ବ୍ୟାଙ୍କ ପାଇଁ ଅର୍ଥ ବିଭାଗର ଗାଇଡ଼ଲାଇନ

ଭୁବନେଶ୍ୱର, ୩ା୮(ଓଡ଼ିଶା ଭାସ୍କର): ଦେଶ ଓ ରାଜ୍ୟରେ ଅନଲକ ୩.୦ ଆରମ୍ଭ ହୋଇଯାଇଛି । ଅନଲକ ୩.୦ରେ ଜିମ୍ ଓ ଯୋଗ କେନ୍ଦ୍ର ଖୋଲିବା ପାଇ ଅନୁମତି ମିଳିଛି । କିନ୍ତୁ କରୋନା ପାଇଁ ସତର୍କତା ଜରୁରୀ ତେଣୁ ବ୍ୟାଙ୍କ ପାଇଁ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଗାଇଡ଼ଲାଇନ ଜାରି କରାଯାଇଛି । ବ୍ୟାଙ୍କର ବଡ଼ ଶାଖାରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୫ଜଣ କର୍ମଚାରୀ ଥିବା ବ୍ୟାଙ୍କରେ ୧୦୦ […] The post ବ୍ୟାଙ୍କ ପାଇଁ ଅର୍ଥ ବିଭାଗର ଗାଇଡ଼ଲାଇନ appeared first on Odisha Bhaskar.

ବ୍ୟାଙ୍କ ପାଇଁ ଅର୍ଥ ବିଭାଗର ଗାଇଡ଼ଲାଇନ
ଭୁବନେଶ୍ୱର, ୩ା୮(ଓଡ଼ିଶା ଭାସ୍କର): ଦେଶ ଓ ରାଜ୍ୟରେ ଅନଲକ ୩.୦ ଆରମ୍ଭ ହୋଇଯାଇଛି । ଅନଲକ ୩.୦ରେ ଜିମ୍ ଓ ଯୋଗ କେନ୍ଦ୍ର ଖୋଲିବା ପାଇ ଅନୁମତି ମିଳିଛି । କିନ୍ତୁ କରୋନା ପାଇଁ ସତର୍କତା ଜରୁରୀ ତେଣୁ ବ୍ୟାଙ୍କ ପାଇଁ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଗାଇଡ଼ଲାଇନ ଜାରି କରାଯାଇଛି । ବ୍ୟାଙ୍କର ବଡ଼ ଶାଖାରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୫ଜଣ କର୍ମଚାରୀ ଥିବା ବ୍ୟାଙ୍କରେ ୧୦୦ ପ୍ରତିଶତ କର୍ମଚାରୀ କାମ କରିପାରିବେ । ସମସ୍ତ କର୍ମଚାରୀ ସାମାଜିକ ଦୂରତା ରକ୍ଷା କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । କର୍ମଚାରୀ ବ୍ୟାଙ୍କରେ ମାସ୍କ ପିନ୍ଧିବେ, ସାନିଟାଇଜର ବ୍ୟବହାର କରିବେ । ବ୍ୟାଙ୍କ, ଫାଇନାନ୍ସସିଆଲ ଇନଷ୍ଟିଚ୍ୟୁସନ କାର୍ଯ୍ୟାଳୟକୁ ସାନିଟାଇଜ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କାର୍ଯ୍ୟାଳୟ ଓ ଫାଟକକୁ ନିୟମିତ ବିଶୋଧନ କରାଯିବ । ଗାଇଡ଼ଲାଇନ ପାଳନ ହେଉଛି କି ନାହିଁ ଏହାର ତଦାରଖ କରିବ ଜିଲ୍ଲା ପ୍ରଶାସନ । ଏନେଇ ସମସ୍ତ ଜିଲ୍ଲାପାଳ, ଏସପିଙ୍କୁ ଚିଠି ଲେଖି ଜଣାଇଛି ରାଜ୍ୟ ଅର୍ଥ ବିଭାଗ । The post ବ୍ୟାଙ୍କ ପାଇଁ ଅର୍ଥ ବିଭାଗର ଗାଇଡ଼ଲାଇନ appeared first on Odisha Bhaskar.