ମେ’ ଶେଷ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ, ଏଥର ହ୍ୱାଟସ୍‌ଆପ୍‌ରେ ମିଳିବ ପରୀକ୍ଷା ଫଳ

କଟକ: ଚଳିତ ମାସରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ମେ ମାସ ଶେଷ ଆଡ଼କୁ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରାଇବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଲକ୍ଷ୍ୟ ରଖିଛି ବୋଲି ସୂଚନା ମିଳିଛି। ନିର୍ବାଚନୀ ତାଲିମ୍ କାର୍ଯ୍ୟ ଏବଂ ବୋର୍ଡ ପକ୍ଷରୁ ଚଳିତ ବର୍ଷ ମାଟ୍ରିକ ଫଳ ପ୍ରକାଶନ ବ୍ୟବସ୍ଥାରେ ଏଥର କିଛି ନୂଆ ପଦକ୍ଷେପ ନେଇଥିବାରୁ ଫଳ ପ୍ରକାଶ ଲାଗି ଆକଳନ ହୋଇଥିବା ପୂର୍ବ ଧାର୍ଯ୍ୟ ସମୟକୁ ଘୁଞ୍ଚାଇ ଦିଆଯାଇଛି। ପରୀକ୍ଷା […]

ମେ’ ଶେଷ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ, ଏଥର ହ୍ୱାଟସ୍‌ଆପ୍‌ରେ ମିଳିବ ପରୀକ୍ଷା ଫଳ
କଟକ: ଚଳିତ ମାସରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ମେ ମାସ ଶେଷ ଆଡ଼କୁ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରାଇବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଲକ୍ଷ୍ୟ ରଖିଛି ବୋଲି ସୂଚନା ମିଳିଛି। ନିର୍ବାଚନୀ ତାଲିମ୍ କାର୍ଯ୍ୟ ଏବଂ ବୋର୍ଡ ପକ୍ଷରୁ ଚଳିତ ବର୍ଷ ମାଟ୍ରିକ ଫଳ ପ୍ରକାଶନ ବ୍ୟବସ୍ଥାରେ ଏଥର କିଛି ନୂଆ ପଦକ୍ଷେପ ନେଇଥିବାରୁ ଫଳ ପ୍ରକାଶ ଲାଗି ଆକଳନ ହୋଇଥିବା ପୂର୍ବ ଧାର୍ଯ୍ୟ ସମୟକୁ ଘୁଞ୍ଚାଇ ଦିଆଯାଇଛି। ପରୀକ୍ଷା ଫଳ ପ୍ରକାଶ ପରେ କୃତୀ ପରୀକ୍ଷାର୍ଥୀମାନଙ୍କୁ ଡିଜିଟାଲ୍ ସାର୍ଟିଫିକେଟ୍ ପ୍ରଦାନ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ଫଳ ପ୍ରକାଶ ମାତ୍ରେ ପରୀକ୍ଷାର୍ଥୀମାନେ ହାତପାଆନ୍ତାରେ ରେଜଲ୍ଟ ସିଟ୍ ପାଇବା ଲାଗି ବୋର୍ଡ ପକ୍ଷରୁ ହ୍ୱାଟସ‌ ଆପ୍‌ରେ ଏହି ସୁବିଧା ଉପଲବ୍ଧ କରାଇବାକୁ ଯୋଜନା ହୋଇଛି। ତେବେ ପରୀକ୍ଷାର୍ଥୀମାନେ ଫର୍ମପୂରଣ ସମୟରେ ଯେଉଁ ମୋବାଇଲକୁ ରେଜିଷ୍ଟ୍ରେସନ କରାଇଥିଲେ ଉକ୍ତ ନମ୍ବଲରେ ଲିଙ୍କ୍ ଦିଆଯିବ। ଆସନ୍ତା ୨-୩ ଦିନ ମଧ୍ୟରେ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ବୋର୍ଡ ସୂତ୍ରରୁ ସୂଚନା ମିଳିଛି।