ସବ୍ୟସାଚୀଙ୍କ ପାଇଁ ବିବାହ କଲେ ଯୁବତୀ : ଲକଡାଉନ ପାଇଁ ତାମିଲନାଡୁରେ ଫଶିଥିଲେ, ଓଡିଶା ଫେରାଇ ଆଣିଲେ ଓଲିଉଡ୍ ଅଭିନେତା; ସଙ୍ଗରୋଧରେ ରହିବା ପରେ ହେଲା ବିବାହ, ଭିଡିଓ କଲରେ ଆଶୀର୍ବାଦ ଦେଲେ ସବ୍ୟସାଚୀ

କନକ ବ୍ୟୁରୋ : ସିନେତାରକା ସବ୍ୟସାଚୀଙ୍କ ପାଇଁ ଯୁବତୀଙ୍କ ହେଲା ବିବାହ । ଲକଡାଉନରେ ତାମିଲନାଡୁର ତିରିପୁରରେ ଫସି ରହିଥିବା ଜଣେ ଯୁବତୀଙ୍କୁ ଓଡିଶା ଫେରାଇ ଆଣିିଥିଲେ ଓଲିଉଡ୍ ସିନେ ତାରକା ସବ୍ୟସାଚ୍ଚୀ । ସେହି ଯୁବତୀ ଗତକାଲି ବିବାହ କରିଥିବା ବେଳେ ସବ୍ୟସାଚୀ ତାଙ୍କୁ ଭିଡିଓ କଲରେ ଆଶୀର୍ବାଦ ଜଣାଇଛନ୍ତି । ଚୌଦ୍ୱାର ଓଟିଏମରେ କଲୋନୀରେ ରହୁଥିବା କଳ୍ପନାଙ୍କ ବିବାହ ଠିକ୍ ହୋଇଥିବା ବେଳେ ଲକଡାଉନ୍ ଯୋଗୁଁ ସେ କାମ କରୁଥିବା ତାମିଲନାଡୁର ତିରିପୁରରେ ଫସିରହିଥିଲେ […]

ସବ୍ୟସାଚୀଙ୍କ ପାଇଁ ବିବାହ କଲେ ଯୁବତୀ : ଲକଡାଉନ ପାଇଁ ତାମିଲନାଡୁରେ ଫଶିଥିଲେ, ଓଡିଶା ଫେରାଇ ଆଣିଲେ ଓଲିଉଡ୍ ଅଭିନେତା; ସଙ୍ଗରୋଧରେ ରହିବା ପରେ ହେଲା ବିବାହ, ଭିଡିଓ କଲରେ ଆଶୀର୍ବାଦ ଦେଲେ ସବ୍ୟସାଚୀ
କନକ ବ୍ୟୁରୋ : ସିନେତାରକା ସବ୍ୟସାଚୀଙ୍କ ପାଇଁ ଯୁବତୀଙ୍କ ହେଲା ବିବାହ । ଲକଡାଉନରେ ତାମିଲନାଡୁର ତିରିପୁରରେ ଫସି ରହିଥିବା ଜଣେ ଯୁବତୀଙ୍କୁ ଓଡିଶା ଫେରାଇ ଆଣିିଥିଲେ ଓଲିଉଡ୍ ସିନେ ତାରକା ସବ୍ୟସାଚ୍ଚୀ । ସେହି ଯୁବତୀ ଗତକାଲି ବିବାହ କରିଥିବା ବେଳେ ସବ୍ୟସାଚୀ ତାଙ୍କୁ ଭିଡିଓ କଲରେ ଆଶୀର୍ବାଦ ଜଣାଇଛନ୍ତି । ଚୌଦ୍ୱାର ଓଟିଏମରେ କଲୋନୀରେ ରହୁଥିବା କଳ୍ପନାଙ୍କ ବିବାହ ଠିକ୍ ହୋଇଥିବା ବେଳେ ଲକଡାଉନ୍ ଯୋଗୁଁ ସେ କାମ କରୁଥିବା ତାମିଲନାଡୁର ତିରିପୁରରେ ଫସିରହିଥିଲେ । ଫେରିବାକୁ ଚେଷ୍ଟା କରି ବିଫଳ ହେବା ପରେ ସବ୍ୟସାଚୀଙ୍କ ସହାୟତା ଲୋଡିଥିଲେ । ଇପାସ୍ ବନ୍ଦୋବସ୍ତ ପରେ ଏକ ବସରେ କଳ୍ପନା ଓ ସାଥୀ ଯୁବତୀଙ୍କୁ ଓଡିଶା ଫେରାଇ ଆଣିବା ବ୍ୟବସ୍ଥା କରିଥିଲେ ଓଲିଉଡ୍ ଅଭିନେତା ସବ୍ୟସାଚୀ । ଭୁବନେଶ୍ୱରରୁ ଘରକୁ ଫେରିବା ବ୍ୟବସ୍ଥା ବି କରିଥିଲେ । ଗାଁକୁ ଫେରି ୧୪ ଦିନ କ୍ୱାରେଂଟିନରେ ରହିବା ପରେ ଗତକାଲି କଳ୍ପନାଙ୍କ ବିବାହ ହୋଇଛି । ଏବଂ ଭିଡିଓ କଲରେ ଶୁଭେଚ୍ଛା ଜଣାଇଛନ୍ତି ସବ୍ୟସାଚୀ ।