ମଣିଷ ପଣିଆ ଆଗରେ ହାରମାନିଗଲା ଧର୍ମ: ପ୍ଲାଜମା ଦାନ କରିବାକୁ ରୋଜା ଭାଙ୍ଗିଲେ ମୁସଲିମ୍ ଯୁବକ

ରାଜସ୍ଥାନ ୧୭/୪: କରୋନା କାଳରେ କେଉଁଠି ମାନବିକତା ହାରିଯାଉଛି ତ କେଉଁଠି ଜୀବନ ବାଜି ଲାଗିଯାଉଛି । ମହାମାରୀ ପାଇଁ ଅନେକ ସ୍ଥାନରେ କରୁଣ ଦୃଶ୍ୟ ବି ନଜରକୁ ଆସିଛି । ହେଲେ ଏବେ ରାଜସ୍ଥାନ ଉଦୟପୁରରୁ ଆସିଛି ମଣିଷ ପଣିଆର ବାର୍ତ୍ତା । କରୋନା ରୋଗୀଙ୍କୁ ଜୀବନ ଦେବାକୁ ନିଜର ଧର୍ମକୁ ବି ଭୁଲି ଯାଇଛନ୍ତି ଜଣେ ମୁସଲମାନ୍ ସମ୍ପ୍ରଦାୟର ଯୁବକ । ଯାହାକି ପ୍ରମାଣ କରିଦେଇଛି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ । ଉଦୟପୁରରେ ଜଣେ ସିଭିଲ କଣ୍ଟ୍ରାକ୍ଟର ଅକିଲ ମସୁରୀ ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ବୁଧବାର ଜଣେ କରୋନା ରୋଗୀଙ୍କୁ ପ୍ଲାଜମା ଦେବା ପାଇଁ ନିଜର ଧର୍ମକୁ ବି ଭୁଲି ଯାଇଛନ୍ତି । ଅର୍ଥାତ ନିଜର ରୋଜା ବ୍ରତକୁ ଭାଙ୍ଗିବାକୁ ବି ପଛାଇନଥିଲ । ସୂଚନା ଥାଉକି ସେ ସୋସିଆଲ ମିଡିଆରୁ ଜାଣିବାକୁ ପାଇଥିଲେ ଜଣେ ମହିଳାଙ୍କ A+ ବ୍ଲଡ ଗ୍ରୁପ ପ୍ଲାଜମା ଦରକାର ହେଉଛି । ଏହା ଶୁଣିବା ପରେ ସେ ବିନା ଦ୍ୱିଧାରେ ଆଗେଇ ଆସିଥିଲେ ପ୍ଲାଜମା ଦାନ କରିବାକୁ । ଆଉ ଖୁସି ଖୁସି ହସ୍ପିଟାଲରେ ପହଞ୍ଚି ପ୍ଲାଜମା ଦେଇ ମହିଳାଙ୍କୁ ଦେଇଥିଲେ ନୂଆ ଜୀବନ । କିନ୍ତୁ ଏଥିପାଇଁ ତାଙ୍କୁ ତାଙ୍କର ରୋଜା ଭାଙ୍ଗିବାକୁ ପଡିଥିଲା । ସେ କହିଛନ୍ତି ଜଣେ ମଣିଷ ହିସାବରେ ମୁଁ ମୋର କର୍ତ୍ତବ୍ୟ କରିଛି । ତେବେ ମୁ ମୋ ଇଶ୍ୱରଙ୍କ ଠାରେ ପ୍ରାର୍ଥନା କରୁଛି ମହିଳା ଜଣଙ୍କ ଖୁବଶୀଘ୍ର ସୁସ୍ଥ ହୋଇଯାଆନ୍ତୁ । ସେପଟେ ଯୁବକଙ୍କ ଏମିତି ନିହତ କାର୍ଯ୍ୟ ପରେ ସବୁଠି ପ୍ରଶଂସା କରାଯାଉଛି । ଏଠାରେ କହିରଖୁଛୁ ଗତ ୨୦୨୦ ସେପ୍ଟେମ୍ୱର ମାସରେ କରୋନାରୁ ଠିକ୍ ହୋଇଥିଲେ । ଏହାପରେ ସେ ୩ ଥର ପ୍ଲାଜମା ଦେବା ସହ ୧୭ ଥର ରକ୍ତଦାନ କରିସାରିଛନ୍ତି ।