ସାତକୋଶିଆର ସୁରକ୍ଷା ପାଇଁ ବନ ବିଭାଗ ତତ୍ପର: ଜଗିବାକୁ ଆସିବ ୧୨ ଇସୁଜୁ ଭ୍ୟାନ୍ ଓ ୧୦ ଟି ‛ଥାର’

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆରେ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ପ୍ରାକ ପ୍ରସ୍ତୁତିରେ ଲାଗି ପଡ଼ିଛି ରାଜ୍ୟ ବନ ବିଭାଗ। ପୁଣିଥରେ ନୂଆ ପ୍ରକଳ୍ପ ପାଇଁ ଭିତ୍ତି ଭୂମି ସଜାଡ଼ିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ବିଭିନ୍ନ ପନ୍ଥା ଆପଣାଇଛି ବନ ବିଭାଗ। ଏସଟିପିଏଫ ମାଧ୍ୟମରେ ଅବସର ସେନା ଯବାନଙ୍କୁ ନେଇ ଜଙ୍ଗଲ ସୁରକ୍ଷା ସହ ଅପରାଧ ନିୟନ୍ତ୍ରଣ କାର୍ଯ୍ୟରେ ନିୟୋଜିତ କରାଯାଇଛି। ସାତକୋଶିଆ ବନ୍ୟପ୍ରାଣୀ […]

ସାତକୋଶିଆର ସୁରକ୍ଷା ପାଇଁ ବନ ବିଭାଗ ତତ୍ପର: ଜଗିବାକୁ ଆସିବ ୧୨ ଇସୁଜୁ ଭ୍ୟାନ୍ ଓ ୧୦ ଟି ‛ଥାର’
ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆରେ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ପ୍ରାକ ପ୍ରସ୍ତୁତିରେ ଲାଗି ପଡ଼ିଛି ରାଜ୍ୟ ବନ ବିଭାଗ। ପୁଣିଥରେ ନୂଆ ପ୍ରକଳ୍ପ ପାଇଁ ଭିତ୍ତି ଭୂମି ସଜାଡ଼ିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ବିଭିନ୍ନ ପନ୍ଥା ଆପଣାଇଛି ବନ ବିଭାଗ। ଏସଟିପିଏଫ ମାଧ୍ୟମରେ ଅବସର ସେନା ଯବାନଙ୍କୁ ନେଇ ଜଙ୍ଗଲ ସୁରକ୍ଷା ସହ ଅପରାଧ ନିୟନ୍ତ୍ରଣ କାର୍ଯ୍ୟରେ ନିୟୋଜିତ କରାଯାଇଛି। ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡଟି ସମ୍ପୂର୍ଣ୍ଣ ପାହାଡ଼ ପର୍ବତ ମଧ୍ୟରେ ରହିଥିବା କାରଣରୁ ଅନେକ ବନାଞ୍ଚଳ ଓ ଏହାର ବିଟ୍ ଗୁଡ଼ିକୁ ସଂଯୋଗ ପାଇଁ ଘାଟି ରାସ୍ତା ଦେଇ ଯିବାକୁ ହୋଇଥାଏ। ମୁଖ୍ୟତଃ ଜଙ୍ଗଲର ପଶ୍ଚିମ ଭାଗଟି ସାମାନ୍ୟ ସମତଳ ହୋଇଥିବା ବେଳେ ପୂର୍ବ, ଉତ୍ତର ଓ ଦକ୍ଷିଣ ଭାଗ ସମ୍ପୂର୍ଣ୍ଣ ପାହାଡ଼ ଉପରେ ରହିଛି। ତେବେ ଦୈନନ୍ଦିନ ଅଧିକାରୀଙ୍କ ଠାରୁ କର୍ମଚାରୀ ସମ୍ପୂର୍ଣ୍ଣ ଜଙ୍ଗଲକୁ ବୁଲି ପାଟ୍ରୋଲିଂ କରୁଥିବା ବେଳେ ଅନେକ ସମୟରେ ଘାଟି ରାସ୍ତାରେ ଯିବା ସମ୍ଭବ ହେଉନାହିଁ। ଟିକରପଡା ଠାରୁ ହାତୀବାରି, କନ୍ଧଅଇଡା ଦେଇ କଟରଙ୍ଗ ଏବଂ ଟୁଲୁକାରୁ ଭୃକୁଣ୍ଡି ଦେଇ ରାଇଗୁଡା, ଲବଙ୍ଗୀରୁ ରସଣ୍ଡା ଦେଇ ରାଇଗୁଡ଼ା ରାସ୍ତା ଏପରି ଅନେକ ରାସ୍ତା ଅଛି, ଯାହା ଶହଶହ ଫୁଟ ଉଚ୍ଚତା ଉପର ଦେଇ ରାସ୍ତା ସଂଯୋଗ ହୋଇଛି। ସାଧାରଣ ଗାଡ଼ି ନେଇ ଏ ରାସ୍ତାରେ ଦୈନିକ ପାଟ୍ରୋଲିଂ କରିବା କାଠିକର ପାଲଟିଛି। ଏହାକୁ ନେଇ ସାତକୋଶିଆ ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳ ଏବେ ନୂଆ ଯୋଜନା କରିଛି। ମହାନଦୀ କୋଲ ଫିଲଡ ଲିମିଟେଡ୍ ପକ୍ଷରୁ ସାତକୋଶିଆ ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳକୁ ୧୨ଟି ୪/୪ ଇସୁଜୁ ଭ୍ୟାନ ଦିଆଯାଇଛି। ଗୋଟିଏ ଭ୍ୟାନର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହୋଇଥିବା ଜଣାପଡ଼ିଛି। ତେବେ ଏହି ଗାଡ଼ି ଗୁଡ଼ିକ ୪/୪ ହୋଇଥିବା କାରଣରୁ ଜଙ୍ଗଲ ଘାଟି ଗୁଡ଼ିକ କିମ୍ବା ପ୍ରତିକୂଳ ପରିସ୍ଥିତିରେ ମଧ୍ୟ କର୍ମଚାରୀଙ୍କୁ ପାଟ୍ରୋଲିଂ କରିବାରେ ସହାୟକ ହୋଇ ପାରିବ। ଏହା ମଧ୍ୟରେ ମହାନଦୀ ବନଖଣ୍ଡକୁ କିଛି ଗାଡ଼ି ଯିବାକୁ ଥିବା ବେଳେ ସାତକୋଶିଆ ବନଖଣ୍ଡରେ ୭ଟି ଗାଡ଼ି ରହିବାକୁ ଥିବା ଜଣାପଡ଼ିଛି। ଏହି ଗାଡ଼ିଗୁଡ଼ିକ ପ୍ରତ୍ୟେକ ବନାଞ୍ଚଳ ଗୁଡ଼ିକୁ ଦେବାର ବ୍ୟବସ୍ଥା ରହିଥିବା ସାତକୋଶିଆ ବନଖଣ୍ଡ ପକ୍ଷରୁ ସୂଚନା ମିଳିଛି। ଅନ୍ୟପକ୍ଷେ ସାତକୋଶିଆରେ ଆଗାମୀ ଦିନରେ ପର୍ଯ୍ୟଟନକୁ ଅଧିକ ବିକଶିତ କରିବା ପାଇଁ ତଥା କର୍ମଚାରୀଙ୍କୁ କାର୍ଯ୍ୟରେ ସହାୟତା ପାଇଁ ୧୦ଟି ‛ଥାର’ ଜିପ ଗୁଡିକ ଆସିବାର ଯୋଜନା ରହିଥିବା ସୂଚନା ମିଳିଛି।