“ସୁବିଧା ପୋର୍ଟାଲ’ ର ବ୍ୟବହାର ନିମନ୍ତେ ସଚେତନ କଲା ଜିଲ୍ଲା ପ୍ରଶାସନ, ରାଜନେତା ଓ ସବୁ ବିଭାଗ ବୁଝିଲେ କାର୍ଯ୍ୟକାରିତା

ଅନୁଗୁଳ: ସାଧାରଣ ନିର୍ବାଚନ-୨୦୨୪ର ଜିଲ୍ଲାରେ ସଫଳ ପରିଚାଳନା ନିମନ୍ତେ ଭାରତୀୟ ନିର୍ବାଚନ କମିଶନ ଦ୍ବାରା ନିର୍ଦ୍ଦେଶିତ ‘ସୁବିଧା ପୋର୍ଟାଲ’ ର ସଠିକ୍ ବ୍ୟବହାର ଓ ସନ୍ଦେହ ଦୂରୀକରଣ କାର୍ଯ୍ୟକ୍ରମ ଆଜି ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ୨ଟି ପୃଥକ କାର୍ଯ୍ୟକ୍ରମରେ ପ୍ରଥମେ ୧୦ଟି ବିଭାଗ ଯଥା- ପୋଲିସ, ଜଙ୍ଗଲ, ପଞ୍ଚାୟତିରାଜ, ବିଦ୍ୟୁତ୍, ରାଜସ୍ବ, ପୌରପାଳିକା, ପରିବହନ, ପୂର୍ଣ୍ଣ, ଅଗ୍ନି ଓ ପ୍ରଦୂଷଣ ବିଭାଗର ନୋଡାଲ ଅଧିକାରୀମାନଙ୍କୁ ଏହି ପୋର୍ଟାଲର ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା […]

“ସୁବିଧା ପୋର୍ଟାଲ’ ର ବ୍ୟବହାର ନିମନ୍ତେ ସଚେତନ କଲା ଜିଲ୍ଲା ପ୍ରଶାସନ, ରାଜନେତା ଓ ସବୁ ବିଭାଗ ବୁଝିଲେ କାର୍ଯ୍ୟକାରିତା
ଅନୁଗୁଳ: ସାଧାରଣ ନିର୍ବାଚନ-୨୦୨୪ର ଜିଲ୍ଲାରେ ସଫଳ ପରିଚାଳନା ନିମନ୍ତେ ଭାରତୀୟ ନିର୍ବାଚନ କମିଶନ ଦ୍ବାରା ନିର୍ଦ୍ଦେଶିତ ‘ସୁବିଧା ପୋର୍ଟାଲ’ ର ସଠିକ୍ ବ୍ୟବହାର ଓ ସନ୍ଦେହ ଦୂରୀକରଣ କାର୍ଯ୍ୟକ୍ରମ ଆଜି ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ୨ଟି ପୃଥକ କାର୍ଯ୍ୟକ୍ରମରେ ପ୍ରଥମେ ୧୦ଟି ବିଭାଗ ଯଥା- ପୋଲିସ, ଜଙ୍ଗଲ, ପଞ୍ଚାୟତିରାଜ, ବିଦ୍ୟୁତ୍, ରାଜସ୍ବ, ପୌରପାଳିକା, ପରିବହନ, ପୂର୍ଣ୍ଣ, ଅଗ୍ନି ଓ ପ୍ରଦୂଷଣ ବିଭାଗର ନୋଡାଲ ଅଧିକାରୀମାନଙ୍କୁ ଏହି ପୋର୍ଟାଲର ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଥିଲା। ଦ୍ଵିତୀୟ ବୈଠକରେ ଜିଲ୍ଲାରେ ଥିବା ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କୁ ‘ସୁବିଧା ପୋର୍ଟାଲ’ ର ସଠିକ୍ ବ୍ୟବହାର ଜଣାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଜିଲ୍ଲା ସୂଚନା ବିଜ୍ଞାନ କେନ୍ଦ୍ର ଅଧ୍ୟକ୍ଷ ସୁବ୍ରତ କୁମାର ଚାଟର୍ଜୀ, ଇ-ଗର୍ଭନାନ୍ସ ପରିଚାଳକ ଦେବଦତ୍ତ ସାହୁ, ବହୁ ଜନ ସମାଜ ଦଳରୁ ସତ୍ୟବାନ ଦାସ, ଭାରତୀୟ ଜନତା ଦଳରୁ ପୱନ କୁମାର ମାଣ୍ଡୋଠିଆ, ବିଶ୍ବଜିତ୍ ମିଶ୍ର ଓ ଅଜିତ୍ କୁମାର ପ୍ରଧାନ, ବିଜୁ ଜନତା ଦଳରୁ ଦେବ ପ୍ରକାଶ ଓ ବୃନ୍ଦାବନ ସାହୁ, ଭାରତୀୟ ଜାତୀୟ କଂଗ୍ରେସରୁ ଚିତ୍ତରଞ୍ଜନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।