ମାରଣାସ୍ତ୍ର ଦେଖାଇ ମହିଳା ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍, ୭୮ ହଜାର ଟଙ୍କା, ମୋବାଇଲ ଓ ସ୍କୁଟି ନେଇ ଦୁର୍ବୃତ୍ତ ଛୁ’
ଅନୁଗୁଳ: ମାରଣାସ୍ତ୍ର ଦେଖାଇ ମହିଳା ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍। ଏଭଳି ଅଭିଯୋଗ ଆସିଛି ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗଡସନ୍ତ୍ରୀ ପଞ୍ଚାୟତରୁ। ଲୁଟର ଶିକାର ହୋଇଥିବା ମହିଳା କର୍ମଚାରୀ ହେଲେ ଆରୋନ ଫାଇନାନ୍ସର ପିଙ୍କି ନାଏକ। ଅଭିଯୋଗ ମୁତାବକ, ବୁଧବାର ଦିନ ପିଙ୍କି ନାଏକ ଗଡ଼ସନ୍ତ୍ରୀ ପଞ୍ଚାୟତରେ ଫାଇନାନ୍ସ କିସ୍ତି ସଂଗ୍ରହ କରିଥିଲେ। ସନ୍ଧ୍ୟା ୭.୩୦ ମିନିଟ ସମୟରେ ସେ ଭାଗବତପୁର୍ ଛକରେ କିସ୍ତି ସଂଗ୍ରହ କରି ସ୍କୁଟିରେ ଫେରୁଥିବା ବେଳେ ନରେନ୍ଦ୍ରପୁର ଛକରେ ପଛ […]
ଅନୁଗୁଳ: ମାରଣାସ୍ତ୍ର ଦେଖାଇ ମହିଳା ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍। ଏଭଳି ଅଭିଯୋଗ ଆସିଛି ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗଡସନ୍ତ୍ରୀ ପଞ୍ଚାୟତରୁ। ଲୁଟର ଶିକାର ହୋଇଥିବା ମହିଳା କର୍ମଚାରୀ ହେଲେ ଆରୋନ ଫାଇନାନ୍ସର ପିଙ୍କି ନାଏକ।
ଅଭିଯୋଗ ମୁତାବକ, ବୁଧବାର ଦିନ ପିଙ୍କି ନାଏକ ଗଡ଼ସନ୍ତ୍ରୀ ପଞ୍ଚାୟତରେ ଫାଇନାନ୍ସ କିସ୍ତି ସଂଗ୍ରହ କରିଥିଲେ। ସନ୍ଧ୍ୟା ୭.୩୦ ମିନିଟ ସମୟରେ ସେ ଭାଗବତପୁର୍ ଛକରେ କିସ୍ତି ସଂଗ୍ରହ କରି ସ୍କୁଟିରେ ଫେରୁଥିବା ବେଳେ ନରେନ୍ଦ୍ରପୁର ଛକରେ ପଛ ପାଖରୁ ଦୁଇ ଯୁବକ ଏକ ନାଲି ବାଇକରେ ଆସି ତାଙ୍କୁ ଧକ୍କା ଦେଇଥିଲେ। ସେ ତଳେ ପଡ଼ିଯିବା ପରେ ଦୁଇ ଯୁବକ ମଧ୍ୟରୁ ଜଣେ ଯୁବକ ମାରଣାସ୍ତ୍ର ଦେଖାଇ ୭୮ ହଜାର ଟଙ୍କା, ମୋବାଇଲ ଓ ସ୍କୁଟିକୁ ନେଇ କରି ଫେରାର୍ ହୋଇଯାଇଥିଲେ। ଏନେଇ ପିଙ୍କି ଜଣାଇବା ପରେ ସେ ଓ ଫାଇନାନ୍ସ ସଂସ୍ଥାର ମ୍ୟାନେଜର ଥାନାକୁ ଆସି ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି।