ବ୍ରହ୍ମପୁର ପରେ କଟକକୁ ଫେରିଲା କରୋନା: ୧୨ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ

କଟକ, ୧୮ା୩ (ଓଡିଶା ଭାସ୍କର): କଟକକୁ କରୋନା ଫେରିଛି । ଏକ ଘରୋଇ ଶିକ୍ଷାନୁଷ୍ଠାନର ହଷ୍ଟେଲରେ ରହୁଥିବା ୭୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସଙ୍ଗରୋଧରେ ରଖିଛି କଟକ ମହାନଗର ନିଗମ (ସିଏମସି) ପ୍ରଶାସନ । ଲିଙ୍ଗରୋଡର ଏକ ଶିକ୍ଷାନୁଷ୍ଠାନର ୧୨ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁରର ଜଣେ ଛାତ୍ରୀଙ୍କଠାରେ ଲକ୍ଷଣ ଦେଖାଦେବା ଫଳରେ ତାଙ୍କର ଟେଷ୍ଟ କରାଯାଇଥିଲା । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଠାବ କରାଯାଇଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ […] The post ବ୍ରହ୍ମପୁର ପରେ କଟକକୁ ଫେରିଲା କରୋନା: ୧୨ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ appeared first on Odisha Bhaskar.

ବ୍ରହ୍ମପୁର ପରେ କଟକକୁ ଫେରିଲା କରୋନା: ୧୨ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ
କଟକ, ୧୮ା୩ (ଓଡିଶା ଭାସ୍କର): କଟକକୁ କରୋନା ଫେରିଛି । ଏକ ଘରୋଇ ଶିକ୍ଷାନୁଷ୍ଠାନର ହଷ୍ଟେଲରେ ରହୁଥିବା ୭୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସଙ୍ଗରୋଧରେ ରଖିଛି କଟକ ମହାନଗର ନିଗମ (ସିଏମସି) ପ୍ରଶାସନ । ଲିଙ୍ଗରୋଡର ଏକ ଶିକ୍ଷାନୁଷ୍ଠାନର ୧୨ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁରର ଜଣେ ଛାତ୍ରୀଙ୍କଠାରେ ଲକ୍ଷଣ ଦେଖାଦେବା ଫଳରେ ତାଙ୍କର ଟେଷ୍ଟ କରାଯାଇଥିଲା । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଠାବ କରାଯାଇଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ ବ୍ରହ୍ମପୁରର ଟାଟା ପାୱାର ଦକ୍ଷିଣ ଡିଷ୍ଟ୍ରିବ୍ୟୁସନ ଅଫିସରେ କିଛି କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଫଳରେ ପ୍ରଶାସନ ପକ୍ଷରୁ ପକ୍ଷରୁ କଟକଣା ଜାରି କରାଯିବା ସହ କାର୍ଯ୍ୟାଳୟକୁ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ୍ କରାଯାଇଥିଲା । The post ବ୍ରହ୍ମପୁର ପରେ କଟକକୁ ଫେରିଲା କରୋନା: ୧୨ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ appeared first on Odisha Bhaskar.