ବିଦେଶ ଫେରନ୍ତାଙ୍କ ପାଇଁ ଜାରି ହେଲା ନୂଆ ଗାଇଡଲାଇନ୍, ଅଗଷ୍ଟ ୮ରୁ ହେବ ଲାଗୁ

ନୂଆଦିଲ୍ଲୀ, ୦୨|୦୮: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ରବିବାର ଅନ୍ୟ ଦେଶରୁ ଭାରତକୁ ଆସୁଥିବା ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ଏହା ଅଗଷ୍ଟ ୮ ତାରିଖ ରାତ୍ର ୧୨ଟାରୁ ଲାଗୁ ହେବ । ନୂଆ ଗାଇଡଲାଇନ୍ ଅନୁସାରେ ଯାତ୍ରୀଙ୍କୁ ଯାତ୍ରା ଆରମ୍ଭର ୭୨ ଘଣ୍ଟା ପୂର୍ବରୁ ଅନଲାଇନରେ ସେଲ୍ଫ ଡିକ୍ଲାରେସନ୍ ଫର୍ମ ଭରିବାକୁ ପଡିବ । ପୋର୍ଟାଲରେ ମଧ୍ୟ ଏନେଇ ସୂଚନା ପ୍ରଦାନ କରାଯାଇଛି । ଯାତ୍ରୀମାନେ ଫେରିବା ପରେ ୧୪ଦିନ […]

ବିଦେଶ ଫେରନ୍ତାଙ୍କ ପାଇଁ ଜାରି ହେଲା ନୂଆ ଗାଇଡଲାଇନ୍, ଅଗଷ୍ଟ ୮ରୁ ହେବ ଲାଗୁ
ନୂଆଦିଲ୍ଲୀ, ୦୨|୦୮: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ରବିବାର ଅନ୍ୟ ଦେଶରୁ ଭାରତକୁ ଆସୁଥିବା ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ଏହା ଅଗଷ୍ଟ ୮ ତାରିଖ ରାତ୍ର ୧୨ଟାରୁ ଲାଗୁ ହେବ । ନୂଆ ଗାଇଡଲାଇନ୍ ଅନୁସାରେ ଯାତ୍ରୀଙ୍କୁ ଯାତ୍ରା ଆରମ୍ଭର ୭୨ ଘଣ୍ଟା ପୂର୍ବରୁ ଅନଲାଇନରେ ସେଲ୍ଫ ଡିକ୍ଲାରେସନ୍ ଫର୍ମ ଭରିବାକୁ ପଡିବ । ପୋର୍ଟାଲରେ ମଧ୍ୟ ଏନେଇ ସୂଚନା ପ୍ରଦାନ କରାଯାଇଛି । ଯାତ୍ରୀମାନେ ଫେରିବା ପରେ ୧୪ଦିନ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ । ଏହାମଧ୍ୟରୁ ୭ଦିନ ସେମାନେ ସରକାରୀ କ୍ୱାରେଣ୍ଟାଇନରେ ରହିବେ । ଏପରିକି ଆଉ ୭ଦିନ ସେମାନେ ହୋମ୍ ଆଇସୋଲେସନରେ ରହିବେ । They should also give an undertaking on the portal that they would undergo mandatory quarantine for 14 days i.e. 7 days paid institutional quarantine at their own cost, followed by 7 days isolation at home with self-monitoring of health: Ministry of Health and Family Welfare https://t.co/ATbjZ4VwgB— ANI (@ANI) August 2, 2020 ସ୍ୱାସ୍ଥ୍ୟ ମନ୍ତ୍ରାଳୟର କହିବାନୁସାରେ, କୌଣସି ସମସ୍ୟା, ଗର୍ଭବତୀ ଥିଲେ, ପରିବାରରେ କାହାର ମୃତ୍ୟୁ, ଗୁରୁତର ରୋଗ ବା ୧୦ ବର୍ଷରୁ କମ୍ ବୟସର ଶିଶୁର ମାତା-ପିତାଙ୍କୁ ହୋମ୍ ଆଇସୋଲେସନ ପାଇଁ ଅନୁମତି ମିଳିବ । ଭାରତରେ ପହଁଚିବା ପରେ କରୋନା ରିପୋର୍ଟ ନେଗେଟିଭ୍ ଆସିଲେ ସରକାରୀ କ୍ୱାରେଣ୍ଟାଇନରେ ରିହାତି ମିଳିବ । ଏହି ଟେଷ୍ଟ ଯାତ୍ରା ପୂର୍ବରୁ ୯୬ ଘଣ୍ଟା ମଧ୍ୟରେ କରିବାକୁ ହେବ । ଏହାସହ ଯାତ୍ରୀଙ୍କୁ ପୋନରେ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବାକୁ ପରାମର୍ଶ ଦିଆଯିବ । ବୋର୍ଡିଂ ପରେ କେବଳ ବିନା ଲକ୍ଷଣ ଥିବା ଆକ୍ରାନ୍ତଙ୍କୁ ସ୍କ୍ରିନିଂ ପରେ ଯିବାକୁ ଅନୁମତି ମିଳିବ । ସଡକ ପଥରେ ଆସୁଥିବା ଯାତ୍ରୀଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବ । ବୋର୍ଡିଂ ସମୟରେ ସୋସିଆଲ ଡିଷ୍ଟାନସିଂକୁ ଗୁରତ୍ୱ ଦେବାକୁ ହେବ । ଯେଉଁମାନେ ଯାତ୍ରା ପୂର୍ବରୁ ସେଲଫ୍ ଡିକ୍ଲାରେସନ ଫର୍ମ ଭରି ନଥିବେ ବିମାନରେ ଭରିପାରିବେ । ଏହାର କପି ସ୍ୱାସ୍ଥ୍ୟ ଓ ଇମିଗ୍ରେସନ ଅଧିକାରୀଙ୍କୁ ଦେବାକୁ ହେବ ।