା ଦୁଇ ନାବାଳିକାଙ୍କୁ ଦୋକାନୀଙ୍କ ଅସଦାଚରଣ। ଏହି ଲଜ୍ଜାଜନକ ଘଟଣା ଘଟିଛି  ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ମ୍ୟୁନିସିପାଲଟି ଅନ୍ତର୍ଗତ ଶାନ୍ତିଆ ବ୍ଲକ ବଜର ନଅ ନମ୍ବର ଓ୍ଵାର୍ଡରେ। ଗାଁରେ ଉତ୍ତେଜନା ଦେଖା ଦେବାରୁ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି। ଦୋକାନୀ ବିରୋଧରେ ନାବାଳିକାଙ୍କ ମା-ବାପା ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ଦୁଇ ଜଣ ନାବାଳିକା ତାଙ୍କର ଘର ସମ୍ମୁଖରେ ଥିବା ଦୋକାନକୁ ଜୁନ ୩ ତାରିଖ ଦିନ ୧୦ଟା ବେଳେ ପେପସି ଆଣିବାକୁ ଯାଇଥିଲେ। ଦୋକାନୀ ଜଣଙ୍କ ଉକ୍ତ ଦୁଇ ନାବାଳିକାଙ୍କୁ ଘର ଭିତରେ ପୁରାଇ ସେମାନଙ୍କୁ ଅସଦା ଚରଣ କରିଥିଲା। ନାବାଳିକା ଦୁଇ ଜଣ ଚିତ୍କାର କରି ଦୋକାନୀ କବଳରୁ ଖସି ପଳାଇ ଆସିଲେ। ପୁଣିଥରେ ସେହି ଦୁଇ ନାବାଳିକା ଶନିବାର ପୂର୍ବାହ୍ନ ୧୦ଟାରେ ସେହି ଦୋକାନକୁ ପେପସି ଆଣିବାକୁ ଯାଇଥିଲେ। ଦୋକାନୀ ଜଣକ ପୂର୍ବ ପରି ସେହିଭଳି ଆଚରଣ ପ୍ରଦର୍ଶନ କରିଥିଲା। ନାବାଳିକା ଦୁଇ ଜଣ ଆସି ସେମାନଙ୍କର ମାଙ୍କୁ ଘଟଣା ବିଷୟରେ ଜଣାଇ ଥିଲେ। ସନ୍ଧ୍ୟାରେ ଘରର ମାଲିକ ଆସିଲା ପରେ ମା ଜଣକ ଝିଅର ବାପାଙ୍କୁ ସବୁ କଥା ଜଣାଇ ଥିଲା। ଧୀରେ ଧୀରେ କଥା  ପ୍ରଘଟ ହେବାରୁ ଗ୍ରାମରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ପହଞ୍ଚି ଜଳେଶ୍ବର ପୋଲିସ ସ୍ଥିତି ନିୟନ୍ତ୍ରଣ କରି ଥାନାରେ ଅଭିଯୋଗ କରିବାକୁ ପୀଡିତାଙ୍କ ବାପା-ମାଙ୍କୁ କହିଥିଲେ। ଶନିବାର ରାତ୍ରି ୯ଟା ୩୦ମିନିଟ ସମୟରେ  ଜଳେଶ୍ବର ଥାନାରେ  ଅଭିଯୋଗ ଦାଖଲ କରିଛନ୍ତି ନାବାଳିକାର ମା ଓ ବାପା।