ଗାଁରେ ଆସୁନି ମୋବାଇଲ ନେଟୱାର୍କ, ସିଗ୍ନାଲ ପାଇଁ ପାହାଡ଼ ଓ ଗଛରେ ଚଢ଼ୁଛନ୍ତି ଲୋକେ

  ଅନୁଗୁଳ: ଏବେ ଆଧୁନିକ ଯୁଗରେ ମଣିଷ ଯାଇ ଚନ୍ଦ୍ରରେ ପହଞ୍ଚିଲାଣି। କିନ୍ତୁ ଏବେ ବି କିଛି ଏମିତି ଗାଁ ଅଛି ଯେଉଁଠାରେ ସାମାନ୍ୟ ମୋବାଇଲ ନେଟୱାର୍କ ବି ନାହିଁ। ମାଇଲ ମାଇଲ ବାଟ ଚାଲିବା ପରେ ଲୋକେ ନେଟୱାର୍କ ପାଉଛନ୍ତି କଥା ହେବାକୁ। ଆଉ ବେଳେ ବେଳେ ତ ନେଟୱାର୍କ ପାଇଁ ଲୋକଙ୍କୁ ପାହାଡ଼ ଶିଖର ଯାଏଁ ବି ଚଢ଼ିବାକୁ ପଡ଼ୁଛି। ଏମିତି ଏକ ସମସ୍ୟା ସହ ଯୁଝୁଥିବା ଗାଁ ହେଉଛି ଅନୁଗୁଳ ଜିଲ୍ଲାର ମାଣିକଯୋଡି […]

ଗାଁରେ ଆସୁନି ମୋବାଇଲ ନେଟୱାର୍କ, ସିଗ୍ନାଲ ପାଇଁ ପାହାଡ଼ ଓ ଗଛରେ ଚଢ଼ୁଛନ୍ତି ଲୋକେ
  ଅନୁଗୁଳ: ଏବେ ଆଧୁନିକ ଯୁଗରେ ମଣିଷ ଯାଇ ଚନ୍ଦ୍ରରେ ପହଞ୍ଚିଲାଣି। କିନ୍ତୁ ଏବେ ବି କିଛି ଏମିତି ଗାଁ ଅଛି ଯେଉଁଠାରେ ସାମାନ୍ୟ ମୋବାଇଲ ନେଟୱାର୍କ ବି ନାହିଁ। ମାଇଲ ମାଇଲ ବାଟ ଚାଲିବା ପରେ ଲୋକେ ନେଟୱାର୍କ ପାଉଛନ୍ତି କଥା ହେବାକୁ। ଆଉ ବେଳେ ବେଳେ ତ ନେଟୱାର୍କ ପାଇଁ ଲୋକଙ୍କୁ ପାହାଡ଼ ଶିଖର ଯାଏଁ ବି ଚଢ଼ିବାକୁ ପଡ଼ୁଛି। ଏମିତି ଏକ ସମସ୍ୟା ସହ ଯୁଝୁଥିବା ଗାଁ ହେଉଛି ଅନୁଗୁଳ ଜିଲ୍ଲାର ମାଣିକଯୋଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ କନ୍ଦକୋଇଲି ଗାଁ। ଏହି ଗାଁରେ ପ୍ରାୟ ସମସ୍ତଙ୍କ ହାତରେ ଖଣ୍ଡେ ଖଣ୍ଡେ ସ୍ମାର୍ଟ ଫୋନ, କିନ୍ତୁ ଚଲାଇବା ପାଇଁ ନାହିଁ ନେଟୱାର୍କ। ଏଠାକାର ଲୋକ ଆମ୍ବୁଲାନ୍ସ ବା ନିଜ ପ୍ରିୟଜନଙ୍କ ସହ କଥା ହେବାକୁ ପାହାଡ ଉପରକୁ ଯାଇ ନେଟୱାର୍କ ଖୋଜୁଛନ୍ତି। ଅନୁଗୁଳ ସଦର ମହକୁମା ଠାରୁ ୪୫ କିଲୋମିଟର ଦୂରରେ ସ୍ଥିତ ଏହି ଗାଁ ରହିଛି l ଏହି ଜଙ୍ଗଲ ଘେରା ଗାଁରେ ପ୍ରାୟ ୮୦ ଘର ବସବାସ କରନ୍ତି। ଏହି ଗାଁକୁ ସିଟି କୋଇଲି ଗାଁ ଲାଗିରହିଛି l ଯେହେତୁ ଏହି ଗାଁ ଜଙ୍ଗଲ ଭିତରେ ଅଛି, ଏଣୁ ଏଠାକାର ଲୋକ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗାଁକୁ ଆସିବାକୁ ପକ୍କା ରାସ୍ତା ନାହିଁ କି ଗାଁରେ କୌଣସି କର୍ମ ନିଯୁକ୍ତି ବି ନାହିଁ। ଗାଁରେ କାହାର ଦେହ ଖରାପ ହେଲେ ଆମ୍ବୁଲାନସକୁ ଫୋନ କରି ହେଉନଥିବାରୁ ସେ ବି ଆସିପାରେନାହିଁ। ଏଣୁ ବାଧ୍ୟ ହୋଇ ଏଠାକାର ଲୋକେ ପାହାଡ ଓ ଗଛରେ ଚଢ଼ି ନେଟୱାର୍କ ଖୋଜୁଛନ୍ତି। ତେଣୁ ଗାଁର ଅସୁବିଧାକୁ ଗୁରୁତ୍ୱ ଦେଇ ନେଟୱାର୍କ ଓ ରାସ୍ତା ସମସ୍ୟାର ସମାଧାନ କରିବାକୁ ସ୍ଥାନୀୟ ଲୋକେ ନିବେଦନ କରିଛନ୍ତି।