ଅନୁଗୁଳରେ ମହିଳା କାର୍ଡ ‌ଖେଳିଲା ବିଜେଡି: ରଜନୀକାନ୍ତ ସିଂହଙ୍କ ପତ୍ନୀ ସଂଯୁକ୍ତା ସିଂହ ହେଲେ ବିଧାୟକ ପ୍ରାର୍ଥୀ

ଅନୁଗୁଳ: ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ତାର ପ୍ରାର୍ଥୀ ଘୋଷଣା ବିଳମ୍ବରେ କରିଛି। ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କ ଧର୍ମପତ୍ନୀ ସଂଯୁକ୍ତା ସିଂହଙ୍କ ଉପରେ ରାଜ୍ୟ ବିଜେଡି ଭରସା କରିଛି। ଏବେ ସଂଯୁକ୍ତାଙ୍କୁ ନେଇ ଭୋଟରଙ୍କ ମନରେ ଅନେକ ପ୍ରଶ୍ନ। ସମସ୍ତଙ୍କ ନଜର ସଂଯୁକ୍ତା କିଭଳି ରଣନୀତି ସହ ନିର୍ବାଚନ ମଇଦାନକୁ ଓହ୍ଲାଉଛନ୍ତି। ଆମର ହସ୍ତଗତ ହୋଇଥିବା ସୂଚନା ଅନୁସାରେ ସଂଯୁକ୍ତାଙ୍କ ବାପଘର ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକ୍ ପାରିକୁଦ ଗାଁରେ। […]

ଅନୁଗୁଳରେ ମହିଳା କାର୍ଡ ‌ଖେଳିଲା ବିଜେଡି: ରଜନୀକାନ୍ତ ସିଂହଙ୍କ ପତ୍ନୀ ସଂଯୁକ୍ତା ସିଂହ ହେଲେ ବିଧାୟକ ପ୍ରାର୍ଥୀ
ଅନୁଗୁଳ: ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ତାର ପ୍ରାର୍ଥୀ ଘୋଷଣା ବିଳମ୍ବରେ କରିଛି। ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କ ଧର୍ମପତ୍ନୀ ସଂଯୁକ୍ତା ସିଂହଙ୍କ ଉପରେ ରାଜ୍ୟ ବିଜେଡି ଭରସା କରିଛି। ଏବେ ସଂଯୁକ୍ତାଙ୍କୁ ନେଇ ଭୋଟରଙ୍କ ମନରେ ଅନେକ ପ୍ରଶ୍ନ। ସମସ୍ତଙ୍କ ନଜର ସଂଯୁକ୍ତା କିଭଳି ରଣନୀତି ସହ ନିର୍ବାଚନ ମଇଦାନକୁ ଓହ୍ଲାଉଛନ୍ତି। ଆମର ହସ୍ତଗତ ହୋଇଥିବା ସୂଚନା ଅନୁସାରେ ସଂଯୁକ୍ତାଙ୍କ ବାପଘର ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକ୍ ପାରିକୁଦ ଗାଁରେ। ବିବାହ ପରେ ସେ ଅନୁଗୁଳ ଗୋତମରା ଗାଁ ବୋହୁ ଭାବେ ଆସିଛନ୍ତି । ଢେ଼ଙ୍କାନାଳ ଲକ୍ଷ୍ମୀଧର ମ୍ୟୁନିସିପାଲଟି ହାଇସ୍କୁଲ ଓ ପରେ ସ୍ଥାନୀୟ ମହିଳା ମହାବିଦ୍ୟାଳୟରୁ କଳାରେ ସଂଯୁକ୍ତା ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ରାଜନୀତି ପ୍ରଚାରରେ ସେ ନୂଆଁ ନୁହନ୍ତି। ଅତୀତ ନିର୍ବାଚନ ପ୍ରଚାର ବେଳେ ସେ ବିଭିନ୍ନ ଅଞ୍ଚଳ ଗସ୍ତ କରି ସ୍ବାମୀଙ୍କୁ ସହାୟତା ଦେଇ ଆସିଛନ୍ତି। ରାଜନୀତି ସମ୍ବନ୍ଧୀୟ ଅନେକ କାର୍ଯ୍ୟକଳାପରେ ସେ ଟିକିନିଖି ଖବର ମଧ୍ୟ ରଖନ୍ତି । ସଂଯୁକ୍ତାଙ୍କୁ ଟିକେଟ ମିଳିବା ପରେ କର୍ମୀ ମହଲରେ ବିଶେଷ ଉତ୍ସାହ ଦେଖା ଦେଇଛି। ଜଣେ ମହିଳା ପ୍ରାର୍ଥୀ ଭାବେ ଶଙ୍ଖ ଚିହ୍ନ ଦଳୀୟ ଲୋକପ୍ରିୟତା ଏବଂ ରଜନୀକାନ୍ତ ସିଂହଙ୍କ ପ୍ରତିଷ୍ଠାକୁ ପାଥେୟ କରି ସେ ନୂଆ ରଣନୀତି ସହ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି କୁହାଯାଉଛି।