ଅନୁଗୁଳରେ ନାହିଁ ବାର୍ଡ ଫ୍ଲୁର ଭୟ: ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବାର୍ଡ ଫ୍ଲୁ କୁ ନେଇ ବର୍ତ୍ତମାନ କୌଣସି ପ୍ରକାରର ଭୟ ନାହିଁ। ଜିଲ୍ଲାରେ ବାର୍ଡ ଫ୍ଲୁ କିପରି ନିୟନ୍ତ୍ରଣ କରିହେବ ଏହାକୁ ନେଇ ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ ଦ୍ୱାରା ବିଭିନ୍ନ ପଦକ୍ଷେପ ନିଆଯାଉଛି। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ନିରୋଧ ଦାସଙ୍କ କହିବା ଅନୁଯାୟୀ ଅନୁଗୁଳ ଜିଲ୍ଲାରେ ଗୃହ ପାଳିତ ପକ୍ଷୀ ହେଉ କିମ୍ବା ବନ୍ୟ ପକ୍ଷୀ ମାନଙ୍କ ଉପରେ ପ୍ରାଣୀ ଚିକିତ୍ସା ବିଭାଗ ତରଫରୁ ନଜର ରଖଆଯାଇଛି। […]

ଅନୁଗୁଳରେ ନାହିଁ ବାର୍ଡ ଫ୍ଲୁର ଭୟ: ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବାର୍ଡ ଫ୍ଲୁ କୁ ନେଇ ବର୍ତ୍ତମାନ କୌଣସି ପ୍ରକାରର ଭୟ ନାହିଁ। ଜିଲ୍ଲାରେ ବାର୍ଡ ଫ୍ଲୁ କିପରି ନିୟନ୍ତ୍ରଣ କରିହେବ ଏହାକୁ ନେଇ ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ ଦ୍ୱାରା ବିଭିନ୍ନ ପଦକ୍ଷେପ ନିଆଯାଉଛି। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ନିରୋଧ ଦାସଙ୍କ କହିବା ଅନୁଯାୟୀ ଅନୁଗୁଳ ଜିଲ୍ଲାରେ ଗୃହ ପାଳିତ ପକ୍ଷୀ ହେଉ କିମ୍ବା ବନ୍ୟ ପକ୍ଷୀ ମାନଙ୍କ ଉପରେ ପ୍ରାଣୀ ଚିକିତ୍ସା ବିଭାଗ ତରଫରୁ ନଜର ରଖଆଯାଇଛି। ସଠିକ୍ ବ୍ୟବଧାନରେ ସାମ୍ପୁଲ ସଂଗ୍ରହ କରିବା ଠାରୁ ଭାକ୍‌ସିନ ଦେବା କାର୍ଯ୍ୟକ୍ରମ ଜାରି ରହିଛି। ଅନୁଗୁଳ ଜିଲ୍ଲା ବିଭିନ୍ନ ଅଞ୍ଚଳରୁ ପ୍ରତି ମାସ ୧୦୦ ପକ୍ଷୀ ମାନଙ୍କର ନାସା, ଗଳା,ମଳ ଓ ସେରମ୍ ସାମ୍ପୁଲ ସଂଗ୍ରହ କରାଯାଇ ସେ ଗୁଡିକୁ ଭୁବନେଶ୍ୱର ସ୍ଥିତ ଏ.ଡି.ଆର.ଆଇ (ପଶୁରୋଗ ଗବେଷଣା ପ୍ରତିଷ୍ଠାନ) କୁ ପଠାଯାଉଛି। ଏହାଛଡ଼ା ଯେଉଁ ଅଞ୍ଚଳରେ କୌଣସି ପକ୍ଷୀର ଅସ୍ୱା୍ଭିକ ମୃତ୍ୟୁ ଘଟୁଛି ସେହି ପକ୍ଷୀକୁ ବରଫ ଦ୍ୱାରା ପ୍ୟାକିଙ୍ଗ କରି ମଧ୍ୟ ସେଠାକୁ ପଠାଯାଉଛି। ଚଳିତ ବର୍ଷ ଏପ୍ରିଲ ମାସ ଠାରୁ ୫୧ ହଜାର ଘୁମା ରୋଗ ଭାକ୍‌ସିନ ଜିଲ୍ଲାରେ ପକ୍ଷୀ ମାନଙ୍କୁ ଦିଆଯାଇଛି। ଗୃହ ପାଳିତ ପକ୍ଷୀ ମାନଙ୍କୁ ଜନ୍ମ ହେବାର ସପ୍ତାହ ପରେ ମଧ୍ୟ ରୋଗ ପ୍ରତିଷେଧକ ଭାକ୍‌ସିନ ଦିଆଯାଉଛି। ଜିଲ୍ଲାରେ ଏପ୍ରିଲ ମାସଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୨ ହଜାର ୭୦୦ ଏହି ଭାକ୍‌ସିନ ଦିଆଯାଇଛି। ଜିଲ୍ଲାର ଅଧିକ କୁକୁଡ଼ା ଉତ୍ପାଦନ କେନ୍ଦ୍ର ଅନୁଗୁଳ ବ୍ଲକ ଏବଂ ଲେୟାର ବାର୍ଡ ପାଇଁ କଣିହାଁ ସୁନାଖଣି ଅଞ୍ଚଳ ଉପରେ ପ୍ରାଣୀ ଚିକିତ୍ସା ବିଭାଗ ବିଶେଷ ନଜର ରଖିଛି। ଅନୁଗୁଳ ଜିଲ୍ଲାରେ ଗୃହ ପାଳିତ ପକ୍ଷୀ ହେଉ କିମ୍ବା ବନ୍ୟ ପକ୍ଷୀ ସ୍ୱାଭାବିକ ଅବସ୍ଥାରେ ଅଛନ୍ତି ବୋଲି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି।